କୁଏଟ୍‌ ପାର୍ଲାମେଣ୍ଟ ଭଙ୍ଗ

କୁଏଟ୍‌ ସିଟି,୧୬ା୨:କୁଏଟ୍‌ରେ ରାଜନୈତିକ ସଙ୍କଟ ଜାରି ରହିବାରୁ ଗୁରୁବାର ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଛି। ଗତ ଡିସେମ୍ବରରେ ନୂଆ ଅମିରଙ୍କ ପଦଭାର ଗ୍ରହଣ ସତ୍ତ୍ୱେ କ୍ୟାବିନେଟ ମନ୍ତ୍ରୀ ଓ ଆଇନ ପ୍ରଣେତାମାନଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗିରହିଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଏବଂ କ୍ୟାବିନେଟ୍‌ର ଅନୁମୋଦନକ୍ରମେ ଗତ ଜୁନ୍‌ରେ ନିର୍ବାଚିତ ପାର୍ଲାମେଣ୍ଟକୁ ଭଙ୍ଗ କରିବା ପାଇଁ ଅମିର ଶେଖ୍‌ ମେଶାଲ ଅଲ୍‌-ଅହମଦ ଅଲ-ସାବାହ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏମ୍‌ପି ଅବଦୁଲ କରିମ ଅଲ୍‌ କଣ୍ଡାରିଙ୍କ ବକ୍ତବ୍ୟକୁ ବିରୋଧକରି ମନ୍ତ୍ରୀମାନେ […] The post କୁଏଟ୍‌ ପାର୍ଲାମେଣ୍ଟ ଭଙ୍ଗ appeared first on Dharitri Odia News.

କୁଏଟ୍‌ ପାର୍ଲାମେଣ୍ଟ ଭଙ୍ଗ

କୁଏଟ୍‌ ସିଟି,୧୬ା୨:କୁଏଟ୍‌ରେ ରାଜନୈତିକ ସଙ୍କଟ ଜାରି ରହିବାରୁ ଗୁରୁବାର ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଛି। ଗତ ଡିସେମ୍ବରରେ ନୂଆ ଅମିରଙ୍କ ପଦଭାର ଗ୍ରହଣ ସତ୍ତ୍ୱେ କ୍ୟାବିନେଟ ମନ୍ତ୍ରୀ ଓ ଆଇନ ପ୍ରଣେତାମାନଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗିରହିଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଏବଂ କ୍ୟାବିନେଟ୍‌ର ଅନୁମୋଦନକ୍ରମେ ଗତ ଜୁନ୍‌ରେ ନିର୍ବାଚିତ ପାର୍ଲାମେଣ୍ଟକୁ ଭଙ୍ଗ କରିବା ପାଇଁ ଅମିର ଶେଖ୍‌ ମେଶାଲ ଅଲ୍‌-ଅହମଦ ଅଲ-ସାବାହ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏମ୍‌ପି ଅବଦୁଲ କରିମ ଅଲ୍‌ କଣ୍ଡାରିଙ୍କ ବକ୍ତବ୍ୟକୁ ବିରୋଧକରି ମନ୍ତ୍ରୀମାନେ ବୁଧବାର ପାର୍ଲାମେଣ୍ଟ ଅଧିବେଶନ ବର୍ଜନ କରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

The post କୁଏଟ୍‌ ପାର୍ଲାମେଣ୍ଟ ଭଙ୍ଗ appeared first on Dharitri Odia News.