କୁଆପଥର ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ, ଘର ଗାଡ଼ି ଭାଙ୍ଗି ଲୋକେ ଆହତ
ବାଙ୍ଗିରିପୋଷି: କେଉଁଠି ଘରର ଛପର ଉଡିଯାଇଛି ତ କେଉଁଠି କାରର କାଚ ଭାଙ୍ଗି ଚୁନା ହୋଇଯାଇଛି । ଯୁଆଡେ ଦେଖିବ ସିଆଡେ ଖାଲି ଗଦା ଗଦା କୁଆପଥର । ଅଦିନିଆ ବର୍ଷାକୁ କୁଆପଥର ମାଡ଼ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । କେବଳ ଯେ ଗଛପତ୍ର ଘର ଗାଡି ନୁହେଁ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି ଏହି କୁଆପଥର ବର୍ଷାରେ । ହଁ ଆଜ୍ଞା ତାଣ୍ଡବ ରଚିଛି ଅଦିନିଆ ବର୍ଷା । ରାଜ୍ୟରେ ଆରମ୍ଭ ହୋଇଯାଇଛି କାଳବୈଶାଖୀ […] The post କୁଆପଥର ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ, ଘର ଗାଡ଼ି ଭାଙ୍ଗି ଲୋକେ ଆହତ appeared first on KNews Odisha.

ବାଙ୍ଗିରିପୋଷି: କେଉଁଠି ଘରର ଛପର ଉଡିଯାଇଛି ତ କେଉଁଠି କାରର କାଚ ଭାଙ୍ଗି ଚୁନା ହୋଇଯାଇଛି । ଯୁଆଡେ ଦେଖିବ ସିଆଡେ ଖାଲି ଗଦା ଗଦା କୁଆପଥର । ଅଦିନିଆ ବର୍ଷାକୁ କୁଆପଥର ମାଡ଼ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । କେବଳ ଯେ ଗଛପତ୍ର ଘର ଗାଡି ନୁହେଁ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି ଏହି କୁଆପଥର ବର୍ଷାରେ । ହଁ ଆଜ୍ଞା ତାଣ୍ଡବ ରଚିଛି ଅଦିନିଆ ବର୍ଷା । ରାଜ୍ୟରେ ଆରମ୍ଭ ହୋଇଯାଇଛି କାଳବୈଶାଖୀ । ଯାହାର ପ୍ରଭାବ ଦେଖିବାକୁ ମିଳିଛି ମୟୁରଭଞ୍ଜର ବିଭିନ୍ନ ଅଞ୍ଚଳରେ ।
ମୟୁରଭଞ୍ଜ ଜିଲ୍ଲା ବିଶୋଇ ଓ ବାଙ୍ଗିରିପୋଷିରେ ବିଜୁଳି ଘଡଘଡି ସହ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ସନ୍ଧ୍ୟା ୭ଟାରୁ ରାତି ୧୦ ପର୍ଯ୍ୟନ୍ତ ଲାଗିରହିଥିଲା କୁଆପଥର ବର୍ଷା । ଯାହାପରେ ସେହି ଅଞ୍ଚଳର ଆଉ ଗୋଟିଏ ବି ଘର ନାହିଁ । ଆଜବେଷ୍ଟ ଓ ଟାଇଲ ଘର ଭାଙ୍ଗି ଯାଇଥିବା ବେଳେ ବହୁ ଲୋକ ଆହତ ହୋଇ ବିଶୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ଘରର ଗୃହପାଳିତ ପଶୁ ମଧ୍ୟ ମୃତ୍ୟବରଣ କରିଥିବା ସୂଚନା ମିଳିଛି । ଅନ୍ୟପଟେ ଘରର ସମସ୍ତ ଧାନ ଚାଉଳରେ ପାଣି ପଶି ନଷ୍ଟ ହୋଇଯାଇଛି ।
ଘର ତ ଗଲା ଗଲା ଖାଇବାକୁ ବି ମୁଠେ ନାହିଁ ଏ ଗରିବ ଲୋକଙ୍କ ପାଖରେ । କୁଆପଥର ମାଡ଼ରେ ଏକ ଯାତ୍ରୀବାହୀ ବସର କାଚ ଭାଙ୍ଗି ଯାତ୍ରୀ ଆହତ ହୋଇଛନ୍ତି । ବାଙ୍ଗିରିପୋଷି ଥାନାରେ ରହୁଥିବା ୪୯ ନମ୍ବର ଜାତୀୟ ରାଜପଥ ଆମ୍ବୁଲାନ୍ସ ମଧ୍ୟ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । କାଳବୈଶାଖୀ କାରଣରୁ ବଡ଼ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ଯାଇଥିବା ସୂଚନା ମିଳିଛି । ପ୍ରାୟ ତିନି ଘଣ୍ଟା ଧରି କାଳବୈଶାଖୀ ତାଣ୍ଡବ ରୂପ ଦେଖାଇଥିଲା । ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥିବା ଯୋଗୁଁ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ରହିଛି ।
ଯାହାପରେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି । କାଳବୈଶାଖୀର ହୋଇଥିବା କ୍ଷତିପୂରଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । କ୍ଷତିପୂରଣ ମିଳିବା ପରେ ହିଁ ରାସ୍ତାରୋକ ହଟିବ ବୋଲି ପ୍ରଶାସନକୁ କହିଛନ୍ତି । ସୂଚନା ମୁତାବକ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳ ବୈଶାଖୀ ସମ୍ଭାବନା । ସବୁ ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ବପନ ହେବାର ସମ୍ଭାବନା ରହିଛି । ପ୍ରାୟ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ସହ ତାପାମତ୍ରାରେ ମଧ୍ୟ ବ୍ରେକ୍ ଲାଗିବ ।
Also read: ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ରାଜ୍ୟରେ ୪ ଦିନ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା
The post କୁଆପଥର ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ, ଘର ଗାଡ଼ି ଭାଙ୍ଗି ଲୋକେ ଆହତ appeared first on KNews Odisha.