ଚର୍ଚ୍ଚାରେ ଓଡ଼ିଆ ଝିଅ ଅନନ୍ୟା; ଅଥଳ ସମୁଦ୍ର ମଝିରେ ଦେଖାଇଲେ ସାହସ, ବଞ୍ଚାଇଲେ ଜୀବନ

ଆକ୍ରମଣ ଖବର ପାଇବା ମାତ୍ରେ, ସହାୟତା ଲାଗି ସେଠାରେ ପହଞ୍ଚିଥିଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ। ଏହି ଟିମରେ ଜଣେ ମାତ୍ର ଡାକ୍ତର ଥିଲେ, ୨୯ ବର୍ଷୀୟା ଓଡ଼ିଆ ଝିଅ ଅନନ୍ୟା।

ଚର୍ଚ୍ଚାରେ ଓଡ଼ିଆ ଝିଅ ଅନନ୍ୟା; ଅଥଳ ସମୁଦ୍ର ମଝିରେ ଦେଖାଇଲେ ସାହସ, ବଞ୍ଚାଇଲେ ଜୀବନ

ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇଲେ ଓଡ଼ିଆ ଝିଅ। ଅଥଳ ସମୁଦ୍ର ମଝିରେ ଦେଖାଇଲେ ସାହସ। ଚର୍ଚ୍ଚାରେ ବାରିପଦାର ବୀରାଙ୍ଗନା ଅନନ୍ୟା ଦଳବେହେରା। ନୌସେନାରେ ସର୍ଜନ କମାଣ୍ଡର ଅଛନ୍ତି ଅନନ୍ୟା। ହୁତି ଆକ୍ରମଣର ଶିକାର ହୋଇଥିବା ଆହତଙ୍କ ଜୀବନ ବଞ୍ଚାଇ ଏବେ ସେ ଚର୍ଚ୍ଚାରେ।

ଗତ ୬ ତାରିଖରେ ଲୋହିତ ସାଗରରେ ତାଇୱାନର ଏକ ମାଲବାହୀ ଜାହାଜ ଟ୍ରୁ କନଫିଡେନ୍ସ ହୁତି ଆକ୍ରମଣର ଶିକାର ହୋଇଥିଲା । ମିଜାଇଲ୍ ଆଟାକରେ ଜାହାଜ କ୍ଷତିଗ୍ରସ୍ତ ହେବା ସହିତ, ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଅଧିକାଂଶ କ୍ରୁ ଆହତ ହୋଇଥିଲେ । ମୋଟ ୨୧ ଜଣ କ୍ରୁ ମେମ୍ବରଙ୍କ ମଧ୍ୟରେ ଜଣେ ଭାରତୀୟ ମଧ୍ୟ ଥିଲେ ।

ତେବେ ଏହି ଆକ୍ରମଣ ଖବର ପାଇବା ମାତ୍ରେ, ସହାୟତା ଲାଗି ସେଠାରେ ପହଞ୍ଚିଥିଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ। ଏହି ଟିମରେ ଜଣେ ମାତ୍ର ଡାକ୍ତର ଥିଲେ, ୨୯ ବର୍ଷୀୟା ଓଡ଼ିଆ ଝିଅ ଅନନ୍ୟା। ଜଣେ ସହାୟକଙ୍କ ସହ ମିଶି ରାତି ତମାମ୍ ଆହତଙ୍କ ଚିକିତ୍ସା କରିଥିଲେ ।

ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ଥିବା ବେଳେ, ସେମାନଙ୍କ ଜୀବନ ରକ୍ଷା କରିଛନ୍ତି ସର୍ଜନ କମାଣ୍ଡର ଅନନ୍ୟା । ବାରିପଦାର ଜଣେ ସାହିତ୍ୟିକ ମନୋଜ ଦଳବେହେରାଙ୍କ ଝିଅ ଅନନ୍ୟାଙ୍କୁ ତାଙ୍କ ସାହସ ଓ ଦକ୍ଷତା ପାଇଁ ପ୍ରଶଂସାର ସୁଅ ଛୁଟିଛି ।