ଯାତ୍ରାର ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ:ଜୁନେଜା
ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଆମକୁ ଆଗ ଆମର ଯାତ୍ରାର ଲକ୍ଷ୍ୟ ପଥ ସ୍ଥିର କରିବାକୁ ହେବ। ଯାତ୍ରାର ଲକ୍ଷ୍ୟ ଅନୁଯାୟୀ ଆମକୁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ବିଶିଷ୍ଟ ଶିଳ୍ପପତି ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା ଡା. ସଞ୍ଜୀବ ଜୁନେଜା ନାଇପର ମୋହାଲି ଫାର୍ମାସ୍ୟୁଟିକାଲ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ଆୟୋଜିତ ‘ସମପ୍ରଭ ୟୁନିୟନ ଅଫ୍ ମ୍ୟାଗ୍ନେଟ୍ସ’ କନ୍କ୍ଲେଭର ୩ୟ ସଂସ୍କରଣରେ ସମ୍ମାନିତ ଅତିଥି ଓ ବକ୍ତାଭାବେ ଯୋଗଦେଇ ଏଭଳି କିଛି ମତବ୍ୟକ୍ତ […] The post ଯାତ୍ରାର ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ:ଜୁନେଜା appeared first on Dharitri Odia News.
ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଆମକୁ ଆଗ ଆମର ଯାତ୍ରାର ଲକ୍ଷ୍ୟ ପଥ ସ୍ଥିର କରିବାକୁ ହେବ। ଯାତ୍ରାର ଲକ୍ଷ୍ୟ ଅନୁଯାୟୀ ଆମକୁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ବିଶିଷ୍ଟ ଶିଳ୍ପପତି ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା ଡା. ସଞ୍ଜୀବ ଜୁନେଜା ନାଇପର ମୋହାଲି ଫାର୍ମାସ୍ୟୁଟିକାଲ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ଆୟୋଜିତ ‘ସମପ୍ରଭ ୟୁନିୟନ ଅଫ୍ ମ୍ୟାଗ୍ନେଟ୍ସ’ କନ୍କ୍ଲେଭର ୩ୟ ସଂସ୍କରଣରେ ସମ୍ମାନିତ ଅତିଥି ଓ ବକ୍ତାଭାବେ ଯୋଗଦେଇ ଏଭଳି କିଛି ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ,ପଞ୍ଜାବର ଅଗ୍ରଣୀ ଶିକ୍ଷାନୁଷ୍ଠାନ ତଥା ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ ଏଡୁକେଶନ ଆଣ୍ଡ ରିସର୍ଚ୍ଚ ଏସ୍ଏଏସ୍ ନଗର (ମୋହାଲି) ବା ନାଇପର ମୋହାଲିର ଫାର୍ମାସ୍ୟୁଟିକାଲ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ଆୟୋଜିତ ‘ସମପ୍ରଭ ୟୁନିୟନ ଅଫ୍ ମ୍ୟାଗ୍ନେଟ୍ସ’ର ୩ୟ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ତିରୁପତି ଗ୍ରୁପ୍ର ପ୍ରତିଷ୍ଠାତା,ନିର୍ଦ୍ଦେଶକ ତଥା ସିଇଓ ଅଶୋକ ଗୋଏଲ, ନାଇପର ମୋହାଲିର ବୋର୍ଡ ଅଫ୍ ଗଭନର୍ସର ଚେୟାରମ୍ୟାନ ଡା. ଗିରୀଶ ସୈନୀ ଏବଂ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା ଡା. ସଞ୍ଜୀବ ଜୁନେଜା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଜୁନେଜା ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ବର୍ତ୍ତମାନର ପ୍ରତିଯୋଗିତାମୂଳକ ବ୍ୟବସ୍ଥା ମଧ୍ୟରେ ଆମକୁ ଆମର ଯାତ୍ରାପଥ ଓ ଲକ୍ଷ୍ୟସ୍ଥଳ ସ୍ଥିର କରିବାକୁ ପଡ଼ିବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଦିଭିସା ହର୍ବାଲ୍ସର ଅନେକ ବ୍ରାଣ୍ଡ୍ ଯଥା କେଶ କିଙ୍ଗ୍, ଡଃ ଆର୍ଥୋ, ପେଟ୍ ସଫା, ରୂପମନ୍ତ୍ରା, ସଚ୍ଚି ସହେଲୀ ଏବଂ ଆଇମନ୍ତ୍ରା ଭଳି ଅନେକ ଲୋକପ୍ରିୟ ଔଷଧୀୟ ଉତ୍ପାଦ ଏକ ବ୍ରାଣ୍ଡ୍ରେ ପରିଣତ ହୋଇଛି।
The post ଯାତ୍ରାର ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ:ଜୁନେଜା appeared first on Dharitri Odia News.