କୁଏତର ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ୪୦ ଭାରତୀୟଙ୍କ ମୃତ୍ୟୁ
ନୂଆଦିଲ୍ଲୀ: କୁଏତ ଦକ୍ଷୀଣ ମଙ୍ଗାଫରେ ଏକ ବିଲ୍ଡିଂରେ ହୋଇଥିବା ଅଗ୍ନିକାଣ୍ଡରେ ୪୦ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ୩୦ ଜଣ ଭାରତୀୟ ଆହତ ହୋଇଥିବା ସୂଚନା ମିଳୁଛି । କୁଏତ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ଜାରି ବୟାନ ଅନୁସାରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ଗୋଟିଏ ହେଲ୍ପ ଲାଇନ୍ ଜାରି କରାଯାଇଛି । ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର […]

ନୂଆଦିଲ୍ଲୀ: କୁଏତ ଦକ୍ଷୀଣ ମଙ୍ଗାଫରେ ଏକ ବିଲ୍ଡିଂରେ ହୋଇଥିବା ଅଗ୍ନିକାଣ୍ଡରେ ୪୦ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ୩୦ ଜଣ ଭାରତୀୟ ଆହତ ହୋଇଥିବା ସୂଚନା ମିଳୁଛି । କୁଏତ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ଜାରି ବୟାନ ଅନୁସାରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ଗୋଟିଏ ହେଲ୍ପ ଲାଇନ୍ ଜାରି କରାଯାଇଛି ।
ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ୍ସ’ରେ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ, ଦୁର୍ଘଟଣା ଖବର ତାଙ୍କୁ ଗଭୀର ଭାବେ ମର୍ମାହତ କରିଛି ।ଦୁର୍ଘଟଣାରେ ୪୦ ଜଣଙ୍କ ମୃତ୍ୟୁ ଓ ୫୦ ଜଣ ଆହତ ହୋଇଥିବା ସେ ଲେଖିଛନ୍ତି । ଗୋଟିଏ ବିଲ୍ଡିଂରେ ରହୁଥିଲେ ୧୬୦ରୁ ଅଧିକ ଶ୍ରମିକ।
Deeply shocked by the news of the fire incident in Kuwait city. There are reportedly over 40 deaths and over 50 have been hospitalized. Our Ambassador has gone to the camp. We are awaiting further information.
Deepest condolences to the families of those who tragically lost…
— Dr. S. Jaishankar (@DrSJaishankar) June 12, 2024
ରିପୋର୍ଟ୍ ଅନୁଯାୟୀ, ବୁଧବାର ସକାଳ ୪.୩୦ ମିନିଟରେ ଶ୍ରମିକ ରହୁଥିବା କ୍ୟାମ୍ପରେ ଅଗ୍ନିକାଣ୍ଡ ହୋଇଥିଲା। ରୋଷେଇ ଘରେ ପ୍ରଥମେ ନିଆଁ ଲାଗିଥିଲା। ନିଆଁରୁ ରକ୍ଷା ପାଇବା ପାଇଁ ଅନେକ ଶ୍ରମିକ ଆପାର୍ଟମେଣ୍ଟରୁ ଲମ୍ଫ ମାରିଥିଲେ। ଲମ୍ଫ ମାରିଥିବା କିଛି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ ।
ମଙ୍ଗାଫରେ ବିଦେଶୀ ଶ୍ରମିକ ରୁହନ୍ତି। କୁଏଟର ଉପ-ପ୍ରଧାନମନ୍ତ୍ରୀ ଶେଖ ଫହଦ ଅଲ ୟୁସୁଫ୍ ସକାଳରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଦୁର୍ଘଟଣା ପାଇଁ ସେ ରିୟଲ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି । ସେମାନଙ୍କ ଲୋଭ ପାଇଁ ଏଭଳି ହୋଇଛି ବୋଲି କୁଏଟ ଉପ-ପ୍ରଧାନମନ୍ତ୍ରୀ କହିଛନ୍ତି ।