‘ଜଷ୍ଟିସ୍ ଶେଖର ଯାଦବଙ୍କ ନିଯୁକ୍ତିକୁ ବିରୋଧ କରିଥିଲି’, ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ବଡ଼ ଖୁଲାସା
ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶେଖର କୁମାର ଯାଦବଙ୍କୁ ନେଇ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏକ ବଡ଼ ଖୁଲାସା କରିଛନ୍ତି । ପୂର୍ବତନ ସିଜେଆଇ କହିଛନ୍ତି ଯେ ଜଷ୍ଟିସ ଯାଦବଙ୍କ ନିଯୁକ୍ତିକୁ ନେଇ ସେ ଆରମ୍ଭରୁ ବିରୋଧ କରିଥିଲେ । ଏଥିପାଇଁ ସେ ତତ୍କାଳୀନ ସିଜେଆଇଙ୍କୁ ଚିଠି ମଧ୍ୟ ଲେଖିଥିଲେ । ବିଶ୍ୱ ହିନ୍ଦୁ ପରିଷଦର ଏକ କାର୍ଯ୍ୟକ୍ରମରେ କଥିତ ରୂପେ ମୁସଲମାନଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରି ନ୍ୟାୟଧୀଶ ଶେଖର କୁମାର ଯାଦବ ବିବାଦରେ ଅଛନ୍ତି । ଏହି ମାମଲାରେ ଜଜ୍ ଶେଖର କୁମାର ସୁପ୍ରିମକୋର୍ଟଙ୍କ କଲେଜିଅମ ଆଗରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ । ଲାଇଭ୍ ଲ୍’ ସହ ସାକ୍ଷତକାରରେ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତତ୍କାଳୀନ ସିଜେଆଇ ରଞ୍ଜନ ଗୋଗୋଇ ସଭାପତି କରୁଥିବା କଲେଜିଅମକୁ ଚିଠି ଲେଖି ଶେଖର କୁମାର ଯାଦବଙ୍କ ନିଯୁକ୍ତି ଉପରେ କଡ଼ା ବିରୋଧ କରିଥିଲେ ।ପୂର୍ବତନ ସିଜେଆଇ କହିଛନ୍ତି, ‘ଏହା ସତ ଯେ ଶେଖର କୁମାର ଯାଦବଙ୍କ ସହ ମୁଁ ଅନ୍ୟ କିଛି ଜଣଙ୍କ ନାଁକୁ ମଧ୍ୟ ବିରୋଧ କରିଥିଲି । ଏହା ପଛକ କାରଣ ଥିଲା ନେପୋଟିଜମ, ସମ୍ପର୍କ ଏବଂ ଅନୁଗ୍ରହ ।‘ ତେବେ, ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୌଣସି ନ୍ୟାୟଧୀଶଙ୍କ ସମ୍ପର୍କୀୟ ହେବା ଆଯୋଗ୍ୟତାର କାରଣ ନୁହେଁ । କିନ୍ତୁ ନିଯୁକ୍ତି ଯୋଗ୍ୟତା ଆଧାରରେ ହେବା ଦରକାର ।ଜଷ୍ଟିସ୍ ଶେଖର କୁମାର ଯାଦବଙ୍କ ବିବାଦୀୟ ବୟାନ ଉପରେ ଟିପ୍ପଣୀ କରି ସେ କ
ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶେଖର କୁମାର ଯାଦବଙ୍କୁ ନେଇ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏକ ବଡ଼ ଖୁଲାସା କରିଛନ୍ତି । ପୂର୍ବତନ ସିଜେଆଇ କହିଛନ୍ତି ଯେ ଜଷ୍ଟିସ ଯାଦବଙ୍କ ନିଯୁକ୍ତିକୁ ନେଇ ସେ ଆରମ୍ଭରୁ ବିରୋଧ କରିଥିଲେ । ଏଥିପାଇଁ ସେ ତତ୍କାଳୀନ ସିଜେଆଇଙ୍କୁ ଚିଠି ମଧ୍ୟ ଲେଖିଥିଲେ । ବିଶ୍ୱ ହିନ୍ଦୁ ପରିଷଦର ଏକ କାର୍ଯ୍ୟକ୍ରମରେ କଥିତ ରୂପେ ମୁସଲମାନଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରି ନ୍ୟାୟଧୀଶ ଶେଖର କୁମାର ଯାଦବ ବିବାଦରେ ଅଛନ୍ତି । ଏହି ମାମଲାରେ ଜଜ୍ ଶେଖର କୁମାର ସୁପ୍ରିମକୋର୍ଟଙ୍କ କଲେଜିଅମ ଆଗରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ ।
ଲାଇଭ୍ ଲ୍’ ସହ ସାକ୍ଷତକାରରେ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତତ୍କାଳୀନ ସିଜେଆଇ ରଞ୍ଜନ ଗୋଗୋଇ ସଭାପତି କରୁଥିବା କଲେଜିଅମକୁ ଚିଠି ଲେଖି ଶେଖର କୁମାର ଯାଦବଙ୍କ ନିଯୁକ୍ତି ଉପରେ କଡ଼ା ବିରୋଧ କରିଥିଲେ ।
ପୂର୍ବତନ ସିଜେଆଇ କହିଛନ୍ତି, ‘ଏହା ସତ ଯେ ଶେଖର କୁମାର ଯାଦବଙ୍କ ସହ ମୁଁ ଅନ୍ୟ କିଛି ଜଣଙ୍କ ନାଁକୁ ମଧ୍ୟ ବିରୋଧ କରିଥିଲି । ଏହା ପଛକ କାରଣ ଥିଲା ନେପୋଟିଜମ, ସମ୍ପର୍କ ଏବଂ ଅନୁଗ୍ରହ ।‘ ତେବେ, ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୌଣସି ନ୍ୟାୟଧୀଶଙ୍କ ସମ୍ପର୍କୀୟ ହେବା ଆଯୋଗ୍ୟତାର କାରଣ ନୁହେଁ । କିନ୍ତୁ ନିଯୁକ୍ତି ଯୋଗ୍ୟତା ଆଧାରରେ ହେବା ଦରକାର ।
ଜଷ୍ଟିସ୍ ଶେଖର କୁମାର ଯାଦବଙ୍କ ବିବାଦୀୟ ବୟାନ ଉପରେ ଟିପ୍ପଣୀ କରି ସେ କହିଛନ୍ତି, 'ଜଣେ ସିଟିଂ ଜଜ୍ କୋର୍ଟ ଭିତରେ ହେଉ କି ବାହାରେ, କଣ କହୁଛନ୍ତି ସେଥିପ୍ରତି ଯତ୍ନବାନ ରହିବା ଦରକାର । ନ୍ୟାୟଧୀଶଙ୍କ ବୟାନ ନ୍ୟାୟପାଳିକାର ସ୍ୱୟତ୍ତତା ଉପରେ ସନ୍ଦେହ ସୃଷ୍ଟି ନକରିବା ଦରକାର ।'
ଉଲ୍ଲେଖଯୋଗ୍ୟ ଯେ ଡିସେମ୍ୱର ୮ରେ ବିଶ୍ୱ ହିନ୍ଦୁ ପରିଷଦର ଲିଗାଲ୍ ସେଲ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଶେଖର କୁମାର କହିଥିଲେ ଯେ ଦେଶର ଆଇନ ସଂଖ୍ୟାଗରିଷ୍ଠଙ୍କ ହିସାବରେ ଚାଲିବ । କାରଣ ଘର ହେଉ ବା ସମାଜ ବହୁମତକୁ ଗ୍ରହଣ କରାଯାଏ । ଏହା ବ୍ୟତୀତ ସେ ଦେଶର ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁଙ୍କ ପାଇଁ କଠମୁଲ୍ଲା ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ । ଜଜ୍ଙ୍କ ଏଭଳି ଟିପ୍ପଣୀ ଉପରେ ଆଇନଜୀବୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଆପତ୍ତି ଉଠାଇଥିଲେ ।