କୁକୁଟିନାଳୀରେ ହାତୀ ଉପଦ୍ରବରେ ପନିପରିବା ଚାଷ ନଷ୍ଟ

ରିଆମାଳ: ରିଆମାଳ ବ୍ଲକ ଟୁହିଲାମାଳ ପଞ୍ଚାୟତ ଅନ୍ତର୍ଗତ କୁକୁଟିନାଳୀ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ପନିପରିବା ଚାଷ ନଷ୍ଟ ହୋଇଛି। ରାତି ପ୍ରାୟ ୧୨ଟାରେ ଗ୍ରାମର ବାଳକୃଷ୍ଣ ଗଡ଼ତିଆଙ୍କ ବଗିଚାରେ ୬ଟିକିଆ ହାତୀ ଆସି ପ୍ରାୟ ୨ ଏକର ଚାଷ ହୋଇଥିବା ତରଭୁଜ, ଭେଣ୍ଡି, କଦଳୀ, ଝୁଡ଼ଙ୍ଗ, ବୈତାଳୁ ଫସଲ ନଷ୍ଟ କରିଛନ୍ତି। ଫରେଷ୍ଟ ଗାର୍ଡ ଅମିତ କୁମାର ପ୍ରଧାନ ପହଞ୍ଚି ତଦନ୍ତ କରିବା ସହ ହାତୀ ସ୍କ୍ୱାର୍ଡ ସହ ମିଶି ଜଗିଛନ୍ତି। ବାଳକୃଷ୍ଣ ପନିପରିବା ଚାଷ […]

କୁକୁଟିନାଳୀରେ ହାତୀ ଉପଦ୍ରବରେ ପନିପରିବା ଚାଷ ନଷ୍ଟ
Vegetable crops destroyed by elephants in Kukutinali
ରିଆମାଳ: ରିଆମାଳ ବ୍ଲକ ଟୁହିଲାମାଳ ପଞ୍ଚାୟତ ଅନ୍ତର୍ଗତ କୁକୁଟିନାଳୀ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ପନିପରିବା ଚାଷ ନଷ୍ଟ ହୋଇଛି। ରାତି ପ୍ରାୟ ୧୨ଟାରେ ଗ୍ରାମର ବାଳକୃଷ୍ଣ ଗଡ଼ତିଆଙ୍କ ବଗିଚାରେ ୬ଟିକିଆ ହାତୀ ଆସି ପ୍ରାୟ ୨ ଏକର ଚାଷ ହୋଇଥିବା ତରଭୁଜ, ଭେଣ୍ଡି, କଦଳୀ, ଝୁଡ଼ଙ୍ଗ, ବୈତାଳୁ ଫସଲ ନଷ୍ଟ କରିଛନ୍ତି। ଫରେଷ୍ଟ ଗାର୍ଡ ଅମିତ କୁମାର ପ୍ରଧାନ ପହଞ୍ଚି ତଦନ୍ତ କରିବା ସହ ହାତୀ ସ୍କ୍ୱାର୍ଡ ସହ ମିଶି ଜଗିଛନ୍ତି। ବାଳକୃଷ୍ଣ ପନିପରିବା ଚାଷ କରି ସାପ୍ତାହିକ ବଜାର, ଦୈନିକ ବଜାରରେ ବିକ୍ରି ବଟା କରି ପରିବାର ପ୍ରତିପୋଷଣ କରୁଥିବା ବେଳେ କ୍ଷୟକ୍ଷତି ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ କ୍ଷତି ପୂରଣ ହୋଇଥିବା ବେଳେ କ୍ଷତିପୂରଣ ରାଶି ପାଇଁ ଦାବି କରିଛନ୍ତି।