କୁକୁର କାମୁଡ଼ାରେ ୧୬୬ ଜଣ ଆହତ!

ରାସ୍ତାରେ ଯାହାକୁ ଦେଖିଲା ତାକୁ କାମୁଡ଼ିଲା। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ୧୦ ରୁ ୧୧ ଜଣକୁ କାମୁଡ଼ିକି ଆହତ କରିସାରିଲାଣି।

କୁକୁର କାମୁଡ଼ାରେ ୧୬୬ ଜଣ ଆହତ!

ବଣାଇ ଅଞ୍ଚଳରେ ପାଗଳ କୁକୁରର ଆତଙ୍କ। କୁକୁର ଭୟରେ ପିଲାଠାରୁ ବୁଢା ପଯ୍ୟନ୍ତ ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି। ଏବେ ଯାଏ ୧୬୬ ଜଣ କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇ ଥିବା ସୂଚନା ଦେଲେ ବଣାଇ ଡାକ୍ତର।

ଆଜି ସକାଳେ ଗୋଟିଏ ପାଗଳ କୁକୁର ପାତ୍ର ସାହିର ରଥ ଛକ ଅଞ୍ଚଳରେ ଭୟର ବାତାବରଣ ଖଳାଇଛି। ଏଭଳିକି ରାସ୍ତାରେ ଯାହାକୁ ଦେଖିଲା ତାକୁ କାମୁଡ଼ିଲା। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ୧୦ ରୁ ୧୧ ଜଣକୁ କାମୁଡ଼ିକି ଆହତ କରିସାରିଲାଣି। ଆହତ ମାନେ ବଣାଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ଅଧିକ ଗୁରୁତର ହେବାରୁ ସେମାନଙ୍କୁ ରାଉଲକେଲା ମେଡିକାଲକୁ ପଠାଯାଇଛି।

ଡାକ୍ତର ଭୋଲେଶ୍ୱର ପ୍ରଧାନଙ୍କ କହିବା ଅନୁସାରେ ଏଇ କିଛି ଦିନହେବ ବଣାଇ ଅଞ୍ଚଳରେ ୧୬୬ ଜଣ କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଛନ୍ତି।