ଗଣେଶ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ: ମୂର୍ତ୍ତି ତିଆରିରେ ମଗ୍ନ କାରିଗର
ବାଲିଗୁଡା, ୩୦୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଧରାପୃଷ୍ଟରେ ପ୍ରଭୁ ଗଣେଶ ଅବତରଣ ପୂର୍ବରୁ ଗଣେଶ ମୂର୍ତ୍ତି ତିଆରି କରିବା ବ୍ୟସ୍ତରେ ମୂର୍ତ୍ତି କାରିଗର। ଆସନ୍ତା ମାସ ସପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଗଣେଶ ପୂଜା ହେବ। ସମଗ୍ର ସହର ହେବ ଚଳଚଞ୍ଚଳ ଆଲୋକର ରଙ୍ଗୀନ ମାଳାରେ ସଜାହେବ ବିଭିନ୍ନ ଅନୁଷ୍ଠାନ ସହର ଏବଂ ଆଖପାଖ ଅଞ୍ଚଳରେ ଗଣେଶ ପୂଜା ନିମନ୍ତେ ମୂର୍ତ୍ତି ତିଆରି କରୁଥିବା ଦେଖିବାକୁ ମିଳିଛି I ପୂଜା ଆରମ୍ଭର […] The post ଗଣେଶ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ: ମୂର୍ତ୍ତି ତିଆରିରେ ମଗ୍ନ କାରିଗର appeared first on Dharitri Odia News.
ବାଲିଗୁଡା, ୩୦୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଧରାପୃଷ୍ଟରେ ପ୍ରଭୁ ଗଣେଶ ଅବତରଣ ପୂର୍ବରୁ ଗଣେଶ ମୂର୍ତ୍ତି ତିଆରି କରିବା ବ୍ୟସ୍ତରେ ମୂର୍ତ୍ତି କାରିଗର। ଆସନ୍ତା ମାସ ସପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଗଣେଶ ପୂଜା ହେବ। ସମଗ୍ର ସହର ହେବ ଚଳଚଞ୍ଚଳ ଆଲୋକର ରଙ୍ଗୀନ ମାଳାରେ ସଜାହେବ ବିଭିନ୍ନ ଅନୁଷ୍ଠାନ ସହର ଏବଂ ଆଖପାଖ ଅଞ୍ଚଳରେ ଗଣେଶ ପୂଜା ନିମନ୍ତେ ମୂର୍ତ୍ତି ତିଆରି କରୁଥିବା ଦେଖିବାକୁ ମିଳିଛି I ପୂଜା ଆରମ୍ଭର ଏକ ମାସ ପୂର୍ବରୁ ବିଭିନ୍ନ ଗ୍ରାମର ଯୁବ ଗୋଷ୍ଠୀମାନେ ମୂର୍ତ୍ତି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ତାହା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି।
ପ୍ରତି ସାହିରେ ଯୁବ ଗୋଷ୍ଠୀଙ୍କ ଦ୍ୱାରା ପ୍ରଭୁ ଗଣେଶଙ୍କ ମୂର୍ତ୍ତି ରଖି ବହୁ ଧୁମଧାମରେ ପୂଜାର୍ଚ୍ଚନା କରିବା ସହ ସନ୍ଧ୍ୟାରୁ ରାତ୍ର କାଳୀନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ I ଏହି ପରିପ୍ରେକ୍ଷୀରେ ଟାଉନର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଫ୍ରେଣ୍ଡସ ଗ୍ରୁପ ତରଫରୁ ଅଷ୍ଟମ ବାର୍ଷିକ ଗଣେଷ ପୂଜା ଆୟୋଜନ କରୁଛିl ଗ୍ରୁପ ତରଫରୁ ଆୟୋଜିତ ପୂଜା ମା’ ପାଟଖଣ୍ଡା ମନ୍ଦିର ପରିସରରେ ଥିବା ପୂଜା ମଣ୍ଡପରେ ଆୟୋଜନ ପାଇଁ କୋଲକାତାରୁ ଆସିଥିବା ବରିଷ୍ଠ ଦକ୍ଷ ମୂର୍ତ୍ତି କାରିଗରଙ୍କ ଦ୍ୱାରା ମୂର୍ତ୍ତିର କାରୁକାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଯାଇଛି l ଏ ନେଇ ଗ୍ରୁପ ତରଫରୁ ଉକ୍ତ ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆକର୍ଷଣୀୟ ପ୍ରସାଦ ସେବନର ବ୍ୟବସ୍ଥା ରହିଥିବା କୁହାଯାଇଛି l ଏତଦ ବ୍ୟତୀତ ଟାଉନର ବିଭିନ୍ନ ଶିକ୍ଷା ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଓ ସ୍ବେଛାସେବୀ ଅନୁଷ୍ଠାନ ଗୁଡ଼ିକରେ ରେ ମଧ୍ୟ ଗଣେଶ ପୂଜା ବଡ଼ ଉତ୍ସାହର ସହ ପାଳନ କରିବା ପାଇଁ ଜୋରସୋରରେ ଲାଗିଥିବା ଦେଖିବାକୁ ମିଳୁଛି।
The post ଗଣେଶ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ: ମୂର୍ତ୍ତି ତିଆରିରେ ମଗ୍ନ କାରିଗର appeared first on Dharitri Odia News.