ନବମ ଶ୍ରେଣୀ ଛାତ୍ରୀଙ୍କୁ ସହପାଠୀଙ୍କ ଦ୍ବାରା ଗଣଦୁଷ୍କର୍ମ ଅଭିଯୋଗ; ଆତ୍ମହତ୍ୟା କଲେ ପୀଡ଼ିତା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବରେଲି ଜିଲ୍ଲାରେ ନିଜର ସହପାଠୀଙ୍କ ଦ୍ବାରା ଦୁଷ୍କର୍ମର ଶକାର ହୋଇଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ ନିଜ ଦେହରେ ଡିଜେଲ ଢାଳି ଆତ୍ମହତ୍ୟା କରିଛନ୍ତି। ସୂଚନାନୁସାରେ, ଘରେ ବାପା-ମା ନଥିବା ସୁଯୋଗରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ଓ ଅନ୍ୟଜଣେ ଘରୁ ଟାଣି ନେଇ ନିକଟସ୍ଥ ଏକ କ୍ଷେତରେ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଚିତ୍କାର ଶୁଣି ସେଠାରେ ପୀଡ଼ିତାଙ୍କ ବଡ଼ଭଉଣୀ ପହଞ୍ଚିଥିଲେ। ବଡ଼ଭଉଣୀକୁ ଦେଖି ଦୁଇଜଣ ଅଭିଯୁକ୍ତ ସେଠାରୁ ଫେରାର୍‌ ହୋଇଯାଇଥିଲେ। […]

ନବମ ଶ୍ରେଣୀ ଛାତ୍ରୀଙ୍କୁ ସହପାଠୀଙ୍କ ଦ୍ବାରା ଗଣଦୁଷ୍କର୍ମ ଅଭିଯୋଗ; ଆତ୍ମହତ୍ୟା କଲେ ପୀଡ଼ିତା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବରେଲି ଜିଲ୍ଲାରେ ନିଜର ସହପାଠୀଙ୍କ ଦ୍ବାରା ଦୁଷ୍କର୍ମର ଶକାର ହୋଇଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ ନିଜ ଦେହରେ ଡିଜେଲ ଢାଳି ଆତ୍ମହତ୍ୟା କରିଛନ୍ତି। ସୂଚନାନୁସାରେ, ଘରେ ବାପା-ମା ନଥିବା ସୁଯୋଗରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ଓ ଅନ୍ୟଜଣେ ଘରୁ ଟାଣି ନେଇ ନିକଟସ୍ଥ ଏକ କ୍ଷେତରେ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଚିତ୍କାର ଶୁଣି ସେଠାରେ ପୀଡ଼ିତାଙ୍କ ବଡ଼ଭଉଣୀ ପହଞ୍ଚିଥିଲେ। ବଡ଼ଭଉଣୀକୁ ଦେଖି ଦୁଇଜଣ ଅଭିଯୁକ୍ତ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଏହାପରେ ପୀଡ଼ିତାଙ୍କ ବଡ଼ଭଉଣୀ ସମସ୍ତ କଥା ବାପା-ମାଙ୍କୁ ଜଣାଇଥିଲେ। ପୀଡ଼ିତା ଜଣକ ଘରେ ଥିବା ଡିଜେଲ ନିଜ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ କହିବାନୁସାରେ, ସୋମବାର ଗାଁରେ ପଞ୍ଚାୟତ ବସିଥିଲା। ଏନେଇ ଥାନାରେ ଅଭିଯୋଗ ନକରିବାକୁ ପଞ୍ଚାୟତରେ ତାଗିଦ କରାଯାଇଥିଲା। ଏଣୁ ସେମାନେ ପୁଲିସକୁ ଜଣାଇ ନଥିଲେ। ଏହା ପରଦିନ, ଘରେ ଏକୁଟିଆ ଥିବା ବେଳେ ତାଙ୍କ ଝିଅ ଡିଜେଲ୍‌ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲା। ପୁଲିସ ଏନେଇ ମାମଲା ରୁଜୁ କରିଥିଲା ବେଳେ ଜଣକୁ ଗିରଫ କରାଯାଇଛି।