କିସ୍‌କୁ କେନ୍ଦ୍ର ଝଟକା, ଜମି ମାମଲାର ତଦନ୍ତ ନିର୍ଦ୍ଦେଶ

ଖୋର୍ଦ୍ଧା,୨୩।୬(ପ୍ରଭାତ ପାଣିଗ୍ରାହୀ): କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ (କିସ୍)କୁ ବଡ଼ ଝଟକା ଦେଇଛନ୍ତି କେନ୍ଦ୍ର ସରକାର। କିସ୍‌କୁ ଦିଆଯାଇଥିବା ୪ ଏକର ଜଙ୍ଗଲ ଜମିର ତଦନ୍ତ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ। ମନ୍ତ୍ରଣାଳୟରୁ ମୁଖ୍ୟଶାସନ ସଚିବ ଏବଂ ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଆସିଛି। ଆଦିବାସୀ ପିଲାଙ୍କୁ ପାଠ ପଢାଇବା ଆଳରେ କିସ୍‌ କେତେ ସରକାରୀ ଜମି ହାତେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜିଲାପାଳ ତଦନ୍ତ କରିବେ। ଚିଠି ପାଇବା ପରେ ଜିଲାପାଳ ଏନେଇ […] The post କିସ୍‌କୁ କେନ୍ଦ୍ର ଝଟକା, ଜମି ମାମଲାର ତଦନ୍ତ ନିର୍ଦ୍ଦେଶ appeared first on Dharitri Odia News.

କିସ୍‌କୁ କେନ୍ଦ୍ର ଝଟକା, ଜମି ମାମଲାର ତଦନ୍ତ ନିର୍ଦ୍ଦେଶ

ଖୋର୍ଦ୍ଧା,୨୩।୬(ପ୍ରଭାତ ପାଣିଗ୍ରାହୀ): କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ (କିସ୍)କୁ ବଡ଼ ଝଟକା ଦେଇଛନ୍ତି କେନ୍ଦ୍ର ସରକାର। କିସ୍‌କୁ ଦିଆଯାଇଥିବା ୪ ଏକର ଜଙ୍ଗଲ ଜମିର ତଦନ୍ତ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ। ମନ୍ତ୍ରଣାଳୟରୁ ମୁଖ୍ୟଶାସନ ସଚିବ ଏବଂ ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଆସିଛି।

ଆଦିବାସୀ ପିଲାଙ୍କୁ ପାଠ ପଢାଇବା ଆଳରେ କିସ୍‌ କେତେ ସରକାରୀ ଜମି ହାତେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜିଲାପାଳ ତଦନ୍ତ କରିବେ। ଚିଠି ପାଇବା ପରେ ଜିଲାପାଳ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଖବରଦାତାଙ୍କୁ ସେ କହିଛନ୍ତି ”ଚିଠି ପାଇଛୁ। ଏହା ଡିଷ୍ଟ୍ରିକ୍ଟ ୱେଲଫେୟାର ଅଫିସ ପାଖରେ ଅଛି। ଏହି ପରିପ୍ରେକ୍ଷୀରେ ସ୍ପଷ୍ଟୀକରଣ ଖୋଜାଯିବ। ଆଗରୁ କଣ ହୋଇଥିଲା ତାହା ଜାଣିନୁ, କେସ୍ ରେକର୍ଡ ଷ୍ଟଡି କରାଯାଉଛି। ସେହି ସ୍ଥାନରେ କ’ଣ ହୋଇଛି ତଦନ୍ତ କରାଯିବ।”

ତେବେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଏହି ଚିଠିରେ ଲେଖିଛନ୍ତି ଯେ ଏହି ପ୍ରସ୍ତାବ ପ୍ରକ୍ରିୟାକରଣ ବେଳେ ଜଙ୍ଗଲ ଅଧିକାର ଆଇନ (ଏଫଆରଏ) କୁ ଉପଯୁକ୍ତ ପାଳନ କରିବା ନେଇ ଅଭିଯୋଗ ଆସିଛି। ଏହି ଦୃଷ୍ଟିରୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗୁଛି।

ତେଣୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ଆବଶ୍ୟକ ସ୍ପଷ୍ଟୀକରଣ ନ ପାଇବା ପର୍ଯ୍ୟନ୍ତ ଆପଣଙ୍କୁ ଏହି ପ୍ରକ୍ରିୟା ଆଗକୁ ନ ବଢାଇବାକୁ ପରାମର୍ଶ ଦିଆଯାଇଛି ଏବଂ ଏହି ମାମଲାରେ ଆନୁଷ୍ଠାନିକ ସ୍ପଷ୍ଟୀକରଣ ମଗାଯାଉଛି।

ସୂଚନାଯୋଗ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କିସ୍‌କୁ ଏହି ଜଙ୍ଗଲ ଜମିର ପରିବର୍ତନ ପ୍ରଦାନ କରିଥିଲେ।

The post କିସ୍‌କୁ କେନ୍ଦ୍ର ଝଟକା, ଜମି ମାମଲାର ତଦନ୍ତ ନିର୍ଦ୍ଦେଶ appeared first on Dharitri Odia News.