ପୁଣି ଆସିଲା ବିମାନ ଉଡ଼ାଇଦେବାକୁ ଧମକ ! ଦିନକରେ ଇଣ୍ଡିଗୋ ସମେତ ୨୦ ଏୟାରଲାଇନ୍ସକୁ ଆସିଲା ମେସେଜ୍‌

ନୂଆଦିଲ୍ଲୀ: କ୍ରମାଗତ ୫ଦିନ ଧରି ଆସୁଛି ବିମାନରେ ବୋମା ଧମକ। ଅକ୍ଟୋବର ୨୦ ରବିବାର ଅତି କମରେ ୨୦ଟି ଏୟାର ଲାଇନ୍ସକୁ ମିଳିଛି ବୋମା ଧମକ। ଯେଉଁଥିରେ ରହିଛି ୬ ଇଣ୍ଡିଗୋ ଫ୍ଲାଇଟ୍‌। ଏହି ସମୟରେ ରବିବାର (20 ଅକ୍ଟୋବର 2024) ରେ ୬ଟି ଇଣ୍ଡିଗୋ ବିମାନକୁ ବୋମା ଧମକ ଦିଆଯାଇଛି, ସେଥିମଧ୍ୟରୁ ତିନୋଟି ଅନ୍ତର୍ଜାତୀୟ ବିମାନ।ଧମକ ପାଇଥିବା ବିମାନ- ଜେଡଡା-ମୁମ୍ବାଇ 6E 58, ଦିଲ୍ଲୀ-ଇସ୍ତାନବୁଲ 6E 11, ମୁମ୍ବାଇ- ଇସ୍ତାନବୁଲ 6E 17, କୋଜିକୋଡେ- 6E 87, ପୁଣେ- ଯୋଧପୁର 6E 133, ଗୋଆ-ଅହମ୍ମଦାବାଦ 6E 112ଇଣ୍ଡିଗୋର ପୁଣେ-ଯୋଧପୁର ବିମାନ 6E133 ବୋମା ଧମକ ପାଇବା ପରେ ଯୋଧପୁର ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନବନ୍ଦରରେ ବିମାନ ଏବଂ ଯାତ୍ରୀଙ୍କ ଯାଞ୍ଚ କରାଯାଉଛି। ଅଗ୍ନିଶମ ବାହିନୀ, ଡଗ ସ୍କ୍ୱାଡ, ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି।ଇଣ୍ଡିଗୋ ଏକ ବିବୃତ୍ତି ଜାରି କରି କହିଛି "ସମସ୍ତ ବିମାନ ଉପରେ ଆମେ ନଜର ରଖିଛୁ କିନ୍ତୁ ଏବେ ବିପଦମୁକ୍ତ ହୋଇଛି। ଆମ ପାଇଁ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷା ହେଉଛି ପ୍ରଥମ ପ୍ରାଥମିକତା। ଆମେ ସମ୍ପୃକ୍ତ ଅଧିକାରୀଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ ଏବଂ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛୁ। ସତର୍କତା ଅବଲମ୍ବନ କରୁଛି।ଆକାସା ଏୟାର ମୁଖପାତ୍ର କହିଛନ୍ତି, "ଅକ୍ଟୋବର 20 ରେ ସୁରକ୍ଷା ଦୃଷ୍ଟିରୁ ୬ଟି ଆକାସା ଏୟାର ବିମାନକୁ ସତର୍କ କରାଯାଇଥିଲା। QP

ପୁଣି ଆସିଲା ବିମାନ ଉଡ଼ାଇଦେବାକୁ ଧମକ ! ଦିନକରେ ଇଣ୍ଡିଗୋ ସମେତ ୨୦ ଏୟାରଲାଇନ୍ସକୁ ଆସିଲା ମେସେଜ୍‌

ନୂଆଦିଲ୍ଲୀ: କ୍ରମାଗତ ୫ଦିନ ଧରି ଆସୁଛି ବିମାନରେ ବୋମା ଧମକ। ଅକ୍ଟୋବର ୨୦ ରବିବାର ଅତି କମରେ ୨୦ଟି ଏୟାର ଲାଇନ୍ସକୁ ମିଳିଛି ବୋମା ଧମକ। ଯେଉଁଥିରେ ରହିଛି ୬ ଇଣ୍ଡିଗୋ ଫ୍ଲାଇଟ୍‌। ଏହି ସମୟରେ ରବିବାର (20 ଅକ୍ଟୋବର 2024) ରେ ୬ଟି ଇଣ୍ଡିଗୋ ବିମାନକୁ ବୋମା ଧମକ ଦିଆଯାଇଛି, ସେଥିମଧ୍ୟରୁ ତିନୋଟି ଅନ୍ତର୍ଜାତୀୟ ବିମାନ।

ଧମକ ପାଇଥିବା ବିମାନ- 

ଜେଡଡା-ମୁମ୍ବାଇ 6E 58, ଦିଲ୍ଲୀ-ଇସ୍ତାନବୁଲ 6E 11, ମୁମ୍ବାଇ- ଇସ୍ତାନବୁଲ 6E 17, କୋଜିକୋଡେ- 6E 87, ପୁଣେ- ଯୋଧପୁର 6E 133, ଗୋଆ-ଅହମ୍ମଦାବାଦ 6E 112

ଇଣ୍ଡିଗୋର ପୁଣେ-ଯୋଧପୁର ବିମାନ 6E133 ବୋମା ଧମକ ପାଇବା ପରେ ଯୋଧପୁର ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନବନ୍ଦରରେ ବିମାନ ଏବଂ ଯାତ୍ରୀଙ୍କ ଯାଞ୍ଚ କରାଯାଉଛି। ଅଗ୍ନିଶମ ବାହିନୀ, ଡଗ ସ୍କ୍ୱାଡ, ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଇଣ୍ଡିଗୋ ଏକ ବିବୃତ୍ତି ଜାରି କରି କହିଛି "ସମସ୍ତ ବିମାନ ଉପରେ ଆମେ ନଜର ରଖିଛୁ କିନ୍ତୁ ଏବେ ବିପଦମୁକ୍ତ ହୋଇଛି। ଆମ ପାଇଁ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷା ହେଉଛି ପ୍ରଥମ ପ୍ରାଥମିକତା। ଆମେ ସମ୍ପୃକ୍ତ ଅଧିକାରୀଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ ଏବଂ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛୁ। ସତର୍କତା ଅବଲମ୍ବନ କରୁଛି।

ଆକାସା ଏୟାର ମୁଖପାତ୍ର କହିଛନ୍ତି, "ଅକ୍ଟୋବର 20 ରେ ସୁରକ୍ଷା ଦୃଷ୍ଟିରୁ ୬ଟି ଆକାସା ଏୟାର ବିମାନକୁ ସତର୍କ କରାଯାଇଥିଲା। QP 1102 ଅହମ୍ମଦାବାଦରୁ ମୁମ୍ବାଇ, QP 1378 ଦିଲ୍ଲୀରୁ ଗୋଆ, QP 1385 ମୁମ୍ବାଇରୁ ବାଗଡୋଗ୍ରା।