୩ ଦିନ ହେଲା ଅଟକି ରହିଛି ଭାରୀଯାନ: ଗୁଗଲ ମ୍ୟାପ ଦେଖି ଫସିଲା ଗାଡି

ଦାରିଙ୍ଗବାଡି, ୯।୧୨ (ଅରୁଣ ସାହୁ):ଗତ ୩ ଦିନ ହେଲା ଏକ ଭାରୀଯାନ ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିରେ ଅଟକି ରହିଛି। ଫଳରେ ଉକ୍ତ ରାସ୍ତା ଦେଇ ଗାଡି ଚଳାଚଳରେ ସମସ୍ୟା ଦେଖାଯାଇଛି। ପ୍ରକାଶ ଯେ, ଶନିବାର ଏକ ଚାଉଳ ବୋଝେଇ ଟ୍ରକ ରୟପୁର ଯିବାକୁ ଗଞ୍ଜାମ ସୋରଡ଼ା ଦେଇ ଗାଜଲବାଡି ଘାଟିର ଅଣ ଓସାରିଆ ରାସ୍ତାରେ ଆସୁଥିଲା। ତେବେ ଏକ ବୁଲାଣି ରାସ୍ତାରେ ଭାରୀଯାନଟି ବୁଲେଇ ନ ପାରିବା ସହ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଫଳରେ […] The post ୩ ଦିନ ହେଲା ଅଟକି ରହିଛି ଭାରୀଯାନ: ଗୁଗଲ ମ୍ୟାପ ଦେଖି ଫସିଲା ଗାଡି appeared first on Dharitri Odia News.

୩ ଦିନ ହେଲା ଅଟକି ରହିଛି ଭାରୀଯାନ: ଗୁଗଲ ମ୍ୟାପ ଦେଖି ଫସିଲା ଗାଡି

ଦାରିଙ୍ଗବାଡି, ୯।୧୨ (ଅରୁଣ ସାହୁ):ଗତ ୩ ଦିନ ହେଲା ଏକ ଭାରୀଯାନ ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିରେ ଅଟକି ରହିଛି। ଫଳରେ ଉକ୍ତ ରାସ୍ତା ଦେଇ ଗାଡି ଚଳାଚଳରେ ସମସ୍ୟା ଦେଖାଯାଇଛି। ପ୍ରକାଶ ଯେ, ଶନିବାର ଏକ ଚାଉଳ ବୋଝେଇ ଟ୍ରକ ରୟପୁର ଯିବାକୁ ଗଞ୍ଜାମ ସୋରଡ଼ା ଦେଇ ଗାଜଲବାଡି ଘାଟିର ଅଣ ଓସାରିଆ ରାସ୍ତାରେ ଆସୁଥିଲା। ତେବେ ଏକ ବୁଲାଣି ରାସ୍ତାରେ ଭାରୀଯାନଟି ବୁଲେଇ ନ ପାରିବା ସହ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଫଳରେ ସେହି ରାସ୍ତାରେ ଯାତ୍ରୀବାହୀ ବସ ସମେତ ବିଭିନ୍ନ ଗାଡି ଚଳାଚକ ଠପ ହୋଇଯାଇଥିଲା। ଘାଟିର ବୁଲାଣିକୁ ମାଟି ଜେସିବି ସାହାଯ୍ୟରେ ଖୋଳିବା ପରେ ବସ ଚଳାଚକ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛି। ପୁଣି ରବିବାର ଉକ୍ତ ଟ୍ରକ ସହ ଏକ ପର୍ଯ୍ୟଟକଙ୍କ ବସ ଦାରିଙ୍ଗବାଡିରୁ ଫେରିବା ବେଳେ ଉକ୍ତ ଭାରୀଯାନ ସହ ଲାଗିଯିବାରୁ ସେହିରାସ୍ତା ପୁଣି ଗାଡି ଚଳାଚକ ବନ୍ଦ ହୋଇଯାଇଥିଲା।
ଘଟଣାରୁ ଜଣାପଡିଛି ଯେ, ଉକ୍ତ ଟ୍ରକଟି ବିଶାଖୋଟଣାରୁ ରାୟପୁର ଯିବାକୁ ଏହି ସୋରଡ଼ା, ଗାଜଲବାଡି ଘାଟି ରାସ୍ତା ସଟକଟ ରାସ୍ତା ବୋଲି ଗୁଗୁଲି ମ୍ୟାପ ରୁ ଦେଖି ଆସିଥିଲେ ସେ ଭାରୀଯାନ ଚାଳକ ରାୟପୁରକୁ ଶୀଘ୍ର ପହଞ୍ଚିବ ଭାବି ଏହି ରାସ୍ତାରେ ଆସି ଘାଟିରେ ଫସିଯାଇଛନ୍ତି ବୋଲି କହିଛନ୍ତି। ଗୁଗଲ ମ୍ୟାପରେ ତାଙ୍କୁ ଏହି ସଂକୀର୍ଣ୍ଣ ଅଣଓସାରିଆ ରାସ୍ତାଟି ଦେଖାଇଥିଲା, ଯାହାକି ଉକ୍ତ ଘାଟି ଜାତୀୟରାଜଥ ପକ୍ଷରୁ ପ୍ରାୟ ୭ ଶହ କୋଟି ବ୍ୟବରାଦ କରାଯାଇଥିଲେ ସୁଧା ଜାତୀୟରାଜପଥ ପ୍ରାଧିକରଣ ବିଭାଗ ଆଜି ପର୍ଯ୍ୟନ୍ତ ଉକ୍ତ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇପାରିନି। ଫଳରେ ଉକ୍ତ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ସେହି ରାସ୍ତାରେ କେବଳ ଭାରୀଯାନ ଚଳାଚଳ କରିବାକୁ ବାରଣ କରାଯାଇ ବୋର୍ଡ ଲଗାଯାଇଛି। କିନ୍ତୁ କିଭଳି ସେହି ରାସ୍ତାରେ ଭାରୀଯାନ ଯାତାୟତକୁ ରୋକିବା ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି।

The post ୩ ଦିନ ହେଲା ଅଟକି ରହିଛି ଭାରୀଯାନ: ଗୁଗଲ ମ୍ୟାପ ଦେଖି ଫସିଲା ଗାଡି appeared first on Dharitri Odia News.