କିମ୍ଙ୍କୁ ଦାମୀ ଉପହାର ଦେଲେ ପୁଟିନ୍
ମସ୍କୋ,୨୦।୨: ରୁଷିଆର ରାଷ୍ଟ୍ରପତି ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନଙ୍କୁ ରୁଷିଆରେ ନିର୍ମିତ କାର୍ ଉପହାର ଦେଇଛନ୍ତି। ମଙ୍ଗଳବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପୁଟିନ କେଉଁ କାର ପଠାଇଛନ୍ତି ଏବଂ ଏହାକୁ ଉତ୍ତର କୋରିଆକୁ କିପରି ନିଆଯାଇଛି ଏହି ଖବର ବିଷୟରେ ସୂଚନା ଦିଆଯାଇନାହିଁ। କୋରିଆର କେନ୍ଦ୍ରୀୟ ନ୍ୟୁଜ ଏଜେନ୍ସି କହିଛି କିମ୍ଙ୍କ ଭଉଣୀ କିମ ୟୋ ଜୋଙ୍ଗ ଏବଂ ଉତ୍ତର କୋରିଆର ଅନ୍ୟ ଜଣେ ଅଧିକାରୀ ରବିବାର ଏହି […] The post କିମ୍ଙ୍କୁ ଦାମୀ ଉପହାର ଦେଲେ ପୁଟିନ୍ appeared first on Dharitri Odia News.
ମସ୍କୋ,୨୦।୨: ରୁଷିଆର ରାଷ୍ଟ୍ରପତି ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନଙ୍କୁ ରୁଷିଆରେ ନିର୍ମିତ କାର୍ ଉପହାର ଦେଇଛନ୍ତି। ମଙ୍ଗଳବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପୁଟିନ କେଉଁ କାର ପଠାଇଛନ୍ତି ଏବଂ ଏହାକୁ ଉତ୍ତର କୋରିଆକୁ କିପରି ନିଆଯାଇଛି ଏହି ଖବର ବିଷୟରେ ସୂଚନା ଦିଆଯାଇନାହିଁ।
କୋରିଆର କେନ୍ଦ୍ରୀୟ ନ୍ୟୁଜ ଏଜେନ୍ସି କହିଛି କିମ୍ଙ୍କ ଭଉଣୀ କିମ ୟୋ ଜୋଙ୍ଗ ଏବଂ ଉତ୍ତର କୋରିଆର ଅନ୍ୟ ଜଣେ ଅଧିକାରୀ ରବିବାର ଏହି ଉପହାର ଗ୍ରହଣ କରିଛନ୍ତି ଏବଂ ପୁଟିନଙ୍କୁ ସେମାନଙ୍କ ଭାଇଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି। ଏହି ଖବରରେ କିମ ୟୋ ଜୋଙ୍ଗ କହିଛନ୍ତି ଯେ ଏହି ଉପହାର ନେତାଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କକୁ ପ୍ରତିଫଳିତ କରିଥାଏ। ଗତ ସେପ୍ଟେମ୍ବରରେ ପୁଟିନଙ୍କ ସହ ଶିଖର ସମ୍ମିଳନୀ ପାଇଁ କିମ ରୁଷିଆ ଗସ୍ତ କରିବା ପରେ ଉତ୍ତର କୋରିଆ ଏବଂ ରୁଷିଆ ସେମାନଙ୍କର ସହଯୋଗକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି।
The post କିମ୍ଙ୍କୁ ଦାମୀ ଉପହାର ଦେଲେ ପୁଟିନ୍ appeared first on Dharitri Odia News.