କିରଣଙ୍କ ଯୋଗୁଁ ଭାଙ୍ଗିଥିଲା ଅମୀରଙ୍କ ପ୍ରଥମ ବିବାହ ! ପୂର୍ବ ପତ୍ନୀ କଲେ ଖୁଲାସା

ମୁମ୍ଵାଇ ୧୩।୦୩: ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ୍‌ । ପର୍ସନାଲ ହେଉ ବା ପ୍ରୋଫେସନାଲ ଲାଇଫ୍‌ରେ ବି ରୁହନ୍ତି ଚର୍ଚ୍ଚାରେ। ସେ ତାଙ୍କ ଜୀବନରେ ଦୁଇଟି ବିବାହ କରିଛନ୍ତି। ତାଙ୍କର ଦୁଇ ପତ୍ନୀଙ୍କ ସହ ଛାଡପତ୍ର ହୋଇସାରିଛି । ହେଲେ ତାଙ୍କ ସମ୍ପର୍କ ଭାଙ୍ଗିବା ପରେ ପୂର୍ଵ ପତ୍ନୀଙ୍କ ସହ ଭଲ ବଣ୍ଡିଂ ଦେଖିବାକୁ ମିଳେ। ପ୍ରଥମେ ଅମୀର ଓ ରୀନା ଦତ୍ତଙ୍କର ଲଭ୍‌ ମ୍ୟାରେଜ୍‌ ହୋଇଥିଲା । କିନ୍ତୁ ବିବାହର ୧୬ ବର୍ଷ ପରେ ଦୁହେଁ ଛାଡପତ୍ର ନେଇଥିଲେ। କହିବାକୁ ଗଲେ ଅମୀରଓ କିରଣଙ୍କର ପ୍ରଥମ ଦେଖା୨୦୦୨ ଫିଲ୍ମ ଲଗନ ସେଟ୍‌ରେ ହୋଇଥିଲା। ଫିଲ୍ମ ରିଲିଜ୍‌ ହେବାର ୧ ବର୍ଷ ପରେ ରୀନା-ଅମୀରଙ୍କ ଛାଡପତ୍ର ହୋଇଯାଇଥିଲା । ଏହି ସମ୍ପର୍କ ଭାଙ୍ଗିବା କାରଣ କିରଣ ରାଓଙ୍କୁ ଅନେକ ଲୋକ ଦାୟୀ କରୁଥିଲେ। ନିକଟରେ ଏକ ସାକ୍ଷାତକାରରେ କିରଣ ଅମୀରଙ୍କ ପ୍ରଥମ ବିବାହ ଭାଙ୍ଗିବାକୁ ନେଇ ନିଜକୁ ଦାୟୀ କରିବାରେ ଅସ୍ଵୀକାର କରିଛନ୍ତି। ସେତେବେଳେ ସେ ଅମୀରଙ୍କ ସହ କଥା ବି ହେଉନଥିଲେ ।ଏନେଇ ସେ କହିଥିଲେ ଅନେକ ଲୋକଙ୍କୁ ଲାଗୁଥିଲା କି ଅମୀର ଓ ମୁଁ ଲଗନ ସେଟ୍‌ରେ କନେକ୍ଟ ହୋଇଥିଲୁ। କିନ୍ତୁ ତାହା ସତ ନୁହେଁ । ଆମେ ଦୁହେଁ ସ୍ଵଦେଶ ଫିଲ୍ମ ସମୟରେ ଦେଖା ହୋଇଥିଲୁ। ସେତେବେଳେ ଅମୀର ମଙ୍ଗଲ ପାଣ୍ଡେର ସୁଟିଂରେ ବ୍ୟସ୍ତ ଥିଲେ । ସେହି ସମୟରେ ଦୁହେଁ ପରସ୍ପରକୁ ଜାଣିଲୁ।ଏ ସବୁ ଲଗନ ଫିଲ୍ମର ୩-୪ ବର୍ଷ ପରେ ପରେ ହିଁ ହୋଇଥିଲା। ତା ପୂ

କିରଣଙ୍କ ଯୋଗୁଁ ଭାଙ୍ଗିଥିଲା ଅମୀରଙ୍କ ପ୍ରଥମ ବିବାହ ! ପୂର୍ବ ପତ୍ନୀ କଲେ ଖୁଲାସା

ମୁମ୍ଵାଇ ୧୩।୦୩: ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ୍‌ । ପର୍ସନାଲ ହେଉ ବା ପ୍ରୋଫେସନାଲ ଲାଇଫ୍‌ରେ ବି ରୁହନ୍ତି ଚର୍ଚ୍ଚାରେ। ସେ ତାଙ୍କ ଜୀବନରେ ଦୁଇଟି ବିବାହ କରିଛନ୍ତି। ତାଙ୍କର ଦୁଇ ପତ୍ନୀଙ୍କ ସହ ଛାଡପତ୍ର ହୋଇସାରିଛି । ହେଲେ ତାଙ୍କ ସମ୍ପର୍କ ଭାଙ୍ଗିବା ପରେ ପୂର୍ଵ ପତ୍ନୀଙ୍କ ସହ ଭଲ ବଣ୍ଡିଂ ଦେଖିବାକୁ ମିଳେ। 

ପ୍ରଥମେ ଅମୀର ଓ ରୀନା ଦତ୍ତଙ୍କର ଲଭ୍‌ ମ୍ୟାରେଜ୍‌ ହୋଇଥିଲା । କିନ୍ତୁ ବିବାହର ୧୬ ବର୍ଷ ପରେ ଦୁହେଁ ଛାଡପତ୍ର ନେଇଥିଲେ। କହିବାକୁ ଗଲେ ଅମୀରଓ କିରଣଙ୍କର ପ୍ରଥମ ଦେଖା୨୦୦୨ ଫିଲ୍ମ ଲଗନ ସେଟ୍‌ରେ ହୋଇଥିଲା। ଫିଲ୍ମ ରିଲିଜ୍‌ ହେବାର ୧ ବର୍ଷ ପରେ ରୀନା-ଅମୀରଙ୍କ ଛାଡପତ୍ର ହୋଇଯାଇଥିଲା । ଏହି ସମ୍ପର୍କ ଭାଙ୍ଗିବା କାରଣ କିରଣ ରାଓଙ୍କୁ ଅନେକ ଲୋକ ଦାୟୀ କରୁଥିଲେ। ନିକଟରେ ଏକ ସାକ୍ଷାତକାରରେ କିରଣ ଅମୀରଙ୍କ ପ୍ରଥମ ବିବାହ ଭାଙ୍ଗିବାକୁ ନେଇ ନିଜକୁ ଦାୟୀ କରିବାରେ ଅସ୍ଵୀକାର କରିଛନ୍ତି। ସେତେବେଳେ ସେ ଅମୀରଙ୍କ ସହ କଥା ବି ହେଉନଥିଲେ ।

ଏନେଇ ସେ କହିଥିଲେ ଅନେକ ଲୋକଙ୍କୁ ଲାଗୁଥିଲା କି ଅମୀର ଓ ମୁଁ ଲଗନ ସେଟ୍‌ରେ କନେକ୍ଟ ହୋଇଥିଲୁ। କିନ୍ତୁ ତାହା ସତ ନୁହେଁ । ଆମେ ଦୁହେଁ ସ୍ଵଦେଶ ଫିଲ୍ମ ସମୟରେ ଦେଖା ହୋଇଥିଲୁ। ସେତେବେଳେ ଅମୀର ମଙ୍ଗଲ ପାଣ୍ଡେର ସୁଟିଂରେ ବ୍ୟସ୍ତ ଥିଲେ । ସେହି ସମୟରେ ଦୁହେଁ ପରସ୍ପରକୁ ଜାଣିଲୁ।

ଏ ସବୁ ଲଗନ ଫିଲ୍ମର ୩-୪ ବର୍ଷ ପରେ ପରେ ହିଁ ହୋଇଥିଲା। ତା ପୂର୍ବରୁ ଆମେ ସମ୍ପର୍କରେ ନଥିଲୁ । କାହିଁକି ନା ସେତେବେଳେ ମୁଁ ଆଉ କାହା ସହ ରିଲେଶନସିପ୍‌ରେ ଥିଲି । ଯେତେବେଳେ ଅମୀର ଏବଂ ମୁଁ ୨୦୦୪ରେ ବାହାରକୁ ବୁଲିବାକୁ ଗଲୁ , ସମସ୍ତଙ୍କୁ ଲାଗିଲା କି ଆମ ସମ୍ପର୍କ ଲଗନ ସେଟ୍‌ରୁ ଆରମ୍ଭ ହୋଇଥିଲା । ଯେଉଁଥିପାଇଁ ଅମୀରଙ୍କ ଛାଡପତ୍ର ହୋଇଥିଲା। କିନ୍ତୁ ସତ ଅଲଗା ହିଁ ଥିଲା। କିରଣ ଆହୁରି କହିଥିଲେ କି ବିବାହ ପୂର୍ବରୁ ଅମୀର କାଉନସିଲିଂ କରିଥିଲେ । ଯେଉଁଥିପାଇଁ ତାଙ୍କ ସମ୍ପର୍କ ଭଲରେ ରହିବ । ଏଥିପାଇଁ ଦୁହେଁ ନିଷ୍ପତ୍ତି ନେଇଥିଲୁ କି ଆମେ ପରସ୍ପର ପ୍ରତି ସଚ୍ଚୋଟ ରହିବୁ ।

ଅଯୋଧ୍ୟାରେ ଭକ୍ତଙ୍କ ପାଇଁ ଉପାସନା ନିର୍ମାଣ କରିବେ ହସ୍ପିଟାଲ, CM ଯୋଗୀଙ୍କ ସହ ସେୟାର କଲେ ଫଟୋ