ବିଜେଡିର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪ା୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରବିବାର ପ୍ରଥମ ଥର ପାଇଁ ମୋହନ ଚରଣ ମାଝି କେନ୍ଦୁଝର ଜିଲା ତଥା ନିଜ ଜନ୍ମମାଟିକୁ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ପ୍ରଥମେ ଘଟଗାଁ ତାରିଣୀ ପୀଠକୁ ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ। ଏହା ପରେ ମୋହନ କେନ୍ଦୁଝର ଗସ୍ତ କରି ପୂର୍ବ ତଥା ବିଜେଡି ସରକାର ଉପରେ ଖୁବ୍ ବର୍ଷିବା ସହ ତାଙ୍କ ଗୁମର ଖୋଲିଥିଲେ। ଏହି ସଭାରେ ସେ କହିଥିଲେ, କେନ୍ଦୁଝରକୁ […] The post ବିଜେଡିର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨୪ା୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରବିବାର ପ୍ରଥମ ଥର ପାଇଁ ମୋହନ ଚରଣ ମାଝି କେନ୍ଦୁଝର ଜିଲା ତଥା ନିଜ ଜନ୍ମମାଟିକୁ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ପ୍ରଥମେ ଘଟଗାଁ ତାରିଣୀ ପୀଠକୁ ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ।
ଏହା ପରେ ମୋହନ କେନ୍ଦୁଝର ଗସ୍ତ କରି ପୂର୍ବ ତଥା ବିଜେଡି ସରକାର ଉପରେ ଖୁବ୍ ବର୍ଷିବା ସହ ତାଙ୍କ ଗୁମର ଖୋଲିଥିଲେ। ଏହି ସଭାରେ ସେ କହିଥିଲେ, କେନ୍ଦୁଝରକୁ ଲୁଟ୍ କରାଯାଉଥିଲା। ୨୦୧୯ରେ ବିଧାନସଭାରେ କେନ୍ଦୁଝରର ହକ୍ ପାଇଁ ଲଢ଼େେଇ ହୋଇଥିଲା। କିଛି ଅଣ ଓ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି। ଯେଉଁମାନେ ଲୁଟ୍ କରିଛନ୍ତି ସେମାନେ ମୋ’ ନଜରରେ ଅଛନ୍ତି। କାହାକୁ ଛଡ଼ାଯିବନି। ସମସ୍ତଙ୍କୁ ଜେଲ୍ ପଠାଯିବ।
ପୂର୍ବରୁ ବିରୋଧୀ ଦଳରେ ଥାଇ ଲଢୁଥିଲି। ଏଥିପାଇଁ ସରକାର ମୋହନକୁ ଡରୁଥିଲେ। ମନ୍ତ୍ରୀ ପଦ ଓ ଖଣି ଦେବାକୁ ସେତେବେଳେ ମୋ’ ଗୋଡ଼ ଧରିଥିଲେ। ମୋହନ ଭାଇ ତୁମେ ଆସ ଆମ ଦଳରେ ମିଶ ତୁମକୁ ମନ୍ତ୍ରୀପଦ ମିଳିବ। ମୁଁ କିନ୍ତୁ କାହା କଥାରେ ଭଳି ଯାଇ ନ ଥିଲି। ଏବେ ମୋତେ ଖାଲି ମନ୍ତ୍ରୀ ନୁହେଁ, ଆଜି ଆପଣଙ୍କ ଆଶୀର୍ବାଦରୁ ଓଡ଼ିଶାର ନେତ୍ୱତ୍ୱ ମିଳିଛି। ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୁହଁ ମୋହନ ଭାଇ। ଲୋକଙ୍କ ଭଲ ପାଇବା ପାଇ ମୁଁ ମୋହନ ଭାଇ ହୋଇ ରହିବି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
The post ବିଜେଡିର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.