କିମ୍ ଜୋଙ୍ଗ୍ ଉନ୍ଙ୍କ ୪୦ ସୈନିକଙ୍କୁୁ ହତ୍ୟା କଲା ୟୁକ୍ରେନ
କିଭ୍,୨ା୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରୁଷିଆରେ ଥିବା ୪୦ ଜଣ ଉତ୍ତର କୋରିଆ ସୈନିକଙ୍କୁ ୟୁକ୍ରେନ ସେନା ଦ୍ୱାରା ହତ୍ୟା କରାଯାଇଛି। ଏହି ସୈନିକମାନେ ୟୁକ୍ରେନର କୁର୍ସ୍କ ଅଞ୍ଚଳରେ ରୁଷିଆ ସୈନ୍ୟ ସହିତ ନିୟୋଜିତ ହୋଇଥିଲେ। ଆହତ ଉତ୍ତର କୋରିଆ ସୈନିକ କହିଛନ୍ତି ଯେ, କିପରି ୟୁକ୍ରେନ ସେନା ତାଙ୍କ ବ୍ରିଗେଡର ୪୦ ସୈନିକଙ୍କୁ ହତ୍ୟା କଲେ। ସେ କହିଛନ୍ତି, ଠୋସ୍ ସୂଚନା ଏବଂ […] The post କିମ୍ ଜୋଙ୍ଗ୍ ଉନ୍ଙ୍କ ୪୦ ସୈନିକଙ୍କୁୁ ହତ୍ୟା କଲା ୟୁକ୍ରେନ appeared first on Dharitri Odia News.
କିଭ୍,୨ା୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରୁଷିଆରେ ଥିବା ୪୦ ଜଣ ଉତ୍ତର କୋରିଆ ସୈନିକଙ୍କୁ ୟୁକ୍ରେନ ସେନା ଦ୍ୱାରା ହତ୍ୟା କରାଯାଇଛି। ଏହି ସୈନିକମାନେ ୟୁକ୍ରେନର କୁର୍ସ୍କ ଅଞ୍ଚଳରେ ରୁଷିଆ ସୈନ୍ୟ ସହିତ ନିୟୋଜିତ ହୋଇଥିଲେ। ଆହତ ଉତ୍ତର କୋରିଆ ସୈନିକ କହିଛନ୍ତି ଯେ, କିପରି ୟୁକ୍ରେନ ସେନା ତାଙ୍କ ବ୍ରିଗେଡର ୪୦ ସୈନିକଙ୍କୁ ହତ୍ୟା କଲେ।
ସେ କହିଛନ୍ତି, ଠୋସ୍ ସୂଚନା ଏବଂ ଅସ୍ତ୍ରଶସ୍ତ୍ର ବିନା ଉତ୍ତର କୋରିଆ ସୈନିକମାନଙ୍କୁ ୟୁକ୍ରେନ ସେନା ସହିତ ଯୁଦ୍ଧ କରିବାକୁ ପଠାଯାଇଛି। ଯେବେଠାରୁ ରୁଷିଆ ମାଟିରେ ଉତ୍ତର କୋରିଆ ସୈନ୍ୟ ମୁତୟନ ହେବା ନିଶ୍ଚିତ ହୋଇଛି। ସେବେଠାରୁ ୟୁକ୍ରେନ୍ର କେତେକ ବରିଷ୍ଠ କମାଣ୍ଡର ଉତ୍ତର କୋରିଆ ସୈନ୍ୟବାହିନୀର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ କହିଥିଲେ ଯେ, ୟୁକ୍ରେନୀୟମାନେ ସେମାନଙ୍କ ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ।
The post କିମ୍ ଜୋଙ୍ଗ୍ ଉନ୍ଙ୍କ ୪୦ ସୈନିକଙ୍କୁୁ ହତ୍ୟା କଲା ୟୁକ୍ରେନ appeared first on Dharitri Odia News.