କୁଖ୍ୟାତ ଗୋ ମାଫିଆ ୟୁସୁଫ ଖାନ ଗିରଫ, ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା

ଆଠଗଡ଼:  ଗୋ ମାଫିଆଙ୍କ ସର୍ଦ୍ଦାର କୁହାଯାଉଥିବା ୟୁସୁଫ ଖାନ ଗିରଫ। ୟୁସୁଫକୁ ଗିରଫ କଲା କଟକ ଜିଲ୍ଲା ବଡମ୍ବା ପୋଲିସ। ୟୁସୁଫ ନାଁରେ ନରସିଂହପୁର, କାନପୁର, ତିଗିରିଆ ଥାନା ସହ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା। ଏମିତିକି ପୋଲିସ ଉପରକୁ ଆକ୍ରମଣ ଭଳି ସଙ୍ଗିନ୍ ଅଭିଯୋଗ ରହିଥିଲା ୟୁସୁଫ ଖାନ ନାମରେ। ୟୁସୁଫ ଖାନର ଘର କଟକ ତିଗିରିଆ ଥାନା କରଡ଼ାପଲ୍ଲୀ ଗ୍ରାମରେ ହୋଇଥିବା ସୂଚନା ଦେଇଛନ୍ତି ବଡମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି। 