ଜେଲ ଗଲେ ୟୁଟ୍ୟୁବର ମୋନାଲିସା, ବଦ୍ରି

ଯାଜପୁର ଟାଉନ,୨୯ା୩(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ବେଆଇନ ଭାବେ ଘରେ ମାଙ୍କଡ଼ ରଖି ସେମାନଙ୍କ ସହ ଫଟୋ ଓ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଶେୟାର କରୁଥିବା ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ବାମୀ ବଦ୍ରିନାରାୟଣ ଭଦ୍ର ଶେଷରେ ଜେଲ ଯାଇଛନ୍ତି। ଉଭୟେ ଗତ ବୁଧବାର ଯାଜପୁରରୋଡ୍‌ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମସପର୍ମଣ କରିଥିଲେ। ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଦମ୍ପତିଙ୍କୁ ଯାଜପୁର ଟାଉନ୍‌ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଭଦ୍ର ଦମ୍ପତିଙ୍କ ଜାମିନ ନାମଞ୍ଜୁର […] The post ଜେଲ ଗଲେ ୟୁଟ୍ୟୁବର ମୋନାଲିସା, ବଦ୍ରି appeared first on Dharitri Odia News.

ଜେଲ ଗଲେ ୟୁଟ୍ୟୁବର ମୋନାଲିସା, ବଦ୍ରି

ଯାଜପୁର ଟାଉନ,୨୯ା୩(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ବେଆଇନ ଭାବେ ଘରେ ମାଙ୍କଡ଼ ରଖି ସେମାନଙ୍କ ସହ ଫଟୋ ଓ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଶେୟାର କରୁଥିବା ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ବାମୀ ବଦ୍ରିନାରାୟଣ ଭଦ୍ର ଶେଷରେ ଜେଲ ଯାଇଛନ୍ତି। ଉଭୟେ ଗତ ବୁଧବାର ଯାଜପୁରରୋଡ୍‌ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମସପର୍ମଣ କରିଥିଲେ। ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଦମ୍ପତିଙ୍କୁ ଯାଜପୁର ଟାଉନ୍‌ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଭଦ୍ର ଦମ୍ପତିଙ୍କ ଜାମିନ ନାମଞ୍ଜୁର କରି ଶୁକ୍ରବାର ପୁନଶ୍ଚ ଜାମିନ ଆବେଦନର ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ତେଣୁ ମୋନାଲିସା ଏବଂ ବଦ୍ରିନାରାୟଣଙ୍କୁ ଶୁକ୍ରବାର ପର୍ଯ୍ୟନ୍ତ ଯାଜପୁର ଜିଲା କାରାଗାରକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତ ଜହଳ ଗ୍ରାମର ୟୁଟ୍ୟୁବର ମୋନାଲିସା ବନ୍ୟ ଆଇନ ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ହେବାପରେ ବନ ବିଭାଗ ଟିମ୍‌ ଗତ ୨୪ ତାରିଖରେ ତାଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ମୋନାଲିସା ଓ ବଦ୍ରିନାରାୟଣ ଫେରାର ହୋଇଯାଇଥିଲେ। ଏହି ଭଦ୍ର ଦମ୍ପତି ଫେରାର ହେବା ପରେ ପୁନଶ୍ଚ ଗତ ସୋମବାର ବନ ବିଭାଗ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ବନ ବିଭାଗ ପକ୍ଷରୁ ଏକ ମାଙ୍କଡ଼କୁ ଜବତ କରି ଯାଜପୁରରୋଡ୍‌ ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏଥିସହିତ ମୋନାଲିସା ଓ ତାଙ୍କ ସ୍ବାମୀଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ୨ ଟିମ୍‌ ଗଠନ କରାଯାଇଥିଲା। ସେମାନଙ୍କ ବିରୋଧରେ ଏକ ମାମଲା (ନଂ.୨୭୫ା୨୪)ରୁଜୁ ହୋଇଛି।

The post ଜେଲ ଗଲେ ୟୁଟ୍ୟୁବର ମୋନାଲିସା, ବଦ୍ରି appeared first on Dharitri Odia News.