ସ୍କୁଲ ଯିବାକୁ କହିବାରୁ ଆତ୍ମହତ୍ୟା କଲେ ନାବାଳକ
ପାଟଣା,୨୧।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପିଙ୍ଗୁ ପାଟଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜଣେ ୧୪ବର୍ଷ ନାବାଳକ ଗାଁ ହୁଡ଼ିର ଏକ ବରଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ନାବାଳକ ଜଣକ ଗ୍ରାମର ପିର୍ତ୍ତି ମୁର୍ମୁଙ୍କ ପୁଅ ଆକାଶ। ସୂଚନା ଅନୁଯାୟୀ ଆକାଶ ପ୍ରତିଦିନ ସ୍କୁଲ ଯାଉ ନ ଥିଲେ ଫଳରେ ମା’ ବାପା ବୁଧବାର ସକାଳୁ ତାଗିତ କରିଥିଲେ। ଫଳରେ ଆକାଶ ରାଗି ଯାଇ ଆତ୍ମ ହତ୍ୟା କରିଥିବା ପୋଲିସ […] The post ସ୍କୁଲ ଯିବାକୁ କହିବାରୁ ଆତ୍ମହତ୍ୟା କଲେ ନାବାଳକ appeared first on Dharitri Odia News.
ପାଟଣା,୨୧।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପିଙ୍ଗୁ ପାଟଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜଣେ ୧୪ବର୍ଷ ନାବାଳକ ଗାଁ ହୁଡ଼ିର ଏକ ବରଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ନାବାଳକ ଜଣକ ଗ୍ରାମର ପିର୍ତ୍ତି ମୁର୍ମୁଙ୍କ ପୁଅ ଆକାଶ।
ସୂଚନା ଅନୁଯାୟୀ ଆକାଶ ପ୍ରତିଦିନ ସ୍କୁଲ ଯାଉ ନ ଥିଲେ ଫଳରେ ମା’ ବାପା ବୁଧବାର ସକାଳୁ ତାଗିତ କରିଥିଲେ। ଫଳରେ ଆକାଶ ରାଗି ଯାଇ ଆତ୍ମ ହତ୍ୟା କରିଥିବା ପୋଲିସ କହିଛି। ବୁଧବାର ଆକାଶକୁ ବହୁ ଖୋଜାଖୋଜି କରିବା ପରେ ଅପରାହ୍ନ ଗିଧିବାସ ହୁଡ଼ିରୁ ଆକାଶଙ୍କ ଝୁଲନ୍ତା ମୃତଦେହକୁ ଘରଲୋକ ଦେଖି ବିଳମ୍ବିତ ରାତିରେ ପୋଲିସକୁ ଖବର ଦେଇଥିଲେ। ଗୁରୁବାର ସକାଳୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ହୋଇଛି।
The post ସ୍କୁଲ ଯିବାକୁ କହିବାରୁ ଆତ୍ମହତ୍ୟା କଲେ ନାବାଳକ appeared first on Dharitri Odia News.