କୀର୍ତ୍ତନ ସାରି ଫେରୁଥିଲେ, ବାର୍ହା ଆକ୍ରମଣରେ ଦୁଇ ଗୁରୁତର
ଆଠଗଡ଼ ୦୩ ।୦୩ : ଆଠଗଡ଼ ତିଗିରିଆ ବ୍ଲକ ମହାନଦୀ କୂଳ ଐଶାନେଶ୍ୱର ମନ୍ଦିର ନିକଟରେ ଅଘଟଣ । ବାର୍ହା ଆକ୍ରଣରେ ଦୁଇ ଜଣ ଆହତ । ଦୁଇ ଆହତଙ୍କୁ ଉଦ୍ଧାର କରି ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ତିଗିରିଆ ଥାନା ଗଦାଧରପୁର ଗ୍ରାମର ସତ୍ୟାନନ୍ଦ ରାଉତ ଏବଂ ବାଙ୍କୀ ଥାନା ପାଳପୁଟ ଗ୍ରାମର ଦିଲ୍ଲୀପ ପଲେଇ। ଖବର ଅନୁଯାୟୀ, ସତ୍ୟାନନ୍ଦ ଏବଂ ଦିଲ୍ଲୀପ ପଲେଇ ସୋମବାର ସକାଳ ସମୟରେ ବାଙ୍କୀ ଅଞ୍ଚଳରୁ ଏକ ନାମ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ବାଇକ୍ ଯୋଗେ ଫେରୁଥିଲେ। ମହାନଦୀ ବନ୍ଧ ରାସ୍ତାରେ ଆସି ସେମାନେ ଐଶାନେଶ୍ୱର ପୀଠ ନିକଟ ଗଡାରେ ବନ୍ଧ ତଳ ରାସ୍ତାକୁ ଆସୁଥିଲେ। ଏହି ସମୟରେ ୮ ରୁ ୧୦ ଟି ବାରହା ରାସ୍ତା ପାର ହେଉଥିବା ବେଳେ ସେମାନଙ୍କୁ ଆକ୍ରମଣ କରିଥିଲେ। ବାରହା ପଲଙ୍କ ଆକ୍ରମଣରେ ଦୁହେଁ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବିନ୍ଧାଣିମା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଉଭୟଙ୍କର ଚିକିତ୍ସା ଚାଲିଛି।
ଆଠଗଡ଼ ୦୩ ।୦୩ : ଆଠଗଡ଼ ତିଗିରିଆ ବ୍ଲକ ମହାନଦୀ କୂଳ ଐଶାନେଶ୍ୱର ମନ୍ଦିର ନିକଟରେ ଅଘଟଣ । ବାର୍ହା ଆକ୍ରଣରେ ଦୁଇ ଜଣ ଆହତ । ଦୁଇ ଆହତଙ୍କୁ ଉଦ୍ଧାର କରି ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ତିଗିରିଆ ଥାନା ଗଦାଧରପୁର ଗ୍ରାମର ସତ୍ୟାନନ୍ଦ ରାଉତ ଏବଂ ବାଙ୍କୀ ଥାନା ପାଳପୁଟ ଗ୍ରାମର ଦିଲ୍ଲୀପ ପଲେଇ।

ଖବର ଅନୁଯାୟୀ, ସତ୍ୟାନନ୍ଦ ଏବଂ ଦିଲ୍ଲୀପ ପଲେଇ ସୋମବାର ସକାଳ ସମୟରେ ବାଙ୍କୀ ଅଞ୍ଚଳରୁ ଏକ ନାମ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ବାଇକ୍ ଯୋଗେ ଫେରୁଥିଲେ। ମହାନଦୀ ବନ୍ଧ ରାସ୍ତାରେ ଆସି ସେମାନେ ଐଶାନେଶ୍ୱର ପୀଠ ନିକଟ ଗଡାରେ ବନ୍ଧ ତଳ ରାସ୍ତାକୁ ଆସୁଥିଲେ। ଏହି ସମୟରେ ୮ ରୁ ୧୦ ଟି ବାରହା ରାସ୍ତା ପାର ହେଉଥିବା ବେଳେ ସେମାନଙ୍କୁ ଆକ୍ରମଣ କରିଥିଲେ। ବାରହା ପଲଙ୍କ ଆକ୍ରମଣରେ ଦୁହେଁ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବିନ୍ଧାଣିମା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଉଭୟଙ୍କର ଚିକିତ୍ସା ଚାଲିଛି।