ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛିl ଦୁଇବର୍ଷର ଶିଶୁ ସହ ୫ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ମହିଳା ଜଣେ ପୁରୁଷ ରହିଥିବା ଜଣାପଡିଛି। ଗୁରୁତର ଥିବା ଯାତ୍ରୀଙ୍କୁ ଯୋଡ଼େଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଜାରି ରହିଛି। ସୂଚନାଥାଉ କି ଛତିଶଗଡ଼ ବୋରେଇରୁ ଏକ […] The post ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ appeared first on Dharitri Odia News.

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛିl ଦୁଇବର୍ଷର ଶିଶୁ ସହ ୫ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ମହିଳା ଜଣେ ପୁରୁଷ ରହିଥିବା ଜଣାପଡିଛି।

ଗୁରୁତର ଥିବା ଯାତ୍ରୀଙ୍କୁ ଯୋଡ଼େଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଜାରି ରହିଛି। ସୂଚନାଥାଉ କି ଛତିଶଗଡ଼ ବୋରେଇରୁ ଏକ ଯାତ୍ରୀବାହି ଅଟୋ ରାଇଘର ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରକ ରାଇଘରରୁ ଛତିଶଗଡ଼କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ମୁହମୁହି ଧକ୍କା ହେବାରୁ ଅଟୋ ଉପରେ ଟ୍ରକ ଚଢ଼ିଯାଇଥିଲା।

ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତେ କଳସୀ ମଣ୍ଡେଇ ଦେଖିବାକୁ ନିଜ ସମ୍ପର୍କୀୟ ଘର ରାଇଘରକୁ ଆସୁଥିଲେ। ଘଟଣାସ୍ଥଳରେ ରାଇଘର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଡାକ୍ତରୀ ଟିମ୍ ମଧ୍ୟ ଯୋଡ଼େଙ୍ଗା ମେଡିକାଲରେ ଉପସ୍ଥିତ ରହି ଚିକିତ୍ସା କରୁଥିବା ଜଣାପଡ଼ିଛି।

The post ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ appeared first on Dharitri Odia News.