ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ନମ୍ବର-୧; ମର୍ଣ୍ଣିଂ କନସଲ୍ଟର ଲୋକପ୍ରିୟ ନେତା ତାଲିକା ପ୍ରକାଶ

ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନମ୍ବର-୧ ଲୋକପ୍ରିୟ ନେତା । ମର୍ଣ୍ଣିଂ କନସଲ୍ଟ ନାମକ ଏକ ସଂସ୍ଥା ବିଶ୍ୱର ୨୫ଟି ଦେଶର ନେତାଙ୍କ ଲୋକପ୍ରିୟତା ତାଲିକା ପ୍ରକାଶ କରିଛି । ଯେଉଁଥିରେ ୬୯ ପ୍ରତିଶତ ରେଟିଂ ସହ ନରେନ୍ଦ୍ର ମୋଦି ତାଲିକାର ଶୀର୍ଷରେ ରହିଛନ୍ତି । ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ  ଆହ୍ୱାନର ସଫଳତାର ସହ ମୁକାବିଲା  କରି ମୋଦି ବିଶ୍ୱବାସୀଙ୍କ ନିକଟରେ ଜଣେ ଦୃଢ଼ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଏଥିସହ ସେ ଭାରତକୁ ମଧ୍ୟ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ  ପରିଣତ କରିଛନ୍ତି । ହେଲେ ଗତଥର ଅପେକ୍ଷା ଚଳିତଥର ମୋଦିଙ୍କ ଆପ୍ରୁଭାଲ ରେଟିଂରେ ସାମାନ୍ୟ ହ୍ରାସ ଘଟିଛି । ତଥାପି ସେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି । ସେହିଭଳି ୬୦ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେ ମାନୁଆଲ  ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ସମାନ ରେଟିଂ ସହ ଆର୍ଜେଣ୍ଟିନା ରାଷ୍ଟ୍ରପତି  ଜାଭିୟର ମିଲେଇ ତୃତୀୟ ସ୍ଥାନରେ  ଅଛନ୍ତି । ଏହା ତଳକୁ ଯଥାକ୍ରମେ ସୁଇଜରଲାଣ୍ଡ ଫେଡେରାଲ କାଉନସିଲର ଭିଓଲା ଏମହର୍ଡଙ୍କୁ ମିଳିଛି ୫୨% ରେଟିଂ, ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ   ସିମୋନ ହାରିସଙ୍କୁ ୪୭%, ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର ୪୫%, ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ୪୫%, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌  ୪୨%,

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ନମ୍ବର-୧; ମର୍ଣ୍ଣିଂ କନସଲ୍ଟର ଲୋକପ୍ରିୟ ନେତା ତାଲିକା ପ୍ରକାଶ

ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନମ୍ବର-୧ ଲୋକପ୍ରିୟ ନେତା । ମର୍ଣ୍ଣିଂ କନସଲ୍ଟ ନାମକ ଏକ ସଂସ୍ଥା ବିଶ୍ୱର ୨୫ଟି ଦେଶର ନେତାଙ୍କ ଲୋକପ୍ରିୟତା ତାଲିକା ପ୍ରକାଶ କରିଛି । ଯେଉଁଥିରେ ୬୯ ପ୍ରତିଶତ ରେଟିଂ ସହ ନରେନ୍ଦ୍ର ମୋଦି ତାଲିକାର ଶୀର୍ଷରେ ରହିଛନ୍ତି । ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ  ଆହ୍ୱାନର ସଫଳତାର ସହ ମୁକାବିଲା  କରି ମୋଦି ବିଶ୍ୱବାସୀଙ୍କ ନିକଟରେ ଜଣେ ଦୃଢ଼ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଏଥିସହ ସେ ଭାରତକୁ ମଧ୍ୟ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ  ପରିଣତ କରିଛନ୍ତି । ହେଲେ ଗତଥର ଅପେକ୍ଷା ଚଳିତଥର ମୋଦିଙ୍କ ଆପ୍ରୁଭାଲ ରେଟିଂରେ ସାମାନ୍ୟ ହ୍ରାସ ଘଟିଛି । ତଥାପି ସେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି । 

ସେହିଭଳି ୬୦ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେ ମାନୁଆଲ  ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ସମାନ ରେଟିଂ ସହ ଆର୍ଜେଣ୍ଟିନା ରାଷ୍ଟ୍ରପତି  ଜାଭିୟର ମିଲେଇ ତୃତୀୟ ସ୍ଥାନରେ  ଅଛନ୍ତି । ଏହା ତଳକୁ ଯଥାକ୍ରମେ ସୁଇଜରଲାଣ୍ଡ ଫେଡେରାଲ କାଉନସିଲର ଭିଓଲା ଏମହର୍ଡଙ୍କୁ ମିଳିଛି ୫୨% ରେଟିଂ, ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ   ସିମୋନ ହାରିସଙ୍କୁ ୪୭%, ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର ୪୫%, ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ୪୫%, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌  ୪୨%, ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ୪୦% ଏବଂ  ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ  ମେଲୋନୀ ୪୦% ଆପ୍ରୁଭାଲ୍ ରେଟିଂ ମିଳିଛି ।

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆପ୍ରୁଭାଲ ରେଟିଂ ୩୯ ପ୍ରତିଶତ ରହିଥିଲା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ  ଟ୍ରୁଡୋଙ୍କର ୨୯ ଓ ଫ୍ରାନ୍ସ ରାଷ୍ଟ୍ରପତି  ଇମାନୁଏଲ ମାକ୍ରନଙ୍କ ରେଟିଂ ରହିଛି ୨୦ ପ୍ରତିଶତ । ତେବେ ତାଲିକାର ସବୁଠାରୁ ତଳେ ରହିଛନ୍ତି ଚେକ୍ ଗଣରାଜ୍ୟ  ପ୍ରଧାନମନ୍ତ୍ରୀ ପିଟର ଫିଆଲା, ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକୟେଓଲ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । କିଶିଦାଙ୍କର   ଆପ୍ରୁଭାଲ ରେଟିଂ ସବୁଠାରୁ କମ୍‌ ୧୬   ପ୍ରତିଶତ ରହିଛି । ଜୁଲାଇ ୮ରୁ ୧୪ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ   ଆଧାରରେ ଏହି ତାଲିକା ପ୍ରସ୍ତୁତ  କରାଯାଇଥିବା ମର୍ଣ୍ଣିଂ କନ୍‌ସଲ୍ଟ ସଂସ୍ଥା ପକ୍ଷରୁ କୁହାଯାଇଛି ।