ରାଜ୍ୟ ସଭା ଟିକେଟ ଦେବାକୁ କେହି କମିଟମେଣ୍ଟ କରି ନ ଥିଲେ: ମମତା ମହାନ୍ତ
ଭୁବନେଶ୍ୱର,୨୦।୮: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଏଥିପାଇଁ ମମତା ମହାନ୍ତଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡିରେ ଥିବାବେଳେ ମମତା ରାଜ୍ୟ ସଭାର ଏମପି ଥିଲେ। ଏବେ ତାଙ୍କୁ ଭାଜପା ପକ୍ଷରୁ ସେହି ପଦ ପାଇଁ ପ୍ରାର୍ଥୀ କରାଯାଇଛି। ତେବେ ପ୍ରାର୍ଥୀ ଘୋଷଣା ପରେ ମମତା ମହାନ୍ତ କହିଛନ୍ତି, ଟିକେଟ ଦେବା ପାଇଁ ପୂର୍ବରୁ କୌଣସି ପ୍ରତିଶ୍ରୁତି ମିଳି ନ ଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭାଜପାରେ ମିଶିଛି। ପୁଣି […] The post ରାଜ୍ୟ ସଭା ଟିକେଟ ଦେବାକୁ କେହି କମିଟମେଣ୍ଟ କରି ନ ଥିଲେ: ମମତା ମହାନ୍ତ appeared first on Dharitri Odia News.
ଭୁବନେଶ୍ୱର,୨୦।୮: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଏଥିପାଇଁ ମମତା ମହାନ୍ତଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡିରେ ଥିବାବେଳେ ମମତା ରାଜ୍ୟ ସଭାର ଏମପି ଥିଲେ। ଏବେ ତାଙ୍କୁ ଭାଜପା ପକ୍ଷରୁ ସେହି ପଦ ପାଇଁ ପ୍ରାର୍ଥୀ କରାଯାଇଛି।
ତେବେ ପ୍ରାର୍ଥୀ ଘୋଷଣା ପରେ ମମତା ମହାନ୍ତ କହିଛନ୍ତି, ଟିକେଟ ଦେବା ପାଇଁ ପୂର୍ବରୁ କୌଣସି ପ୍ରତିଶ୍ରୁତି ମିଳି ନ ଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭାଜପାରେ ମିଶିଛି। ପୁଣି ରାଜ୍ୟ ସଭା ଟିକେଟ ଦେବାକୁ କେହି କମିଟମେଣ୍ଟ କରିନଥିଲେ। ଦଳ ମୋତେ ଯେତେବେଳେ ଯେଉଁ କାମ ଦେବ, ନିଷ୍ଠାପର ଭାବେ କରିବି। ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ସଭାପତି ନଡ୍ଡାଙ୍କୁ କୃତଜ୍ଞତା ଜଣାଉଛି।
ସୂଚନାଥାଉ କି, ମମତା ଯେଉଁ ପଦରୁ ଇସ୍ତଫା ଦେଇଥିଲେ ଏବେ ପୁଣି ସେହି ପଦ ପାଇଁ ପ୍ରାର୍ଥୀ ହେଲେ । ପଦବୀ ଏକା କିନ୍ତୁ ଦଳ ଅଲଗା । ଅର୍ଥାତ ପୁଣି ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି ମମତା ମହନ୍ତ । ବିଜେଡିରୁ ପ୍ରାର୍ଥୀ ହୋଇ ରାଜ୍ୟ ସଭାକୁ ଯାଇଥିବା ମମତା ମହାନ୍ତ ନିକଟରେ ଉଭୟ ବିଜେଡି ଓ ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇଥିଲେ । ଆଉ ତା ପରଦିନ ହିଁ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଏବେ ଦଳ ତାଙ୍କୁ ପୁଣି ଟିକେଟ୍ ଦେଇଛି। ଦଳରେ ମିଶୁ ମିଶୁ ପୁଣି ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି ।
The post ରାଜ୍ୟ ସଭା ଟିକେଟ ଦେବାକୁ କେହି କମିଟମେଣ୍ଟ କରି ନ ଥିଲେ: ମମତା ମହାନ୍ତ appeared first on Dharitri Odia News.