କିର୍ମିରା ଅନାସ୍ଥା ଭୋଟ ଘଟଣା : ବିଜେଡିର ଅଭିଯୋଗ ବିଜେପି ପୁଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି

ଭୁବନେଶ୍ୱର : କିର୍ମିରା ଅନାସ୍ଥା ଭୋଟ ଘଟଣାରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ଓ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ କହିଥିଲେ ରାଜ୍ୟ ବିଜେପି ସରକାର, କିର୍ମିରା ଅନାସ୍ଥା ଭୋଟରେ ତାଙ୍କ ଦଳର ପରାଜୟ ନିଶ୍ଚିତ ବୋଲି ଜାଣି ନିର୍ବାଚନ ନ କରାଇଦେବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏହି ଷଡ଼ଯନ୍ତ୍ରରେ ଓଡିଶା ଓ […]

କିର୍ମିରା ଅନାସ୍ଥା ଭୋଟ ଘଟଣା : ବିଜେଡିର ଅଭିଯୋଗ ବିଜେପି ପୁଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି
BJP has killed democracy by arming the police

ଭୁବନେଶ୍ୱର : କିର୍ମିରା ଅନାସ୍ଥା ଭୋଟ ଘଟଣାରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ଓ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ କହିଥିଲେ ରାଜ୍ୟ ବିଜେପି ସରକାର, କିର୍ମିରା ଅନାସ୍ଥା ଭୋଟରେ ତାଙ୍କ ଦଳର ପରାଜୟ ନିଶ୍ଚିତ ବୋଲି ଜାଣି ନିର୍ବାଚନ ନ କରାଇଦେବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏହି ଷଡ଼ଯନ୍ତ୍ରରେ ଓଡିଶା ଓ ଛତିଶଗଡ଼ ପୁଲିସକୁ ସାମିଲ କରାଯାଇଛି। ପଞ୍ଚାୟତ ପ୍ରତିନିଧିଙ୍କୁ ପୁଲିସ ଦ୍ୱାରା ଜୋର ଜବରଦସ୍ତ ଅଟକ ରଖି ସେମାନଙ୍କୁ ଅନାସ୍ଥା ଭୋଟରୁ ବିରତ ରଖିଥିଲେ। ନିର୍ବାଚିତ ପ୍ରତିନିଧି ମାନେ ସ୍ୱଇଚ୍ଛାରେ ଆସିଛନ୍ତି ବୋଲି ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଛାଡି ନଥିଲେ।

ସୁଶ୍ରୀ ଦାସ କହିଥିଲେ, ପ୍ରଥମେ ସେମାନେ ଅନାସ୍ଥା ଭୋଟ ନହେଉ ବୋଲି ଚାହୁଁଥିଲେ। ସେଥିପାଇଁ କିର୍ମିରା ପଞ୍ଚାୟତର ଦୁଇ ତୃତୀୟାଂଶ ପଞ୍ଚାୟତ ପ୍ରତିନିଧି ମାନେ ଅନାସ୍ଥା ନୋଟିସ ଦେବା ସତ୍ତ୍ବେ ପ୍ରଶାସନ ଅନାସ୍ଥା ଭୋଟ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ୱନ କରୁଥିଲା। ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରି ଜାନୁଆରୀ ୧୦ ତାରିଖ ସୁଦ୍ଧା ନିର୍ବାଚନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ଆସନ୍ନ ଜାଣି ଗୁଣ୍ଡା ମାନଙ୍କ ଦ୍ୱାରା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଥିଲା। ସମସ୍ତ ଉଦ୍ୟମରେ ବିଫଳ ହେବା ପରେ ପୁଲିସକୁ ଗୁଣ୍ଡା ଭୂମିକାରେ ନିୟୋଜିତ କରାଯାଇଥିଲା। ଲଇକେରା ଆଇଆଇସି ଆମ କଲ୍ୟାଣ ମଣ୍ଡପକୁ ବିନା ସର୍ଚ୍ଚ ୱାରେଣ୍ଟରେ କିଛି ଅସାମାଜିକ ବ୍ୟକ୍ତିଙ୍କ ସହ ଯାଇ ସର୍ଚ୍ଚ କରିଥିଲେ, ଯେଉଁଥିରୁ ସରକାରରେ ଥିବା ଦଳର ଅସହାୟତା ସ୍ପଷ୍ଟ ବାରି ହୋଇପଡୁଛି।

ପରେ ଓଡିଶା ପୁଲିସର ଏକ ଟିମ୍‌ ଛତିଶଗଡ଼ ଯାଇ ସେମାନଙ୍କୁ ଜୋର ଜବରଦସ୍ତ ଅଟକ ରଖିଥିଲା, ପରେ ସେମାନଙ୍କୁ ଛତିଶଗଡ଼ ପୁଲିସକୁ ହସ୍ତାନ୍ତର କରିଥିଲା। ସେମାନଙ୍କୁ ଅଟକ ରଖାଯାଇଛି ବୋଲି ଜାଣିବା ପରେ ମୁଁ ମୋର ଭାଇ ବିଶାଲ ଦାସଙ୍କୁ ସେଠାକୁ ପଠାଇଥିଲି, କିନ୍ତୁ ପୁଲିସ ତାଙ୍କୁ ମଧ୍ୟ ଅଟକ ରଖିଥିଲା। ଚବିଶ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ସେମାନଙ୍କୁ ଅଟକ ରଖାଯାଇଥିଲା। ବିଜେପି ପୁଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି। ବିଜେପିର ସତସାହସ ଥିଲେ ଦୁଇ ଦିନ ଭିତରେ ନିର୍ବାଚନ କରନ୍ତୁ।

ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ଡଃ ସସ୍ମିତ ପାତ୍ର କହିଥିଲେ, ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦଳ ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ ଗଠନ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏହି ଟିମ୍‌ ଗଠନ ହୋଇଛି ଓ ଅତିଶୀଘ୍ର ଏହି ଟିମ୍‌ ସେଠାକୁ ଯିବ ଓ ସମଗ୍ର ଘଟଣାର ତଥ୍ୟ ସଂଗ୍ରହ କରି ଦଳର ସଭାପତିଙ୍କ ନିକଟରେ ଉପସ୍ଥାପନ କରିବେ।