କିସ୍ମିସ୍ ଖାଇଲେ ଦୂର ହୁଏ ଏହି ୫ ବଡ଼ ସ୍ବାସ୍ଥ୍ୟ ସମସ୍ୟା
ଦୀର୍ଘଦିନ ଧରି କିସ୍ମିସ୍ ଖାଇ ଆସୁଛନ୍ତି ମାତ୍ର ଜାଣନ୍ତି କି କିସ୍ମିସ୍ ଖାଇବାର ସଠିକ୍ ତରିକା କ’ଣ? ଆୟୁର୍ବେଦରେ ମଧ୍ୟ କିସ୍ମିସ୍ ଖାଇବାର ଫାଇଦା ବିଷୟରେ କୁହାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, କିସ୍ମିସ୍କୁ ଭିଜାଇ ଖାଇଲେ ଏହାର ଦୁଇଗୁଣ ଫାଇଦା ବା ଲାଭ ମିଳିଥାଏ। ଭିଜା ଯାଇଥିବା କିସ୍ମିସ୍ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ଭିଜା ଯାଇଥିବା କିସ୍ମିସ୍ ଖାଇଲେ ଏଥିରେ ମେଟାବୋଲଜିୟମ୍ ଏବଂ ଇମ୍ୟୁନିଟି ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। କବଜ […] The post କିସ୍ମିସ୍ ଖାଇଲେ ଦୂର ହୁଏ ଏହି ୫ ବଡ଼ ସ୍ବାସ୍ଥ୍ୟ ସମସ୍ୟା appeared first on Dharitri Odia News.
ଦୀର୍ଘଦିନ ଧରି କିସ୍ମିସ୍ ଖାଇ ଆସୁଛନ୍ତି ମାତ୍ର ଜାଣନ୍ତି କି କିସ୍ମିସ୍ ଖାଇବାର ସଠିକ୍ ତରିକା କ’ଣ? ଆୟୁର୍ବେଦରେ ମଧ୍ୟ କିସ୍ମିସ୍ ଖାଇବାର ଫାଇଦା ବିଷୟରେ କୁହାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, କିସ୍ମିସ୍କୁ ଭିଜାଇ ଖାଇଲେ ଏହାର ଦୁଇଗୁଣ ଫାଇଦା ବା ଲାଭ ମିଳିଥାଏ। ଭିଜା ଯାଇଥିବା କିସ୍ମିସ୍ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ଭିଜା ଯାଇଥିବା କିସ୍ମିସ୍ ଖାଇଲେ ଏଥିରେ ମେଟାବୋଲଜିୟମ୍ ଏବଂ ଇମ୍ୟୁନିଟି ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ।
କବଜ ଦୂର ହୁଏ
କିସ୍ମିସ୍ରେ ଡାଏଟ୍ରି ଫାଇବର ରହିଛି। ଏହାକୁ ପ୍ରତିଦିନ ଖାଇଲେ କବଜ ସମସ୍ୟା ଦୂର ହୁଏ। କିସ୍ମିସ୍ ପାଣି ପ୍ରତିଦିନ ପିଇବା ଦ୍ୱାରା ପେଟର ସମସ୍ତ ସମସ୍ୟା ଦୂର ହୁଏ।
କିଡ୍ନୀ ପାଇଁ ଲାଭ
କିସ୍ମିସ୍ ପାଣିରେ ରୋଗ ପ୍ରତିରୋଧକ ଶକ୍ତି ଏବଂ ପ୍ରାକୃତିକ ମିଳିଥାଏ। ଯାହ ଶରୀର ଭିତର ବିଷମୁକ୍ତ ହୁଏ।
ହାର୍ଟ:
କିସ୍ମିସ୍ରେ ପୋଟାସିୟମ ଭରପୂର ମାତ୍ରାରେ ରହିଛି। ଯାହା ରକ୍ତଚାପକୁ ନିିୟନ୍ତ୍ରଣ କରିଥାଏ। ଶରୀରରେ ସୋଡିୟମ ଲେବଲକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଡାଏଟ୍ରି ଫାଇବର ଏବଂ ପଲିଫେନୋଲ୍ସ ମଧ୍ୟ ରହିଛି, ଯାହା କୋଲେଷ୍ଟରଲ ମାତ୍ରା କମ୍ କରିଥାଏ।
ରକ୍ତ ତିଆରି କରେ
କିସ୍ମିସ୍ରେ ପର୍ଯ୍ୟାପ୍ତ ପରିମାଣରେ ଆଇରନ ରହିଛି। ରକ୍ତ ତିଆରି ପାଇଁ ଆବଶ୍ୟକ ଭିଟାମିନ ବି କମ୍ପ୍ଲେକ୍ସର ଆବଶ୍ୟକତା ରହିଛି। କିସ୍ମିସ୍ରେ ପ୍ରଚୁର ମାତ୍ରାରେ ବି କମ୍ପ୍ଲେକ୍ସ ରହିଛି। ଯାହାକୁ ଖାଇଲେ ବହୁତ ଲାଭଦାୟକ ହୋଇଥାଏ।୍ର
ଲିଭର:
କିସ୍ମିସ୍ ପାଣି ପିଇବା ଦ୍ୱାରା ସମସ୍ତ ଟକ୍ସିସ୍ ପଦାର୍ଥ ବାହାରକୁ ଆସିଥାଏ। କିସ୍ମିସ୍ ପାଣି ଲିଭରର ଜୈବ ରାସାୟନିକ କାର୍ଯ୍ୟକୁ ଉନ୍ନତ କିବା ସହ ଶୁଦ୍ଧ ରକ୍ତ ତିଆରି କରେ।
The post କିସ୍ମିସ୍ ଖାଇଲେ ଦୂର ହୁଏ ଏହି ୫ ବଡ଼ ସ୍ବାସ୍ଥ୍ୟ ସମସ୍ୟା appeared first on Dharitri Odia News.