କିଷାନ କ୍ରେଡିଟ କାର୍ଡରେ ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ, ଜାଣନ୍ତୁ ସୁଧ ହାର କେତେ?
ନୂଆଦିଲ୍ଲୀ ୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ ‘କିଷାନ କ୍ରେଡିଟ କାର୍ଡ’ରେ ମିଳୁଥିବା ଋଣର ସୀମାକୁ ବଢାଇ ୫ ଲକ୍ଷ ଟଙ୍କା କରିଦେଇଛନ୍ତି। ପୂର୍ବରୁ ଏହି ଋଣ ସୀମା ୩ ଲକ୍ଷ ଟଙ୍କା ଥିଲା ଏଥିରେ ଏବେ ଆଉ ୨ ଲକ୍ଷଟଙ୍କା ବଢାଯାଇଛି। ଫଳରେ ମୋଟ ଋଣ ସୀମା ୫ ଲକ୍ଷ ଟଙ୍କା ହୋଇଯାଇଛି। ତେବେ ଆପଣ ଜାଣନ୍ତିକି କିଷାନ କ୍ରେଡିଟ କାର୍ଟ ବ୍ୟବହାର କରି ଦେଶର କୋଟି କୋଟି କୃଷକ ଚାଷ ଖର୍ଚ୍ଚ ତୁଲେଇବା ପାଇଁ ଲକ୍ଷଲକ୍ଷ ଟଙ୍କା ଋଣ ନିଅନ୍ତି, ତେବେ ଏଥି ପାଇଁ ସେମାନଙ୍କୁ କେତେ ସୁଧ ଦେବାକୁ ପଡେ? କିଷାନ କ୍ରେଡିଟ କାର୍ଡର ଇଣ୍ଟରେଷ୍ଟ ହାର କେତେ ଆସନ୍ତୁ ଜାଣିବା। ପୂର୍ବରୁ କିଷାନ କ୍ରେଡିଟ କାର୍ଡରେ ଚାଷୀଙ୍କୁ ବାର୍ଷିକ ୭ ପ୍ରତିଶତ ସୁଧହାରରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରୁଥିଲା। ଏହି ଋଣ ୫ ବର୍ଷ ପାଇଁ ଦିଆଯାଏ। ଯଦି କୌଣସି ଚାଷୀ ଏହି ଋଣକୁ ନିର୍ଦ୍ଧାରିତ ସମୟରେ ପରିଷୋଧ କରିଦିଅନ୍ତି ତାଙ୍କୁ ସରକାରଙ୍କ ପକ୍ଷରୁ ସୁଧ ଉପରେ ସବସିଡି ଦିଆଯାଏ। ନିର୍ଦ୍ଧାରିତ ସମୟରେ ଋଣ ପରିଷୋଧ କରିଦେଲେ ସରକାରଙ୍କ ପକ୍ଷରୁ ୭ ପ୍ରତିଶତ ସୁଧହାରରେ ୩ ପ୍ରତିଶତ ସବସିଡି ମିଳେ। ଅର୍ଥାତ ଚାଷୀ କ୍ରେଡିଟ କାର୍ଡରେ ଋଣ କଲେ ୭ ପ୍ରତିଶତ ସୁଧହାର ବଦଳେ ୪ ପ୍ରତିଶତ ସୁଧହାରରେ ଋଣ ସୁଝିବାକୁ ପଡେ। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ୧୯୯୮ ମସିହାରେ ଦେଶରେ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ କାର୍ଡର ପ୍ରଚଳନ କରିଥିଲେ। ଚାଷ ସମ୍
ନୂଆଦିଲ୍ଲୀ ୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ ‘କିଷାନ କ୍ରେଡିଟ କାର୍ଡ’ରେ ମିଳୁଥିବା ଋଣର ସୀମାକୁ ବଢାଇ ୫ ଲକ୍ଷ ଟଙ୍କା କରିଦେଇଛନ୍ତି। ପୂର୍ବରୁ ଏହି ଋଣ ସୀମା ୩ ଲକ୍ଷ ଟଙ୍କା ଥିଲା ଏଥିରେ ଏବେ ଆଉ ୨ ଲକ୍ଷଟଙ୍କା ବଢାଯାଇଛି। ଫଳରେ ମୋଟ ଋଣ ସୀମା ୫ ଲକ୍ଷ ଟଙ୍କା ହୋଇଯାଇଛି। ତେବେ ଆପଣ ଜାଣନ୍ତିକି କିଷାନ କ୍ରେଡିଟ କାର୍ଟ ବ୍ୟବହାର କରି ଦେଶର କୋଟି କୋଟି କୃଷକ ଚାଷ ଖର୍ଚ୍ଚ ତୁଲେଇବା ପାଇଁ ଲକ୍ଷଲକ୍ଷ ଟଙ୍କା ଋଣ ନିଅନ୍ତି, ତେବେ ଏଥି ପାଇଁ ସେମାନଙ୍କୁ କେତେ ସୁଧ ଦେବାକୁ ପଡେ? କିଷାନ କ୍ରେଡିଟ କାର୍ଡର ଇଣ୍ଟରେଷ୍ଟ ହାର କେତେ ଆସନ୍ତୁ ଜାଣିବା।
ପୂର୍ବରୁ କିଷାନ କ୍ରେଡିଟ କାର୍ଡରେ ଚାଷୀଙ୍କୁ ବାର୍ଷିକ ୭ ପ୍ରତିଶତ ସୁଧହାରରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରୁଥିଲା। ଏହି ଋଣ ୫ ବର୍ଷ ପାଇଁ ଦିଆଯାଏ। ଯଦି କୌଣସି ଚାଷୀ ଏହି ଋଣକୁ ନିର୍ଦ୍ଧାରିତ ସମୟରେ ପରିଷୋଧ କରିଦିଅନ୍ତି ତାଙ୍କୁ ସରକାରଙ୍କ ପକ୍ଷରୁ ସୁଧ ଉପରେ ସବସିଡି ଦିଆଯାଏ। ନିର୍ଦ୍ଧାରିତ ସମୟରେ ଋଣ ପରିଷୋଧ କରିଦେଲେ ସରକାରଙ୍କ ପକ୍ଷରୁ ୭ ପ୍ରତିଶତ ସୁଧହାରରେ ୩ ପ୍ରତିଶତ ସବସିଡି ମିଳେ। ଅର୍ଥାତ ଚାଷୀ କ୍ରେଡିଟ କାର୍ଡରେ ଋଣ କଲେ ୭ ପ୍ରତିଶତ ସୁଧହାର ବଦଳେ ୪ ପ୍ରତିଶତ ସୁଧହାରରେ ଋଣ ସୁଝିବାକୁ ପଡେ।
ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ୧୯୯୮ ମସିହାରେ ଦେଶରେ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ କାର୍ଡର ପ୍ରଚଳନ କରିଥିଲେ। ଚାଷ ସମ୍ପର୍କିତ ସମସ୍ତ ଜରୁରି କାମ ଲାଗି ଚାଷୀ ଏହି କାର୍ଡର ବ୍ୟବହାର କରି ଆର୍ଥିକ ସହାୟତା ପାଉଛନ୍ତି। ଏହାଦ୍ୱାରା ସେମାନେ ଚାଷ ଉପକରଣ, ବିହନ, ସାର ଓ କୀଟନାଶକ ଆଦି କ୍ରୟ ନିମନ୍ତେ ଋଣ ପାଇଥାନ୍ତି। ଦେଶରେ ଏବେ ୭.୫ କୋଟି ଚାଷୀ କିଷାନ କ୍ରେଡିଟ କାର୍ଡରୁ ଲାଭବାନ ହେଉଛନ୍ତି। କିଷାନ କ୍ରେଡିଟ କାର୍ଡ କରିବା ପାଇଁ ଅନଲାଇନ ଆବେଦନ କରିବାକୁ ପଡେ। ଏହା ଛଡା ଚାଷୀ ତାଙ୍କ ନିକଟତମ ବ୍ୟାଙ୍କକୁ ଯାଇ ମଧ୍ୟ କିଷାନ କ୍ରେଡିଟ କାର୍ଡ ପାଇଁ ଆବେଦନ କରିପାରିବେ।