ପ୍ରଥମଥର ଦାରିଙ୍ଗବାଡି ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ଦିନିକିଆ ଗସ୍ତରେ ସୋମବାର ଓଡିଶା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ତଥା ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା ଲଘୁ ସମ୍ପ୍ରଦାୟ, ପଛୁଆ ବର୍ଗ କଲ୍ୟାଣ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦାରିଙ୍ଗବାଡ଼ିରେ ପହଞ୍ଚିଛନ୍ତି। ସେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବା ସହିତ ପର୍ଯ୍ୟଟନ ସ୍ଥଳଗୁଡ଼ିକର ଆହୁରି ଅଧିକ ବିକାଶ କରିବା ପାଇଁ ସେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଥମେ […] The post ପ୍ରଥମଥର ଦାରିଙ୍ଗବାଡି ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି appeared first on Dharitri Odia News.
ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ଦିନିକିଆ ଗସ୍ତରେ ସୋମବାର ଓଡିଶା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ତଥା ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା ଲଘୁ ସମ୍ପ୍ରଦାୟ, ପଛୁଆ ବର୍ଗ କଲ୍ୟାଣ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦାରିଙ୍ଗବାଡ଼ିରେ ପହଞ୍ଚିଛନ୍ତି। ସେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବା ସହିତ ପର୍ଯ୍ୟଟନ ସ୍ଥଳଗୁଡ଼ିକର ଆହୁରି ଅଧିକ ବିକାଶ କରିବା ପାଇଁ ସେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଥମେ ସେ ସିଆଙ୍ଗବାଲି ପଞ୍ଚାୟତ କିସୁବାଡି ପାଟାବାନ୍ଧା ଜଳପ୍ରପାତ ବୁଲି ଦେଖିଥିଲେ। ସେଠାକୁ ଯିବା ପାଇଁ ଭଲ ରାସ୍ତା ନ ଥିବାରୁ ରାସ୍ତା ମରାମତି କରିବା ନେଇ ବିଡିଓ ପ୍ରୀତି ରଞ୍ଜନଙ୍କ ସହିତ ଆଲୋଚନା କରିଥଲେ। ଏହାପରେ ସେ ଡୁଲୁରୀ ପାଇନ ଜଙ୍ଗଲ ଓ କଫି ବଗିଚା ବୁଲିବା ସହିତ କଫି ଚାଷ ଓ ପ୍ରାଥମିକ କଫି ପ୍ରସ୍ତୁତି କେନ୍ଦ୍ର ଓ ଗୋଲ ମରିଚ ଚାଷ ଦେଖିଥିଲେ। ଏହାପରେ ସେ ହିଲଭିଯୁ ପାର୍କ ଏବଂ ଇକୋ ରିଟ୍ରିଟ ବୁଲି ଦେଖିଥିଲେ।
ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ କେବେ ଦାରିଙ୍ଗବାଡି ଆସି ନ ଥିଲେ ପ୍ରଥମ ଥର ଆସି ବହୁତ ଖୁସି ଲାଗୁଛି। ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନ ସ୍ଥଳୀ ଏଠାକାର ଜଳବାୟୁ ପରିବେଶକୁ ପ୍ରଶଂସା କରିବା ସହିତ ସେ ବିଭିନ୍ନ ଜଳ ପ୍ରପାତ, କଫି ବଗିଚା, ଡୁଲୁରୀ ପାଇନ ପର୍ଯ୍ୟଟନସ୍ଥଳୀର ବିକାଶ ଆହୁରି ଦରକାର ସେ ଏନେଇ ପର୍ଯ୍ୟଟନ ବିଭାଗ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରକାଶ କରିବା ସହ ବିଡ଼ିଓ ପ୍ରୀତିରଞ୍ଜନ ରଥ, ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କ ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ, ଅଞ୍ଚଳବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଡ଼ିଓ ଦାରିଙ୍ଗବାଡିର ବିକାଶ ପାଇଁ ଏକାଧିକ ପ୍ରସ୍ଥାବ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରିଥିଲେ।
The post ପ୍ରଥମଥର ଦାରିଙ୍ଗବାଡି ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି appeared first on Dharitri Odia News.