କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ତାଳଚେର,୩।୪(ମନୋଜ ନନ୍ଦ): ତାଳଚେର ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର । ତାଳଚେର ଥାନା ଅଞ୍ଚଳରେ ତାଳଚେର ଥାନା ଏବଂ ଅନୁଗୁଳ ସ୍ପେଶାଲ ସ୍କାଡର ମିଳିତ ରେଡ ସମୟରେ ଗୁଳି ବିନିମୟରେ କୁଖ୍ୟାତ ଅନ୍ତଃଜିଲା ଅପରାଧି ସୁଶାନ୍ତ ନାୟକ ଆହତ ହୋଇଛନ୍ତି। ଏନେଇ ଆଡିସନାଲ SP ରାଜୀବ ଲୋଚନ ପଣ୍ଡା ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି। ସୂଚନାଥାଉ କି, ତାଳବେଡା ଜଙ୍ଗଲରେ ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତର ବାମ […] The post କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି appeared first on Dharitri Odia News.

କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ତାଳଚେର,୩।୪(ମନୋଜ ନନ୍ଦ): ତାଳଚେର ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର । ତାଳଚେର ଥାନା ଅଞ୍ଚଳରେ ତାଳଚେର ଥାନା ଏବଂ ଅନୁଗୁଳ ସ୍ପେଶାଲ ସ୍କାଡର ମିଳିତ ରେଡ ସମୟରେ ଗୁଳି ବିନିମୟରେ କୁଖ୍ୟାତ ଅନ୍ତଃଜିଲା ଅପରାଧି ସୁଶାନ୍ତ ନାୟକ ଆହତ ହୋଇଛନ୍ତି। ଏନେଇ ଆଡିସନାଲ SP ରାଜୀବ ଲୋଚନ ପଣ୍ଡା ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି।

ସୂଚନାଥାଉ କି, ତାଳବେଡା ଜଙ୍ଗଲରେ ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗୁଳି କରି ପଳାଉଥିବାବେଳେ ପୋଲିସର ପାଲଟା ଏନକାଉଣ୍ଟର ସୁଶାନ୍ତ ନାଁରେ ତାଳଚେର ସମେତ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଥିଲା। ପୋଲିସ ଉପରକୁ ତିନି ରାଉଣ୍ଡ ଗୁଳି ଫାୟରିଂ କରିଥିବା ସୂଚନା ମିଳିଛି । ସୁଶାନ୍ତଙ୍କ ସହ ଜଙ୍ଗଲରେ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ ।

The post କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି appeared first on Dharitri Odia News.