ପାରାଦୀପ ନେହେରୁ ବଙ୍ଗଳା ନିକଟ ସମୁଦ୍ରରେ ବୁଡିଲା ବୋଟ୍, ଜଣେ ମତ୍ସ୍ୟଜୀବୀ ନିଖୋଜ

ପାରାଦୀପ ୧୭।୧୦: ପାରାଦୀପ ନେହେରୁ ବଙ୍ଗଳା ନିକଟସ୍ଥ ସମୁଦ୍ରରେ ବୁଡିଲା ଟାପା ବୋଟ୍ । ବୋଟ୍‌ରେ ଥିଲେ ୩ ଜଣ ମତ୍ସ୍ୟଜୀବୀ । ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି । ମାଛ ଧରି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି ।ସୂଚନାଯୋଗ୍ୟ ଯେ, କିଛି ମତ୍ସ୍ୟଜୀବୀ ଦୟା ସାଗର ନାମକ ଏକ ଟାପା ବୋଟ୍ ବୁଧବାର ରାତିରେ ମାଛ ଧରିବାକୁ ଯାଇଥିଲା । ଗୁରୁବାର ମାଛ ଧରି ଫେରୁଥିବା ବେଳେ ଉଚ୍ଚ ଲହଡିରେ ଟାପା ବୋଟ୍‌ଟି ବୁଡି ଯାଇଥିଲା। ତେବେ ସ୍ଥାନୀୟ ବୋଟ୍ ସାହାଯ୍ୟରେ ଦୁଇ ଜଣଙ୍କ ସହିତ ଟାପା ବୋଟ୍‌କୁ ଉଦ୍ଧାର କରାଯାଇଥିବା ବେଳେ ଗୋପିଲା ସିନୁ ନାମକ ଜଣେ ମତ୍ସ୍ୟଜୀବୀ ଏବେବି ନିଖୋଜ ଅଛନ୍ତି । ତେବେ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର ବୋଟ୍ ଖୋଜାଖୋଜି ଜାରି ରଖିଥିବା ବେଳେ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ମିଳିପାରିନାହିଁ ।You Can Read:ତାଳସାରୀ ଉଚ୍ଚ ଜୁଆରରେ ଭାଙ୍ଗିଲା ୪ ଡଙ୍ଗା : ୬ ମତ୍ସ୍ୟଜୀବୀ ଉଦ୍ଧାର, ଦୁଇ ଗୁରୁତର 

ପାରାଦୀପ ନେହେରୁ ବଙ୍ଗଳା ନିକଟ ସମୁଦ୍ରରେ ବୁଡିଲା ବୋଟ୍, ଜଣେ ମତ୍ସ୍ୟଜୀବୀ ନିଖୋଜ

ପାରାଦୀପ ୧୭।୧୦: ପାରାଦୀପ ନେହେରୁ ବଙ୍ଗଳା ନିକଟସ୍ଥ ସମୁଦ୍ରରେ ବୁଡିଲା ଟାପା ବୋଟ୍ । ବୋଟ୍‌ରେ ଥିଲେ ୩ ଜଣ ମତ୍ସ୍ୟଜୀବୀ । ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି । ମାଛ ଧରି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି ।

ସୂଚନାଯୋଗ୍ୟ ଯେ, କିଛି ମତ୍ସ୍ୟଜୀବୀ ଦୟା ସାଗର ନାମକ ଏକ ଟାପା ବୋଟ୍ ବୁଧବାର ରାତିରେ ମାଛ ଧରିବାକୁ ଯାଇଥିଲା । ଗୁରୁବାର ମାଛ ଧରି ଫେରୁଥିବା ବେଳେ ଉଚ୍ଚ ଲହଡିରେ ଟାପା ବୋଟ୍‌ଟି ବୁଡି ଯାଇଥିଲା। ତେବେ ସ୍ଥାନୀୟ ବୋଟ୍ ସାହାଯ୍ୟରେ ଦୁଇ ଜଣଙ୍କ ସହିତ ଟାପା ବୋଟ୍‌କୁ ଉଦ୍ଧାର କରାଯାଇଥିବା ବେଳେ ଗୋପିଲା ସିନୁ ନାମକ ଜଣେ ମତ୍ସ୍ୟଜୀବୀ ଏବେବି ନିଖୋଜ ଅଛନ୍ତି । ତେବେ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର ବୋଟ୍ ଖୋଜାଖୋଜି ଜାରି ରଖିଥିବା ବେଳେ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ମିଳିପାରିନାହିଁ ।

You Can Read:

ତାଳସାରୀ ଉଚ୍ଚ ଜୁଆରରେ ଭାଙ୍ଗିଲା ୪ ଡଙ୍ଗା : ୬ ମତ୍ସ୍ୟଜୀବୀ ଉଦ୍ଧାର, ଦୁଇ ଗୁରୁତର