କିରଣ ରାଓଙ୍କ ‘Laapataa Ladies’କୁ ସଚିନ୍‌ଙ୍କ ପ୍ରଶଂସା, କହିଲେ- ନିଶ୍ଚୟ ଦେଖନ୍ତୁ…

ମୁମ୍ଵାଇ ୧୨।୦୩: ଜିଓ ଷ୍ଟୁଡିଓ ଏବଂ ଅମୀର ଖାନ ପ୍ରଡକ୍ସନ୍ସର 'ଲାପତା ଲେଡିଜ୍' ସମସ୍ତଙ୍କ ହୃଦୟ ଜିତିଛି। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି କିରଣ ରାଓ । ରିଲିଜ୍ ପରଠାରୁ ଦର୍ଶକ ଏବଂ ସମାଲୋଚକମାନେ ମଧ୍ୟ ଏହାକୁ ଖୁବ୍‌ ପ୍ରଶଂସା କରୁଛନ୍ତି । ଏହି ଚଳଚ୍ଚିତ୍ରଟି ବର୍ଷର ସବୁଠାରୁ ପସନ୍ଦିତ ଚଳଚ୍ଚିତ୍ର ହୋଇପାରିଛି । ଫିଲ୍ମକୁ ନେଇ ବହୁ ସକରାତ୍ମକ ସମୀକ୍ଷା ମଧ୍ୟ ମିଳିଛି। ଚଳଚ୍ଚିତ୍ର ପାଇଁ ପ୍ରଶଂସାର ସୁଅ ଏପର୍ଯ୍ୟନ୍ତ ବନ୍ଦ ହେବାରେ ଥମୁ ନାହିଁ । ବର୍ତ୍ତମାନ ଏହି ତାଲିକାରେ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମ ମଧ୍ୟ ଯୋଡା ଯାଇଛି।A big-hearted fable set in small-town India that speaks to one at so many levels. I loved @LaapataaLadies for its delightful story, powerhouse performances and the subtlety with which it delivered important social messages so cleverly, without overt preaching. A must-watch for… pic.twitter.com/FDEb3KiS5Q— Sachin Tendulkar (@sachin_rt) March 10, 2024ସଚିନ ମଧ୍ୟ ଏହି ଫିଲ୍ମଟିକୁ ଦେଖିଥିଲେ ଏବଂ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ ବିଷୟରେ ଖୁବ୍‌ ପ୍ରଶଂସା କରିଥିଲେ । ଏନେଇ ସେ ସକାରାତ୍ମକ ମନ୍ତବ୍ୟ ସେୟାର କରିବା ବେଳେ ସଚିନ ତେନ୍ଦୁଲକର ଲେଖିଛନ୍ତି, 'ଏକ ବଡ଼ ହୃଦୟସ୍ପର୍ଶୀ କାହାଣୀ। ଯାହା ଭ

କିରଣ ରାଓଙ୍କ ‘Laapataa Ladies’କୁ ସଚିନ୍‌ଙ୍କ ପ୍ରଶଂସା, କହିଲେ- ନିଶ୍ଚୟ ଦେଖନ୍ତୁ…

ମୁମ୍ଵାଇ ୧୨।୦୩: ଜିଓ ଷ୍ଟୁଡିଓ ଏବଂ ଅମୀର ଖାନ ପ୍ରଡକ୍ସନ୍ସର 'ଲାପତା ଲେଡିଜ୍' ସମସ୍ତଙ୍କ ହୃଦୟ ଜିତିଛି। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି କିରଣ ରାଓ । ରିଲିଜ୍ ପରଠାରୁ ଦର୍ଶକ ଏବଂ ସମାଲୋଚକମାନେ ମଧ୍ୟ ଏହାକୁ ଖୁବ୍‌ ପ୍ରଶଂସା କରୁଛନ୍ତି । ଏହି ଚଳଚ୍ଚିତ୍ରଟି ବର୍ଷର ସବୁଠାରୁ ପସନ୍ଦିତ ଚଳଚ୍ଚିତ୍ର ହୋଇପାରିଛି । ଫିଲ୍ମକୁ ନେଇ ବହୁ ସକରାତ୍ମକ ସମୀକ୍ଷା ମଧ୍ୟ ମିଳିଛି। ଚଳଚ୍ଚିତ୍ର ପାଇଁ ପ୍ରଶଂସାର ସୁଅ ଏପର୍ଯ୍ୟନ୍ତ ବନ୍ଦ ହେବାରେ ଥମୁ ନାହିଁ । ବର୍ତ୍ତମାନ ଏହି ତାଲିକାରେ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମ ମଧ୍ୟ ଯୋଡା ଯାଇଛି।


ସଚିନ ମଧ୍ୟ ଏହି ଫିଲ୍ମଟିକୁ ଦେଖିଥିଲେ ଏବଂ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ ବିଷୟରେ ଖୁବ୍‌ ପ୍ରଶଂସା କରିଥିଲେ । ଏନେଇ ସେ ସକାରାତ୍ମକ ମନ୍ତବ୍ୟ ସେୟାର କରିବା ବେଳେ ସଚିନ ତେନ୍ଦୁଲକର ଲେଖିଛନ୍ତି, 'ଏକ ବଡ଼ ହୃଦୟସ୍ପର୍ଶୀ କାହାଣୀ। ଯାହା ଭାରତର ଏକ ଛୋଟ ସହରରେ ସ୍ଥାପିତ ହୋଇଛି। ଏହା ଅନେକ ସ୍ତରରେ ଦର୍ଶକଙ୍କ ସହ କଥା ହୁଏ ।  ମୋତେ ଲାପତା ଲେଡିଜ୍‌ର ହୃଦୟ ଛୁଇଁ ଯାଇଥିବା କାହାଣୀ, ପାୱାରହାଉସ୍‌ ପରଫମାନ୍ସ ଏବଂ ସେହି ସବୁ ଜିନିଷ ଖୁବ୍ ପସନ୍ଦ ଆସିଲା । ଯାହାକୁ ସେ ଅତି ସହଜରେ ବିନା କିଛି କହି ସୋସିଆଲ ମେସେଜ୍‌ ଦେଇଛନ୍ତି । 



ସେ କହିଛନ୍ତି, 'ଏହା ସମସ୍ତଙ୍କ ପାଇଁ ମୋଷ୍ଟ ୱାଚ୍‌ ଚଳଚ୍ଚିତ୍ର, ଏବଂ ମୋତେ ବିଶ୍ୱାସ କର, ତୁମେ ହସିବ, କାନ୍ଦିବ ଏବଂ ଚରିତ୍ରମାନଙ୍କ ସହିତ ଖୁସି ଅନୁଭବ କରିବ।  ଯେହେତୁ ସେମାନେ ଏହି ଚଳଚ୍ଚିତ୍ରରେ ସେମାନଙ୍କର ଗନ୍ତବ୍ୟ ସ୍ଥଳ ପାଇଛନ୍ତି। ମୋର ବନ୍ଧୁ ଅମୀର ଖାନ ଏବଂ କିରଣ ରାଓଙ୍କୁ ଅନେକ ଅନେକ ଅଭିନନ୍ଦନ । ଚଳଚ୍ଚିତ୍ରର ସକାରାତ୍ମକ ଶବ୍ଦ ଏବଂ ଡାଏଲଗ ଗୁଡିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ କିରଣଙ୍କ କାହାଣୀ ଏବଂ ଦିଗ କିପରି ସମସ୍ତଙ୍କ ମନକୁ ପ୍ରଭାବିତ କରିଛି । କମେଡି ଏବଂ ମନୋରଞ୍ଜନ ସହିତ ଏହି ଚଳଚ୍ଚିତ୍ରରେ ଦେଶର ମହିଳାମାନଙ୍କ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଛି।

CAA ବିରୋଧରେ ବାହାରିଲେ ଥାଲାପତି ବିଜୟ, ଟ୍ଵିଟ୍ରରେ କେନ୍ଦ୍ର ସରକାରଙ୍କୁ କଲେ ଟାର୍ଗେଟ୍