ଇତିହାସ ରଚିଲା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ, ପ୍ରଥମଥର ଜିତିଲା ଏହି ଟ୍ରଫି
ବ୍ୟାଡମିଣ୍ଟନ ଏସିଆନ ଟିମ ଚାମ୍ପିୟନଶିପ ଟ୍ରଫି ଭାରତ କେବେ ବି ଜିତି ନଥିଲା। ହେଲେ ସବୁ ଅପେକ୍ଷାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ ଇତିହାସ ରଚିଛି। ପ୍ରଥମଥର ପାଇଁ ଦଳ ବ୍ୟାଡମିଣ୍ଟନ ଏସିଆ ଟିମ ଚାମ୍ପିୟନ ହୋଇଛି। ମ୍ୟାଲେସିୟାର ସେଲାନଗରରେ ଆୟୋଜିତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଆଜି ଭାରତ ପ୍ରତିପକ୍ଷ ଥାଇଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରି ଟ୍ରଫି କବଜା କରିଛି।
ବ୍ୟାଡମିଣ୍ଟନ ଏସିଆନ ଟିମ ଚାମ୍ପିୟନଶିପ ଟ୍ରଫି ଭାରତ କେବେ ବି ଜିତି ନଥିଲା। ହେଲେ ସବୁ ଅପେକ୍ଷାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଫାଇନାଲ ଲଢ଼େଇରେ ଷ୍ଟାର ଶଟଲର ପିଭି ସିନ୍ଧୁ, ଗାୟତ୍ରୀ ଗୋପିଚାନ୍ଦ-ତ୍ରିସା ଜଲି ଯୋଡ଼ି ଓ କିଶୋରୀ ଅନମୋଲ ଖାରବ ନିଜ ନିଜ ମ୍ୟାଚ ଜିତି ଭାରତକୁ ୩-୨ରେ ବିଜୟ ଭେଟି ଦେଇଛନ୍ତି।
ଆଜିର ଫାଇନାଲ ଲଢ଼େଇ ବେଶ ରୋମାଞ୍ଚକର ଥିଲା। ଭାରତ ପ୍ରଥମେ ୨-୦ରେ ଆଗୁଆ ରହିଥିଲା। କିନ୍ତୁ ଥାଇଲ୍ୟାଣ୍ଡ ଜବରଦସ୍ତ କମବ୍ୟାକ କରିଥିଲା। ସ୍ଥିତି ୨-୨ ହୋଇଯିବାରୁ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ ହୋଇଥିଲା।