ଚାକିରିଆଙ୍କୁ ବଡ଼ ଉପହାର ଦେବେ କେନ୍ଦ୍ର ସରକାର? PF ସୁଧ ହାରକୁ ନେଇ ହେବ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ଉପରେ ଜନତାଙ୍କୁ ଆଶ୍ବସ୍ତି ମିଳିବା ପରେ ଏବେ କେନ୍ଦ୍ର ଦରକାର କରିପାରନ୍ତି ଆଉ ଏକ ବଡ଼... The post ଚାକିରିଆଙ୍କୁ ବଡ଼ ଉପହାର ଦେବେ କେନ୍ଦ୍ର ସରକାର? PF ସୁଧ ହାରକୁ ନେଇ ହେବ ବଡ଼ ନିଷ୍ପତ୍ତି appeared first on .

ଚାକିରିଆଙ୍କୁ ବଡ଼ ଉପହାର ଦେବେ କେନ୍ଦ୍ର ସରକାର? PF ସୁଧ ହାରକୁ ନେଇ ହେବ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ଉପରେ ଜନତାଙ୍କୁ ଆଶ୍ବସ୍ତି ମିଳିବା ପରେ ଏବେ କେନ୍ଦ୍ର ଦରକାର କରିପାରନ୍ତି ଆଉ ଏକ ବଡ଼ ଘୋଷଣା । ମୋଦୀ ସରକାର ଚାକିରିଆଙ୍କୁ ଦେଇପାରନ୍ତି ଏକ ବଡ଼ ଉପହାର । ପ୍ରକୃତ କଥା ହେଉଛି, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଆସନ୍ତା ୨୮ ତାରିଖରେ ସିବିଟି ବୈଠକରେ ବଡ଼ ନିଷ୍ପତ୍ତି ନେଇପାରେ । ୨୦୨୪-୨୫ ପାଇଁ ଭବିଷ୍ୟ ନିଧି (PF) ଜମା ଉପରେ ସୁଧ ହାର ବଦଳିପାରେ । ଏକ ସୂତ୍ର ମୁତାବକ, ଏହି ବୈଠକରେ ୨୦୨୪-୨୫ ପାଇଁ ପିଏଫ ଡିପୋଜିଟ ଉପରେ ସୁଧ ହାରକୁ ୮ ପ୍ରତିଶତରୁ ଅଧିକ ଓ ଗତବର୍ଷ ପାଇଁ ଘୋଷଣା ହୋଇଥିବା ୮.୨୫ ପ୍ରତିଶତ ପାଖାପାଖି ରଖାଯାଇପାରେ ।

ସାଧାରଣ ଭାବେ କୌଣସି ବର୍ଷ ପାଇଁ ପିଏଫ ଜମା ଉପରେ ସୁଧ ହାର ପ୍ରଥମେ EPFO ଦ୍ବାରା ନିର୍ଦ୍ଧାରଣ କରାଯାଇଥାଏ ଓ ତା’ପରେ ସିବିଟି ଦ୍ବାରା ଅଧିକୃତ କରାଯାଇଥାଏ । ଏହି ନୋଟିଫିକେସନ ଜାରି କରାଯିବା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ଜରୁରୀ ହୋଇଥାଏ । ତା’ପରେ ସୁଧ ରାଶିକୁ EPFO ଗ୍ରାହକଙ୍କ ଖାତାରେ ଜମା କରାଯାଇଥାଏ । EPFOର ୬୫ ମିଲିୟନରୁ ଅଧିକ ଗ୍ରାହକ ରହିଛନ୍ତି । ପିଏଫ ବାଲାନ୍ସ ଚେକ କରିବା ପାଇଁ ଗ୍ରାହକମାନେ ନିଜର ସ୍ମାର୍ଟଫୋନରେ ଉମଙ୍ଗ ଆପର ଉପଯୋଗ କରିପାରିବେ । ଯଦି ଆପଣ UAN ସାଇଟରେ ପଞ୍ଜୀକୃତ ଅଟନ୍ତି, ଆପଣ ନିଜ ମୋବାଇଲ ନମ୍ବରରୁ ମିସଡ କଲ ମଧ୍ୟ କରି ସୂଚନା ପାଇ ପାରିବେ ।

The post ଚାକିରିଆଙ୍କୁ ବଡ଼ ଉପହାର ଦେବେ କେନ୍ଦ୍ର ସରକାର? PF ସୁଧ ହାରକୁ ନେଇ ହେବ ବଡ଼ ନିଷ୍ପତ୍ତି appeared first on .