ମମତା ବାନାର୍ଜୀଙ୍କ ସରକାରରେ ୨,୨୦୦ କମ୍ପାନୀ ଛାଡିଛନ୍ତି ବେଙ୍ଗଲ
ନୂଆଦିଲ୍ଲୀ ୬।୧୨: ପଶ୍ଚିମବଙ୍ଗରୁ ଗତ ୫ ବର୍ଷରେ ୨,୨୦୦ରୁ ଅଧିକ କମ୍ପାନୀ ସେମାନଙ୍କ ବେପାର ଉଠାଇ ନେଇଛନ୍ତି, ଏଥିରେ ୩୯ଟି ଲିଷ୍ଟେଡ କମ୍ପାନୀ ବି ଅଛନ୍ତି। ରାଜ୍ୟସଭାରେ ବିଜେପି ସାଂସଦ ସମିକ ଭଟ୍ଟାଚାର୍ଯ୍ୟଙ୍କ ପ୍ରଶ୍ନରେ ଏହି ଉତ୍ତର ମିଳିଛି। ଏହା ପରଠାରୁ ମମତା ବାନାର୍ଜୀଙ୍କ ସରକାରଙ୍କ ଉପରେ ଅନେକ ପ୍ରକାର ପ୍ରଶ୍ନ ଉଠାଯାଉଛି। ରାଜ୍ୟସଭାରେ ବିଜେପି ସାଂସଦଙ୍କ ପ୍ରଶ୍ନର ଜବାବରେ କର୍ପୋରେଟ ବ୍ୟାପାର ରାଜ୍ୟମନ୍ତ୍ରୀ ହର୍ଷ ମଲହୋତ୍ରା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ୫ ବର୍ଷରେ ୨,୨୨୭ କମ୍ପାନୀ ପଶ୍ଚିମବଙ୍ଗ ଛାଡିଛନ୍ତି। ଏହା ଛଡା ଏହି କମ୍ପାନୀମାନେ ସେମାନଙ୍କ ରେଜିଷ୍ଟର୍ଡ ମୁଖ୍ୟାଳୟ ମଧ୍ୟ ପରିବର୍ତ୍ତନ କରିଦେଇଛନ୍ତି। ରାଜ୍ୟମନ୍ତ୍ରୀ କହିଛନ୍ତି ଯେ କମ୍ପାନୀମାନେ ପଶ୍ଚିବଙ୍ଗ ଛାଡିବାର ଅନେକ କାରଣ ରହିଛି, ଯେଉଁ କମ୍ପାନୀମାନେ ରାଜ୍ୟ ଛାଡିଛନ୍ତି ସେଥିରେ ପାଖାପାଖି ସବୁ ସେକ୍ଟରର କମ୍ପାନୀ ଥିଲେ। ୧୯୭୦ରେ ରେଜିଷ୍ଟର୍ଡ କମ୍ପାନୀ ମାମଲାରେ ମହାରାଷ୍ଟ୍ର ପଛକୁ ପଶ୍ଚିମବଙ୍ଗ ଥିଲା। ତେବେ ୨୦୨୧ ବେଳକୁ ପଶ୍ଚିମବଙ୍ଗ ତାଲିକାର ଅଷ୍ଟମ ସ୍ଥାନକୁ ଖସିଛି। କମ୍ପାନୀମାନେ ରାଜ୍ୟ ଛାଡୁଥିବା ବେଳେ ମମତା ସରକାର ସେମାନଙ୍କୁ ଅଟକାଇବାକୁ କୌଣସି ପଦକ୍ଷେପ ନେଇ ନାହାନ୍ତି। କମ୍ପାନୀମାନେ ରାଜ୍ୟରେ କାମ କରିବା ଏଥିପାଇଁ ସେମାନଙ୍କୁ ସୁରକ୍ଷିତ ୱାର୍କ ଏନଭାରନମେଣ୍ଟ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ କୌଣସି ପଦକ୍
ନୂଆଦିଲ୍ଲୀ ୬।୧୨: ପଶ୍ଚିମବଙ୍ଗରୁ ଗତ ୫ ବର୍ଷରେ ୨,୨୦୦ରୁ ଅଧିକ କମ୍ପାନୀ ସେମାନଙ୍କ ବେପାର ଉଠାଇ ନେଇଛନ୍ତି, ଏଥିରେ ୩୯ଟି ଲିଷ୍ଟେଡ କମ୍ପାନୀ ବି ଅଛନ୍ତି। ରାଜ୍ୟସଭାରେ ବିଜେପି ସାଂସଦ ସମିକ ଭଟ୍ଟାଚାର୍ଯ୍ୟଙ୍କ ପ୍ରଶ୍ନରେ ଏହି ଉତ୍ତର ମିଳିଛି। ଏହା ପରଠାରୁ ମମତା ବାନାର୍ଜୀଙ୍କ ସରକାରଙ୍କ ଉପରେ ଅନେକ ପ୍ରକାର ପ୍ରଶ୍ନ ଉଠାଯାଉଛି। ରାଜ୍ୟସଭାରେ ବିଜେପି ସାଂସଦଙ୍କ ପ୍ରଶ୍ନର ଜବାବରେ କର୍ପୋରେଟ ବ୍ୟାପାର ରାଜ୍ୟମନ୍ତ୍ରୀ ହର୍ଷ ମଲହୋତ୍ରା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଗତ ୫ ବର୍ଷରେ ୨,୨୨୭ କମ୍ପାନୀ ପଶ୍ଚିମବଙ୍ଗ ଛାଡିଛନ୍ତି। ଏହା ଛଡା ଏହି କମ୍ପାନୀମାନେ ସେମାନଙ୍କ ରେଜିଷ୍ଟର୍ଡ ମୁଖ୍ୟାଳୟ ମଧ୍ୟ ପରିବର୍ତ୍ତନ କରିଦେଇଛନ୍ତି। ରାଜ୍ୟମନ୍ତ୍ରୀ କହିଛନ୍ତି ଯେ କମ୍ପାନୀମାନେ ପଶ୍ଚିବଙ୍ଗ ଛାଡିବାର ଅନେକ କାରଣ ରହିଛି, ଯେଉଁ କମ୍ପାନୀମାନେ ରାଜ୍ୟ ଛାଡିଛନ୍ତି ସେଥିରେ ପାଖାପାଖି ସବୁ ସେକ୍ଟରର କମ୍ପାନୀ ଥିଲେ। ୧୯୭୦ରେ ରେଜିଷ୍ଟର୍ଡ କମ୍ପାନୀ ମାମଲାରେ ମହାରାଷ୍ଟ୍ର ପଛକୁ ପଶ୍ଚିମବଙ୍ଗ ଥିଲା। ତେବେ ୨୦୨୧ ବେଳକୁ ପଶ୍ଚିମବଙ୍ଗ ତାଲିକାର ଅଷ୍ଟମ ସ୍ଥାନକୁ ଖସିଛି।
କମ୍ପାନୀମାନେ ରାଜ୍ୟ ଛାଡୁଥିବା ବେଳେ ମମତା ସରକାର ସେମାନଙ୍କୁ ଅଟକାଇବାକୁ କୌଣସି ପଦକ୍ଷେପ ନେଇ ନାହାନ୍ତି। କମ୍ପାନୀମାନେ ରାଜ୍ୟରେ କାମ କରିବା ଏଥିପାଇଁ ସେମାନଙ୍କୁ ସୁରକ୍ଷିତ ୱାର୍କ ଏନଭାରନମେଣ୍ଟ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯେଉଁଥି ପାଇଁ କମ୍ପାନୀମାନେ ଧିରେ ଧିରେ ନିଜର କାରବାର ବାନ୍ଧୁଥିବାର କେନ୍ଦ୍ରମନ୍ତ୍ରୀ ଗୃହକୁ କହିଛନ୍ତି। ତେବେ ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ସାକେତ ଗୋଖଲେ ଏହି ପ୍ରଶ୍ନକୁ ପୂର୍ବାଗ୍ରହ ପୂର୍ଣ୍ଣ ବୋଲି କହିଛନ୍ତି। ବେଙ୍ଗଲର ଭୁଲ ଚିତ୍ରଆଙ୍କିବାକୁ ବିଜେପି ଉଦ୍ୟମ କରିଥିବା ସେ କହିଛନ୍ତି।