କିରଣ ଭାରତୀୟ ଦଳର କୋଚ୍‌

ଭୁବନେଶ୍ୱର, ୮।୬,(ତପନ ସ୍ବାଇଁ): ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍‌) କିରଣ ମନୀଷା ମହାନ୍ତିଙ୍କୁ ମିଳିଛି ଆଉ ଏକ ଗୁରୁଦାୟିତ୍ୱ। କାଜାଖସ୍ତାନର ଅଲ୍‌ମାଟିରେ ହେବାକୁଥିବା ଏସିଆନ ୟୁଥ୍‌ ଚେସ୍‌ ଚାମ୍ପିୟନଶିପ୍‌ ପାଇଁ ସେ ଭାରତୀୟ ଦଳର କୋଚ୍‌ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତା ଚଳିତ ମାସ ୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ସର୍ବଭାରତୀୟ ଚେସ୍‌ ଫେଡେରେଶନ ପକ୍ଷରୁ କିରଣଙ୍କ ନିଯୁକ୍ତି ସଂସ୍ଥା ଏଲ୍‌ଆଇସିକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ଏଥିରେ କିରଣ ଖୁସି ବ୍ୟକ୍ତ […] The post କିରଣ ଭାରତୀୟ ଦଳର କୋଚ୍‌ appeared first on Dharitri Odia News.

କିରଣ ଭାରତୀୟ ଦଳର କୋଚ୍‌

ଭୁବନେଶ୍ୱର, ୮।୬,(ତପନ ସ୍ବାଇଁ): ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍‌) କିରଣ ମନୀଷା ମହାନ୍ତିଙ୍କୁ ମିଳିଛି ଆଉ ଏକ ଗୁରୁଦାୟିତ୍ୱ। କାଜାଖସ୍ତାନର ଅଲ୍‌ମାଟିରେ ହେବାକୁଥିବା ଏସିଆନ ୟୁଥ୍‌ ଚେସ୍‌ ଚାମ୍ପିୟନଶିପ୍‌ ପାଇଁ ସେ ଭାରତୀୟ ଦଳର କୋଚ୍‌ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତା ଚଳିତ ମାସ ୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ସର୍ବଭାରତୀୟ ଚେସ୍‌ ଫେଡେରେଶନ ପକ୍ଷରୁ କିରଣଙ୍କ ନିଯୁକ୍ତି ସଂସ୍ଥା ଏଲ୍‌ଆଇସିକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ଏଥିରେ କିରଣ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଥିବାକଥା କହିଛନ୍ତି।
କାଜାଖସ୍ତାନ ଚେସ୍‌ ଫେଡେରେଶନ ଆନୁକୂଲ୍ୟରେ ଆୟୋଜନ ହେବାକୁଥିବା ଏସିଆନ ୟୁଥ୍‌ ଚାମ୍ପିୟନଶିପ୍‌ରେ ୮, ୧୦, ୧୨, ୧୪, ୧୬ ଓ ୧୮ ବର୍ଷରୁ କମ୍‌ ବର୍ଗରେ ଉଭୟ ବାଳିକା ଓ ବାଳକ ବିଭାଗରେ ପ୍ରତିଯୋଗିତା ହେବ। ସଂଯୋଗ ବଶତଃ କିରଣ ମନୀଷା ଏସିଆନ୍‌ ୟୁଥ୍‌ ଚାମ୍ପିୟନଶିପ୍‌ରେ ହିଁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରତିଯୋଗିତା ୨୦୦୩ରେ କେରଳର କାଲିକଟରେ ଅନୁଷ୍ଠିତ ହୋଇଥିଲା। ୪ ବର୍ଷ ପରେ ସେ ଉଜବେକିସ୍ତାନର ତାସକେଣ୍ଟରେ ଅନୁଷ୍ଠିତ ଏସିଆନ ୟୁଥ୍‌ ଚାମ୍ପିୟନଶିପ୍‌ର ୧୮ ବର୍ଷରୁ କମ୍‌ ବାଳିକା ବର୍ଗରେ ବ୍ରୋଞ୍ଜ ପଦକ ପାଇଥିଲେ।
ଜାତୀୟ ଦଳର କୋଚ୍‌ଭାବେ କିରଣ ଦ୍ୱିତୀୟ ଥରପାଇଁ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ପୂର୍ବରୁ ୨୦୨୩ରେ କାଜାଖସ୍ତାନର ଅଲ୍‌ମାଟିରେ ଅନୁଷ୍ଠିତ ଏସିଆନ କଣ୍ଟିନେଣ୍ଟାଲ ଚେସ୍‌ ଚାମ୍ପିୟନଶିପ୍‌ରେ ସେ ଭାରତୀୟ ମହିଳା ଦଳର କୋଚ୍‌ ଦାୟିତ୍ୱକୁ ସଫଳତାର ସହ ତୁଲାଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ମହିଳା ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ ଓ ମାରୀ ଆନ୍‌ ଗୋମ୍ସ ଯଥାକ୍ରମେ ମହିଳା କାଟେଗୋରିରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ଏହି ଦୁଇ ଖେଳାଳି ୨୦୨୩ ଫିଡେ ବିଶ୍ୱକପ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ।

The post କିରଣ ଭାରତୀୟ ଦଳର କୋଚ୍‌ appeared first on Dharitri Odia News.