୩ ସାସ ହେଲା ଜଳ ଯୋଗାଣ ବନ୍ଦ: କୂଅ ପାଣି ପିଉଛନ୍ତି ଗ୍ରାମବାସୀ

ଖଡ଼ିଆଳ,୧୯ା୫ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତର ଜଙ୍ଗଲଆ ଗାଁ ସମାଡ଼ପଦରକୁ ୩ମାସ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ଗ୍ରାମବାସୀ ଖୋଲା କୂଅର ଗୋଳିଆ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଗ୍ରାମରେ ୬୦ ପରିବାର ଥିବାବେଳେ ୩୦୦ ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ୨୦୨୩ ମସିହାରୁ ଗ୍ରାମକୁ ବସୁଧା ଯୋଜନାରେ ଗଭୀର କୂଅ ଖୋଳି ଓଭରହେଡ୍‌ ଟାଙ୍କି ମାଧ୍ୟମରେ ଜଳ […] The post ୩ ସାସ ହେଲା ଜଳ ଯୋଗାଣ ବନ୍ଦ: କୂଅ ପାଣି ପିଉଛନ୍ତି ଗ୍ରାମବାସୀ appeared first on Dharitri Odia News.

୩ ସାସ ହେଲା ଜଳ ଯୋଗାଣ ବନ୍ଦ: କୂଅ ପାଣି ପିଉଛନ୍ତି ଗ୍ରାମବାସୀ

ଖଡ଼ିଆଳ,୧୯ା୫ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତର ଜଙ୍ଗଲଆ ଗାଁ ସମାଡ଼ପଦରକୁ ୩ମାସ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ଗ୍ରାମବାସୀ ଖୋଲା କୂଅର ଗୋଳିଆ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି।

ଗ୍ରାମରେ ୬୦ ପରିବାର ଥିବାବେଳେ ୩୦୦ ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ୨୦୨୩ ମସିହାରୁ ଗ୍ରାମକୁ ବସୁଧା ଯୋଜନାରେ ଗଭୀର କୂଅ ଖୋଳି ଓଭରହେଡ୍‌ ଟାଙ୍କି ମାଧ୍ୟମରେ ଜଳ ଯୋଗାଣ ହେଉଥିଲା। ହେଲେ ୩ମାସ ହେଲା ଗଭୀର କୂଅ ଶୁଖିଯାଇଥିବାରୁ ଗ୍ରାମକୁ ଜଳ ଯୋଗାଣ ବନ୍ଦ ରହିଛି।

ଫଳରେ ଗ୍ରାମର ମହିଳା ଓ ପୁରୁଷ ଗ୍ରାମଠାରୁ ୧ କି.ମି. ଦୂରରେ ଥିବା ଖୋଲା କୂଅରୁ ଗୋଳିଆ ପାଣି ଆଣି ପିଇବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟା ନେଇ ଗ୍ରାମବାସୀ ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି।

ଗ୍ରୀଷ୍ମପ୍ରବାହ ଜାରି ରହିଥିବା ପର୍ଯ୍ୟନ୍ତ ଗ୍ରାମକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇଦେବାକୁ ଗ୍ରାମର କୋଦୋ ମାଝି, ତିଳେ ମାଝି, ତୁଳସୀ ଅଦା ପ୍ରମୁଖ ଦାବି କରିଛନ୍ତି। ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଖଡ଼ିଆଳ ଜଳ ଓ ପରିମଳ ଯନ୍ତ୍ରୀ ରାଜେନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ନଳକୂଅ ଖନନ ହେଉଛି। ଦରକାର ପଡ଼ିଲେ ସଂଖ୍ୟା ବଢ଼ାଇ ପାଣି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ।

The post ୩ ସାସ ହେଲା ଜଳ ଯୋଗାଣ ବନ୍ଦ: କୂଅ ପାଣି ପିଉଛନ୍ତି ଗ୍ରାମବାସୀ appeared first on Dharitri Odia News.