କୀଟନାଶକ ପିଇ ତୋଟାରେ ଜୀବନ ହାରିଲେ ବ୍ୟକ୍ତି, ପାଖରୁ ପୋଲିସ ଜବତ କଲା…

ହିଞ୍ଜିଳିକାଟୁ,୧୫ା୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖାଜିପଲ୍ଲୀ-ମୋହନାପଲ୍ଲୀ ମଧ୍ୟବର୍ତ୍ତୀ ଏକ ତୋଟାରେ ଶନିବାର ବ୍ୟକ୍ତି କୀଟନାଶକ ସେବନ କରି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମର ଗୋବିନ୍ଦ ସେଠୀ (୪୦)। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ୍‌ ନଂ- ୪/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ […] The post କୀଟନାଶକ ପିଇ ତୋଟାରେ ଜୀବନ ହାରିଲେ ବ୍ୟକ୍ତି, ପାଖରୁ ପୋଲିସ ଜବତ କଲା… appeared first on Dharitri Odia News.

କୀଟନାଶକ ପିଇ ତୋଟାରେ ଜୀବନ ହାରିଲେ ବ୍ୟକ୍ତି, ପାଖରୁ ପୋଲିସ ଜବତ କଲା…

ହିଞ୍ଜିଳିକାଟୁ,୧୫ା୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖାଜିପଲ୍ଲୀ-ମୋହନାପଲ୍ଲୀ ମଧ୍ୟବର୍ତ୍ତୀ ଏକ ତୋଟାରେ ଶନିବାର ବ୍ୟକ୍ତି କୀଟନାଶକ ସେବନ କରି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମର ଗୋବିନ୍ଦ ସେଠୀ (୪୦)। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ୍‌ ନଂ- ୪/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ପୋଲିସ ଏକ ମୋଟରସାଇକେଲ ସହ କୀଟନାଶକ ଡବା ଜବତ କରିଛି।

The post କୀଟନାଶକ ପିଇ ତୋଟାରେ ଜୀବନ ହାରିଲେ ବ୍ୟକ୍ତି, ପାଖରୁ ପୋଲିସ ଜବତ କଲା… appeared first on Dharitri Odia News.