କୁଏତ ଅଗ୍ନିକାଣ୍ଡ ଘଟଣା, ମୃତ ୪୫ ଭାରତୀୟଙ୍କ ମର ଶରୀର ଦେଶକୁ ଫେରିଲା
ନୂଆଦିଲ୍ଲୀ: ଦକ୍ଷିଣ କୁଏତର ମଙ୍ଗଫ୍ ସହରରେ ଗତ ବୁଧବାର ଏକ ବହୁତଳ କୋଠାରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ୪୫ ଜଣ ଭାରତୀୟ ଥିଲେ। କୁଏତ କର୍ତ୍ତୃପକ୍ଷ ଗତକାଲି ସମସ୍ତ ୪୫ ଭାରତୀୟଙ୍କ ମର ଶରୀରକୁ ଚିହ୍ନଟ କରିଥିଲେ ଏବଂ ଆଜି ସମସ୍ତ ୪୫ ଭାରତୀୟଙ୍କ ମର ଶରୀରକୁ ଭାରତ ଅଣାଯାଇଛି। ଆଜି ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ୪୫ ଭାରତୀୟଙ୍କ ଦେହାବଶେଷ ଅଣାଯାଇଛି। ବିମାନ ଆଜି […]

ନୂଆଦିଲ୍ଲୀ: ଦକ୍ଷିଣ କୁଏତର ମଙ୍ଗଫ୍ ସହରରେ ଗତ ବୁଧବାର ଏକ ବହୁତଳ କୋଠାରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ୪୫ ଜଣ ଭାରତୀୟ ଥିଲେ। କୁଏତ କର୍ତ୍ତୃପକ୍ଷ ଗତକାଲି ସମସ୍ତ ୪୫ ଭାରତୀୟଙ୍କ ମର ଶରୀରକୁ ଚିହ୍ନଟ କରିଥିଲେ ଏବଂ ଆଜି ସମସ୍ତ ୪୫ ଭାରତୀୟଙ୍କ ମର ଶରୀରକୁ ଭାରତ ଅଣାଯାଇଛି। ଆଜି ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ୪୫ ଭାରତୀୟଙ୍କ ଦେହାବଶେଷ ଅଣାଯାଇଛି। ବିମାନ ଆଜି ସକାଳ ୧୦.୩୦ ସମୟରେ କୋଚିନ ବିମାନବନ୍ଦରରେ ଅବତରଣ କରିଥିଲା। ପରେ ଦିଲ୍ଲୀ ସ୍ଥିତ କୁଏତ ଦୂତାବସ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛି। କେନ୍ଦ୍ର ମନ୍ତ୍ରୀ କିର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ସେମାନଙ୍କ ସହ ଆସି ଭାରତରେ ପହଞ୍ଚିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ୪୫ ଭାରତୀୟଙ୍କ ମଧ୍ୟରୁ ୨୪ ଜଣ ହେଉଛନ୍ତି କେରଳର, ଏଥିରେ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ ୩ ଜଣ ଲେଖାଏଁ ଥିବାବେଳେ ଓଡ଼ିଶାରୁ ୨ଜଣ ଏବଂ ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, ପଂଜାବ, ହରିୟାଣା ଏବଂ ଝାଡ଼ଖଣ୍ଡରୁ ଜଣେ ଲେଖାଏଁ ଅଛନ୍ତି। ଇତି ମଧ୍ୟରେ କେରର ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ମଧ୍ୟ କୋଚିନ ବିମାନବନ୍ଦରରେ ପହଞ୍ଚିଛନ୍ତି।