କପାମଣ୍ଡି ମେଶିନରେ ଶ୍ରମିକଙ୍କ ହାତ କଟିଗଲା
ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି କପାମଣ୍ଡିରେ କାମ କରୁଥିବା ବେଳେ ମଙ୍ଗଳବାର ଜଣେ ଶ୍ରମିକଙ୍କ ଡ଼ାହାଣ ହାତ ପାପୁଲି କଟି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କୋରାପୁଟ ଜିଲା ଦଶମନ୍ତପୁର ଗ୍ରାମର କବିନାଥ ଗୌଡ (୨୬)। କବିନାଥ କାମ କରୁଥିବା ବେଳେ କପା ପ୍ରୋସେଶିଂ ୟୁନିଟ ମେଶିନରେ ତାଙ୍କ ଅସାବଧନତା ହେତୁ ନିଜ ଡ଼ାହାଣ ହାତ ପାପୁଲି ପଶିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।କବିନାଥ ୨ ମାସ ହେଲା ଦିଗପହଣ୍ଡି କପାମଣ୍ଡିରେ […] The post କପାମଣ୍ଡି ମେଶିନରେ ଶ୍ରମିକଙ୍କ ହାତ କଟିଗଲା appeared first on Dharitri Odia News.
ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି କପାମଣ୍ଡିରେ କାମ କରୁଥିବା ବେଳେ ମଙ୍ଗଳବାର ଜଣେ ଶ୍ରମିକଙ୍କ ଡ଼ାହାଣ ହାତ ପାପୁଲି କଟି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କୋରାପୁଟ ଜିଲା ଦଶମନ୍ତପୁର ଗ୍ରାମର କବିନାଥ ଗୌଡ (୨୬)। କବିନାଥ କାମ କରୁଥିବା ବେଳେ କପା ପ୍ରୋସେଶିଂ ୟୁନିଟ ମେଶିନରେ ତାଙ୍କ ଅସାବଧନତା ହେତୁ ନିଜ ଡ଼ାହାଣ ହାତ ପାପୁଲି ପଶିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।କବିନାଥ ୨ ମାସ ହେଲା ଦିଗପହଣ୍ଡି କପାମଣ୍ଡିରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି।
The post କପାମଣ୍ଡି ମେଶିନରେ ଶ୍ରମିକଙ୍କ ହାତ କଟିଗଲା appeared first on Dharitri Odia News.