ସ୍ବାତୀ ମାଲିଓ୍ବାଲଙ୍କ ମାମଲାରେ କେଜ୍‌ରିଓ୍ବାଲ ଚୁପ୍‌ କାହିଁକି: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୩ା୫: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏଏପିର ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ସହ ଅସଦାଚରଣ ତଥା ଆକ୍ରମଣ ମାମଲାରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ କେଜ୍‌ରିଓ୍ବାଲ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି ବୋଲି ସ୍ମୃତି ପଚାରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ। ଭାଜପା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସ୍ମୃତି କହିଛନ୍ତି, ତାଙ୍କ ବ୍ୟତୀତ ସ୍ବାତୀଙ୍କୁ ପିଟିବା ସମୟରେ କେଜ୍‌ରିଓ୍ବାଲଙ୍କ ବାସଭବନରେ […] The post ସ୍ବାତୀ ମାଲିଓ୍ବାଲଙ୍କ ମାମଲାରେ କେଜ୍‌ରିଓ୍ବାଲ ଚୁପ୍‌ କାହିଁକି: ସ୍ମୃତି ଇରାନୀ appeared first on Dharitri Odia News.

ସ୍ବାତୀ ମାଲିଓ୍ବାଲଙ୍କ ମାମଲାରେ କେଜ୍‌ରିଓ୍ବାଲ ଚୁପ୍‌ କାହିଁକି: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୩ା୫: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏଏପିର ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ସହ ଅସଦାଚରଣ ତଥା ଆକ୍ରମଣ ମାମଲାରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ କେଜ୍‌ରିଓ୍ବାଲ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି ବୋଲି ସ୍ମୃତି ପଚାରିଛନ୍ତି।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ।

ଭାଜପା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସ୍ମୃତି କହିଛନ୍ତି, ତାଙ୍କ ବ୍ୟତୀତ ସ୍ବାତୀଙ୍କୁ ପିଟିବା ସମୟରେ କେଜ୍‌ରିଓ୍ବାଲଙ୍କ ବାସଭବନରେ ପରିବାରର କେଉଁ ସଦସ୍ୟ ଏବଂ କର୍ମଚାରୀ ଉପସ୍ଥିତ ଥିଲେ, କେବଳ ମାଲିଓ୍ବାଲ ଏବଂ କେଜ୍‌ରିଓ୍ବାଲ ଏହି ସୂଚନା ଦେଇପାରିବେ। ’

ସ୍ମୃତି ଅନେକ ପ୍ରଶ୍ନ ପଚାରିଛନ୍ତି। ବାସଭବନରେ କେଜ୍‌ରିଓ୍ବାଲଙ୍କ ଉପସ୍ଥିତିରେ ସ୍ବାତୀଙ୍କୁ କାହିଁକି ପିଟା ଯାଇଥିଲା? କେଜ୍‌ରିଓ୍ବାଲ ଏପର୍ଯ୍ୟନ୍ତ କାହିଁକି ସ୍ପଷ୍ଟ କଥା କହୁନାହାନ୍ତି। ଲୋକମାନେ ଏପର୍ଯ୍ୟନ୍ତ ଏହାର ଉତ୍ତର ପାଇପାରିନାହାନ୍ତି।

ଅନ୍ୟପକ୍ଷରେ ଏକ ସାକ୍ଷାତକାରରେ କେଜ୍‌ରଓ୍ବାଲ କହିଛନ୍ତି, ସେ ଏହି ଘଟଣାର ନିରପେକ୍ଷ ତଦନ୍ତ ଚାହୁଁଛନ୍ତି।

The post ସ୍ବାତୀ ମାଲିଓ୍ବାଲଙ୍କ ମାମଲାରେ କେଜ୍‌ରିଓ୍ବାଲ ଚୁପ୍‌ କାହିଁକି: ସ୍ମୃତି ଇରାନୀ appeared first on Dharitri Odia News.