୭ ହଜାର ଫୁଟ ଉଚ୍ଚରୁ ଡେଇଁ ଜନ୍ମଦିନ ପାଳିଲେ
ଲଣ୍ଡନ: ସାଧାରଣତଃ ସମସ୍ତେ ନିଜର ଜନ୍ମଦିନକୁ ସ୍ବତନ୍ତ୍ର କରିବାକୁ ଚେଷ୍ଟା କରିଥାନ୍ତି। ଅଧିକାଂଶ ଲୋକ ନିଜର ବୟସ, ଖର୍ଚ୍ଚ, ପାରିବାରିକ ସ୍ଥିତି ଆଦି ଦେଖି ନିଜ ନିଜର ଜନ୍ମଦିନକୁ ନେଇ ଯୋଜନା ପ୍ରସ୍ତୁତ କରିଥାନ୍ତି। ତେବେ ବ୍ରିଟେନ୍ ମାନେଟ୍ ବେଲି ନାମ୍ନୀ ଜଣେ ବୃଦ୍ଧା ନିଜର ୧୦୨ତମ ଜନ୍ମ ଦିବସକୁ ଏକ ସ୍ବତନ୍ତ୍ର ଉପାୟରେ ପାଳନ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ବ୍ରିଟେନ୍ର ମାନେଟ୍ ତାଙ୍କର ୧୦୨ତମ ଜନ୍ମଦିନ ଅବସରରେ ଏକ ନୂତନ ଇତିହାସ ସୃଷ୍ଟି […] The post ୭ ହଜାର ଫୁଟ ଉଚ୍ଚରୁ ଡେଇଁ ଜନ୍ମଦିନ ପାଳିଲେ appeared first on Dharitri Odia News.
ଲଣ୍ଡନ: ସାଧାରଣତଃ ସମସ୍ତେ ନିଜର ଜନ୍ମଦିନକୁ ସ୍ବତନ୍ତ୍ର କରିବାକୁ ଚେଷ୍ଟା କରିଥାନ୍ତି। ଅଧିକାଂଶ ଲୋକ ନିଜର ବୟସ, ଖର୍ଚ୍ଚ, ପାରିବାରିକ ସ୍ଥିତି ଆଦି ଦେଖି ନିଜ ନିଜର ଜନ୍ମଦିନକୁ ନେଇ ଯୋଜନା ପ୍ରସ୍ତୁତ କରିଥାନ୍ତି। ତେବେ ବ୍ରିଟେନ୍ ମାନେଟ୍ ବେଲି ନାମ୍ନୀ ଜଣେ ବୃଦ୍ଧା ନିଜର ୧୦୨ତମ ଜନ୍ମ ଦିବସକୁ ଏକ ସ୍ବତନ୍ତ୍ର ଉପାୟରେ ପାଳନ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି।
ବ୍ରିଟେନ୍ର ମାନେଟ୍ ତାଙ୍କର ୧୦୨ତମ ଜନ୍ମଦିନ ଅବସରରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ସେ ୭ ହଜାର ଫୁଟ ଉଚ୍ଚରୁ ସ୍କାଏ ଡାଇଭ୍ କରିବା ସହ ଜନ୍ମଦିନ ପାଳନ କରିଥିଲେ। ଏହାସହ ସେ ବ୍ରିଟେନ୍ର ସବୁଠୁ ବୟସ୍କ ସ୍କାଏ ଡାଇଭର ହୋଇପାରିଛନ୍ତି। ତାଙ୍କର ଏହି ଅଦ୍ଭୁତ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ମାନେଟ୍ ୭ ହଜାର ଫୁଟ୍ ଉଚ୍ଚତାରୁ ଡେଇଁବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ଡେଇଁବା ପୂର୍ବରୁ ସେ ତାଙ୍କ ଇନ୍ଷ୍ଟ୍ରକ୍ଟରଙ୍କ କଥାକୁ ଭଲ ଭାବେ ଶୁଣୁଛନ୍ତି। ସେହିପରି ସ୍କାଏ ଡାଇଭ କରୁଥିବା ସମୟରେ ମାନେଟ୍ଙ୍କ ମୁହଁରେ କୌଣସି ଭୟ ଦୃଶ୍ୟମାନ ହେଉ ନାହିଁ। ବରଂ ସେ ଏହି କାର୍ଯ୍ୟକୁ ଅତି ଆରାମରେ ଉପଭୋଗ କରୁଥିବା ଭିଡିଓରୁ ଜଣାପଡ଼ୁଛି। ଉକ୍ତ ବିମାନ ଉଡ଼ାଣ ପରେ ମାନେଟ୍ ତାଙ୍କ ଅନୁଭୂତି ମଧ୍ୟ ବଖାଣିଛନ୍ତି। ସ୍କାଏଡାଇଭ କରିବା ସମୟରେ ତାଙ୍କୁ ସବୁକିଛି ଅସ୍ପଷ୍ଟ ଦେଖା ଯାଉଥିଲା। ତେଣୁ ସେ ନିଜ ଆଖିକୁ ବନ୍ଦ କରି ସବୁକିଛି ଅନୁଭବ କରୁଥିଲେ। ଜଣେ ୮୫ ବର୍ଷୀୟ ବ୍ୟକ୍ତି ପାରାଚ୍ୟୁଟ୍ ଜମ୍ପ୍ କରି ନିଜ ଜନ୍ମଦିନ ପାଳନ କରୁଥିବା ନେଇ ସେ ପୂର୍ବରୁ ଶୁଣିଥିଲେ ବୋଲି ମାନେଟ୍ କହିଛନ୍ତି। ସେବେଠାରୁ ହିଁ ସେ ଏପରି କିଛି କରି ନିଜ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।
The post ୭ ହଜାର ଫୁଟ ଉଚ୍ଚରୁ ଡେଇଁ ଜନ୍ମଦିନ ପାଳିଲେ appeared first on Dharitri Odia News.