କୁଏତ୍ ଅଗ୍ନିକାଣ୍ଡ; ୪୫ ମୃତଦେହକୁ ଧରି ଉଡ଼ାଣ ଭରିଲା ବାୟୁସେନା ବିମାନ

ନୂଆଦିଲ୍ଲୀ:  କୁଏତ୍ ଭୀଷଣ ଅଗ୍ନିକାଣ୍ଡରେ ୪୫ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଏକ ଆପାର୍ଟମେଣ୍ଟରେ ୧୯୬ଜଣ ରହୁଥିବା ବେଳେ ରୋଷେଇ ଘରୁ ନିଆଁ ଲାଗିଥିଲା । ଏଥିରେ ପ୍ରାୟ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କେରଳରୁ ୨୪ଜଣ, ତାମିଲନାଡୁ ୭ଜଣ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶକୁ ୩ଜଣ ଲେଖାଏଁ ଏବଂ ଓଡିଶାରୁ ୨ଜଣ ପ୍ରାଣ ହରାଇଛନ୍ତି । ତେବେ ମୃତଦେହକୁ ଭାରତ ଫେରାଇ ଆଣିବାକୁ  ଭାରତୀୟ ଉଚ୍ଚ ଆୟୋଗଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏନେଇ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ସି-୧୩୦ଜେ ୪୫ ମୃତଦେହକୁ ଧରି କୋଚିଂ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଏହାଛଡ଼ା ବିଦେଶ ରାଜ୍ୟମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ବିମାନରେ ଆସୁଛନ୍ତି । କୁଏତରୁ ବାୟୁସେନା ବିମାନ ୪୫ଜଣ ମୃତଦେହ ଧରି ଶୀଘ୍ର ଭାରତରେ ପହଞ୍ଚିବ ।  ଏଥିପାଇଁ କୋଚିଂ ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ମୃତଦେହକୁ ନେବାକୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି । କୁଏତ୍ ଭୀଷଣ ଅଗ୍ନିକାଣ୍ଡ; ୪୫ ମୃତଦେହକୁ ଧରି ଉଡ଼ାଣ ଭରିଲା ବାୟୁସେନା ବିମାନ । କୁଏତର ଦକ୍ଷିଣ ମଙ୍ଗାଫ ଅଞ୍ଚଳରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଗତ ବୁଧବାର ସକାଳୁ ଏକ ଆବାସିକ ଅଞ୍ଚଳରେ ଥିବା ୬ ମହଲା କୋଠାରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁର ଆଁ ଭିତରକୁ ପୂରା ବିଲ୍ଡିଂ ଆସିଯ

କୁଏତ୍ ଅଗ୍ନିକାଣ୍ଡ; ୪୫ ମୃତଦେହକୁ ଧରି ଉଡ଼ାଣ ଭରିଲା ବାୟୁସେନା ବିମାନ


ନୂଆଦିଲ୍ଲୀ:  କୁଏତ୍ ଭୀଷଣ ଅଗ୍ନିକାଣ୍ଡରେ ୪୫ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଏକ ଆପାର୍ଟମେଣ୍ଟରେ ୧୯୬ଜଣ ରହୁଥିବା ବେଳେ ରୋଷେଇ ଘରୁ ନିଆଁ ଲାଗିଥିଲା । ଏଥିରେ ପ୍ରାୟ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କେରଳରୁ ୨୪ଜଣ, ତାମିଲନାଡୁ ୭ଜଣ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶକୁ ୩ଜଣ ଲେଖାଏଁ ଏବଂ ଓଡିଶାରୁ ୨ଜଣ ପ୍ରାଣ ହରାଇଛନ୍ତି । ତେବେ ମୃତଦେହକୁ ଭାରତ ଫେରାଇ ଆଣିବାକୁ  ଭାରତୀୟ ଉଚ୍ଚ ଆୟୋଗଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏନେଇ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ସି-୧୩୦ଜେ ୪୫ ମୃତଦେହକୁ ଧରି କୋଚିଂ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଏହାଛଡ଼ା ବିଦେଶ ରାଜ୍ୟମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ବିମାନରେ ଆସୁଛନ୍ତି । କୁଏତରୁ ବାୟୁସେନା ବିମାନ ୪୫ଜଣ ମୃତଦେହ ଧରି ଶୀଘ୍ର ଭାରତରେ ପହଞ୍ଚିବ ।  ଏଥିପାଇଁ କୋଚିଂ ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ମୃତଦେହକୁ ନେବାକୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି । କୁଏତ୍ ଭୀଷଣ ଅଗ୍ନିକାଣ୍ଡ; ୪୫ ମୃତଦେହକୁ ଧରି ଉଡ଼ାଣ ଭରିଲା ବାୟୁସେନା ବିମାନ । 

କୁଏତର ଦକ୍ଷିଣ ମଙ୍ଗାଫ ଅଞ୍ଚଳରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଗତ ବୁଧବାର ସକାଳୁ ଏକ ଆବାସିକ ଅଞ୍ଚଳରେ ଥିବା ୬ ମହଲା କୋଠାରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁର ଆଁ ଭିତରକୁ ପୂରା ବିଲ୍ଡିଂ ଆସିଯାଇଥିଲା । ତେବେ ରୋଷେଇ ଘରୁ ନିଆଁ ଲାଗିଥିବା କୁହାଯାଉଛି । ନିଆଁ ଲାଗିବା ସମୟରେ ଏହି ଆପାର୍ଟମେଣ୍ଟରେ  ପ୍ରାୟ ୧୯୬ ଶ୍ରମିକ ଥିଲେ । ଏମାନଙ୍କ ମଧ୍ୟରୁ ୫୦ଜଣ ଜୀଅନ୍ତା ନିଆଁରେ ଜଳିଯାଇଥିଲା । ବର୍ତ୍ତମାନ୍ ଖବର ସୁଦ୍ଧା ୫୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪୫ ଭାରତୀୟ ରହିଛନ୍ତି । ଅନ୍ୟ ମୃତକମାନେ ପାକିସ୍ତାନ,  ଫିଲିପାଇନ୍ସ, ଇଜିପ୍ଟ ଓ ନେପାଳର ନାଗରିକ ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ୪୫ଜଣ ଭାରତୀୟ ମୃତକଙ୍କ ମଧ୍ୟରୁ କେରଳ ୧୧ଜଣ ରହିଛନ୍ତି । ଏହି ଘଟଣାକୁ  ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ କରିଥିଲେ । ପୀଡିତ ଶ୍ରମିକଙ୍କୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଛି । ପ୍ରଧାନମନ୍ତ୍ରୀ ମୃତକଙ୍କ  ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ  ଘୋଷଣା କରିଥିଲେ ।