କୁଆଡ଼େ ଗଲା ରତ୍ନଭଣ୍ଡାରର ମୂଳ ଚାବି? ହଜିଲା କେମିତି? କିଏ ହେବ ଦାୟୀ?

କନକ ବ୍ୟୁରୋ: ନକଲି ଚାବି କଥା ସାମ୍ନାକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ପ୍ରଶ୍ନ ଉଠୁଛି, ଅସଲି ଚାବିଟି ଗଲା କୁଆଡ଼େ। ଚାବି ସମ୍ପର୍କିତ ଯେଉଁ କମିଶନ ଗଠନ ହୋଇଥିଲା, ତାର ରିପୋର୍ଟ ଆଜି ଯାଏଁ ସାର୍ବଜନୀନ ହୋଇନାହିଁ। ପ୍ରଶ୍ନ ଉଠୁଛି ଯଦି ଟ୍ରେଜେରୀରେ ନକଲି ଚାବି ରହିଛି, ତାହେଲେ ଅସଲି ଚାବି କିଏ ନେଇଛି? ଆଉ ସବୁଠୁ ବଡ଼ ପ୍ରଶ୍ନ ହେଉଛି ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷିତ ଅଛି ତ? ଯଦି ଗଣତି ମଣତି ପରେ ପୁରୁଣା […] The post କୁଆଡ଼େ ଗଲା ରତ୍ନଭଣ୍ଡାରର ମୂଳ ଚାବି? ହଜିଲା କେମିତି? କିଏ ହେବ ଦାୟୀ? first appeared on Kanak News.

କୁଆଡ଼େ ଗଲା ରତ୍ନଭଣ୍ଡାରର ମୂଳ ଚାବି? ହଜିଲା କେମିତି? କିଏ ହେବ ଦାୟୀ?

କନକ ବ୍ୟୁରୋ: ନକଲି ଚାବି କଥା ସାମ୍ନାକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ପ୍ରଶ୍ନ ଉଠୁଛି, ଅସଲି ଚାବିଟି ଗଲା କୁଆଡ଼େ। ଚାବି ସମ୍ପର୍କିତ ଯେଉଁ କମିଶନ ଗଠନ ହୋଇଥିଲା, ତାର ରିପୋର୍ଟ ଆଜି ଯାଏଁ ସାର୍ବଜନୀନ ହୋଇନାହିଁ। ପ୍ରଶ୍ନ ଉଠୁଛି ଯଦି ଟ୍ରେଜେରୀରେ ନକଲି ଚାବି ରହିଛି, ତାହେଲେ ଅସଲି ଚାବି କିଏ ନେଇଛି? ଆଉ ସବୁଠୁ ବଡ଼ ପ୍ରଶ୍ନ ହେଉଛି ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷିତ ଅଛି ତ? ଯଦି ଗଣତି ମଣତି ପରେ ପୁରୁଣା ତାଲିକା ସହ ମେଳ ନଖାଏ, ଏଥିପାଇଁ କିଏ ଦାୟୀ ରହିବେ?

ଟ୍ରେଜରୀରେ ଥିବା ଡୁପ୍ଲିକେଟ୍ ଚାବିରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯିବ ବୋଲି କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିବା ପରେ ଅରିଜିନାଲ ଚାବି କୁଆଡ଼େ ଗଲା ସେନେଇ ପୁଣି ପ୍ରଶ୍ନ ଉଠିଛି। ଭିତର ଭଣ୍ଡାରର ଗୋଟିଏ ସେଟ୍ ଚାବି ଜିଲ୍ଲାପାଳଙ୍କ ପାଖରେ ଓ ଏହାର ଡୁପ୍ଲିକେଟ୍ ଚାବି ସେଟ୍ ଟ୍ରେଜେରୀରେ ରହିଥାଏ ବୋଲି କୁହାଯାଏ। ଯଦି ଟ୍ରେଜେରୀରେ ଥିବା ଚାବି ସୁରକ୍ଷିତ ରହିଛି, ତେବେ ମୂଳ ଚାବି ସେଟ୍ କୁଆଡ଼େ କଲା, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।

ରତ୍ନଭଣ୍ଡାର ଚାବି କେମିତି ହଜିଲା, କେବେ ହଜିଲା, ସେହି ସମୟରେ କିଏ ପୁରୀ ଜିଲ୍ଲାପାଳ ଥିଲେ, ଏ ସଂପର୍କରେ ଏପର୍ୟ୍ୟନ୍ତ ଅନ୍ଧାରରେ ଅଛନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ। ଏ ନେଇ ବସିଥିବା କମିସନ କ’ଣ ରିପୋର୍ଟ ଦେଇଥିଲେ, ତାହା ମଧ୍ୟ ସାର୍ବଜନୀନ କରିନଥିଲେ ପୂର୍ବ ସରକାର। ନିର୍ବାଚନ ପ୍ରଚାର ସଭାରେ କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ। ତେଣୁ
କେବେ ସାର୍ବଜନୀନ କରାଯିବ କମିସନଙ୍କ ରିପୋର୍ଟ?
ଏହାକୁ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ। କେବଳ ସେତିକି ନୁହେଁ ଅରିଜିନାଲ୍ ଚାବି ହଜି ଥିବାରୁ ସାଧାରଣରେ ପ୍ରଶ୍ନ ଉଠୁଛି,
ଭଣ୍ଡାରରେ ସୁରକ୍ଷିତ ଅଛି ତ’ ପ୍ରଭୁଙ୍କ ରତ୍ନ ଓ ଅଳଙ୍କାର?
ପୂର୍ବ ଅଳଙ୍କାର ତାଲିକା ସହ ତାଳମେଳ ନରହିଲେ କିଏ ହେବେ ଦାୟୀ?
କାହାଠାରୁ ଭରଣା କରାଯିବ ଶ୍ରୀଜିଉଙ୍କ ସମ୍ପତ୍ତି?

ରତ୍ନଭଣ୍ଡାରକୁ ନେଇ ଏପରି ମାଳ ମାଳ ପ୍ରଶ୍ନ କୋଟି କୋଟି ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି।

The post କୁଆଡ଼େ ଗଲା ରତ୍ନଭଣ୍ଡାରର ମୂଳ ଚାବି? ହଜିଲା କେମିତି? କିଏ ହେବ ଦାୟୀ? first appeared on Kanak News.