କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଜନବସତି ଅଞ୍ଚଳରେ କୁକୁଡ଼ା ଫାର୍ମ ଚାଲିବା ବିଧେୟ ନୁହେଁ। ଏନେଇ ତକତ୍ାଳୀନ ଆର୍‌ଏମ୍‌ସି ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ କମିଟି ଲିଖିତ ପତ୍ର ପ୍ରଦାନ କରିଥିଲେ। ଆର୍‌ଏମ୍‌ସିର ପାନପୋଷ ପରିବେଶ ସୁରକ୍ଷା ବିଭାଗ ପକ୍ଷରୁ କୁକୁଡ଼ାଫାର୍ମଗୁଡିକର ତଦନ୍ତ ମଧ୍ୟ ହୋଇଥିଲା। […] The post କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା appeared first on Dharitri Odia News.

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଜନବସତି ଅଞ୍ଚଳରେ କୁକୁଡ଼ା ଫାର୍ମ ଚାଲିବା ବିଧେୟ ନୁହେଁ। ଏନେଇ ତକତ୍ାଳୀନ ଆର୍‌ଏମ୍‌ସି ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ କମିଟି ଲିଖିତ ପତ୍ର ପ୍ରଦାନ କରିଥିଲେ। ଆର୍‌ଏମ୍‌ସିର ପାନପୋଷ ପରିବେଶ ସୁରକ୍ଷା ବିଭାଗ ପକ୍ଷରୁ କୁକୁଡ଼ାଫାର୍ମଗୁଡିକର ତଦନ୍ତ ମଧ୍ୟ ହୋଇଥିଲା। ଫାର୍ମର ମାଲିକଙ୍କୁ ଟ୍ରେଡ୍‌ ୟୁନିୟନ ଲାଇସେନ୍ସ ଓ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଆବେଦନ କରିବାକୁ ପରିବେଶ ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏହାସହ ଫାର୍ମର ଦୁର୍ଗନ୍ଧ ଯେଉଁଭଳି ବସ୍ତି ଆଡ଼କୁ ନ ବ୍ୟାପେ ସେଥିପ୍ରତି ଯତ୍ନଶୀଳ ହେବାକୁ କୁହାଗଲା। ମାତ୍ର ପରିତାପର ବିଷୟ ବିଭାଗ ନିର୍ଦ୍ଦେଶ ସତ୍ତ୍ୱେ ଏହା କାର୍ଯ୍ୟକାରୀ କରାଗଲା ନାହିଁ। ଲୋକମାନେ ଫାର୍ମ ଦୁର୍ଗନ୍ଧରେ ଅତିଷ୍ଠ ହେବା ସହ ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ଏନେଇ ବାରମ୍ବାର ବିଭାଗକୁ ଅବଗତ କରାଯାଉଥିଲେ ମଧ୍ୟ ତାହା ସମାଧାନ ହୋଇପାରୁନାହିଁ। ଫଳରେ ବସ୍ତିବାସୀ ନିରୁପାୟ ହୋଇ ଦୁର୍ଗନ୍ଧମୟ ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଥିସହ ପ୍ରଧାନପାଲି ଅଞ୍ଚଳରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ତାହା ପୂରଣ ହେଉନାହିଁ। ତୁରନ୍ତ ଉପରୋକ୍ତ ସମସ୍ୟା ସମାଧାନ ନ ହେଲେ ଆଗକୁ ବସ୍ତିବାସୀ ରାଜରାସ୍ତାକୁ ଓହ୍ଲାଇବା ସୁନିଶ୍ଚିତ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ସ୍ଥାନୀୟ ବସ୍ତିିର ବରିଷ୍ଠ ନାଗରିକ କମିଟିର ପ୍ରମୁଖ ସଦସ୍ୟ ପ୍ରମୋଦ ଭୋଇ ଓ ଅଭିରାମ ସାହୁ କହିଛନ୍ତି, ମତଦାନକୁ ଆଉ କିଛିଦିନ ବାକି ରହିଛି। ବସ୍ତି ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ନ ମିଳିଲେ ଏହାର ଜବାବ ବାଲଟ ପେପରରେ ଦିଆଯିବ ବୋଲି କହିଥିଲେ। ଏନେଇ ଆର୍‌ଏମ୍‌ସି ଆୟୁକ୍ତ ଆଶୁତୋଷ କୁଳକର୍ନୀଙ୍କୁ ଯୋଗାଯୋଗ କରିଥିଲେ ହେଁ କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରି ନାହିଁ।

The post କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା appeared first on Dharitri Odia News.