ନିର୍ବାଚନ ସରିବା ପରେ ବି ସରୁନି ସାଂସଦ ଅପରାଜିତାଙ୍କୁ ବିରୋଧ

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ସରିବାର ୩ ମାସ ପୂରିନି। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ କରିବା ପୁଣି ଆରମ୍ଭ... The post ନିର୍ବାଚନ ସରିବା ପରେ ବି ସରୁନି ସାଂସଦ ଅପରାଜିତାଙ୍କୁ ବିରୋଧ appeared first on .

ନିର୍ବାଚନ ସରିବା ପରେ ବି ସରୁନି ସାଂସଦ ଅପରାଜିତାଙ୍କୁ ବିରୋଧ

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ସରିବାର ୩ ମାସ ପୂରିନି। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ କରିବା ପୁଣି ଆରମ୍ଭ ହୋଇଯାଇଛି । ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ ଆଜି ପୁଣି ପଶିପାରିନାହାଁନ୍ତି ଅପରାଜିତା । ଅଧାବାଟରୁ ଫେରିବାକୁ ବାଧ୍ଯ ହେଲେ ଅପରାଜିତା ଷଡ଼ଙ୍ଗୀ । ବେଗୁନିଆ ସିକୋ ହଜରେ ଏକ ଶୀତଳଭଣ୍ଡାର ଉଦଘାଟନ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ କାର୍ଯ୍ୟକ୍ରମ ଚୂଡାନ୍ତ କରିଥିଲେ। ଏବେ ବିଧାନସଭା ଚାଲୁଥିବାରୁ ବିଧାୟକ ଆସିବା ସମ୍ଭବ ନଥିଲା । ଏହା ସତ୍ତ୍ୱେ ପ୍ରଶାସନ ଉପରେ ଚାପ ପକାଇ ସାଂସଦ ଏକୁଟିଆ ଏହାକୁ ଉଦଘାଟନ କରିବାକୁ କାର୍ଯ୍ୟକ୍ରମ ଚୂଡାନ୍ତ କରିଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା ଓ ସ୍ଥାନୀୟ ଜନପ୍ରତିନିଧି । ଅପରାଜିତା ଆସିବା ଖବର ଶୁଣି ସ୍ଥାନୀୟ ସରପଞ୍ଚ, ଲୋକପ୍ରତିନିଧିଙ୍କ ସହ ଶହ ଶହ ସଂଖ୍ୟାରେ ପୁରୁଷ ମହିଳା ରାସ୍ତାରେ ବସି ପ୍ରତିବାଦ ଆରମ୍ଭ କରିଦେଇଥିଲେ । ଅପରାଜିତା ଡାଉନ୍ ଡାଉନ୍ ନାରାବାଜି କରିଥିଲେ । ଅପରାଜିତାଙ୍କ ସହ ବିଜେପି ସରକାର ବିରୋଧରେ ବି ସ୍ୱର ଉତ୍ତୋଳନ କରିଥିଲେ। ଖବର ପାଇ ଜଙ୍କିଆ ପୋଲିସ ୨ ସେକ୍ସନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ। ହେଲେ ବି ଲୋକେ ଅପରାଜିତାଙ୍କ କାର୍ଯ୍ୟକ୍ରମକୁ ବିରୋଧ ଜାରି ରଖିଥିଲେ। ସାଂସଦଙ୍କ ପ୍ରତିନିଧି ତଥା ବେଗୁନିଆ ବୋଲଗଡ ବିଜେପି ବିଧାୟକ ପାର୍ଥୀ ପ୍ରକାଶ ରଣବିଜୁଳି ଲୋକଙ୍କୁ ବୁଝାଇ ଉଦଘାଟନ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଲୋକଙ୍କ ବିରୋଧ  ଖବର ପାଇ ସାଂସଦ ଅଧା ବାଟରୁ ଫେରିବାକୁ ବାଧ୍ଯ ହୋଇଥିଲେ ।

 

The post ନିର୍ବାଚନ ସରିବା ପରେ ବି ସରୁନି ସାଂସଦ ଅପରାଜିତାଙ୍କୁ ବିରୋଧ appeared first on .