ବାରବାଟୀରେ ଆସନ୍ତା ୯ ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ: ଖେଳାଳୀଙ୍କ ସୁରକ୍ଷାରେ ୫୦ ପ୍ଲାଟୁନ ଫୋର୍ସ
କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ- ଇଂଲଣ୍ଡ ଦିନିକିଆ ମ୍ୟାଚ୍। ଏନେଇ ସୁରକ୍ଷା ଦାୟିତ୍ୱରେ ରହିବେ... The post ବାରବାଟୀରେ ଆସନ୍ତା ୯ ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ: ଖେଳାଳୀଙ୍କ ସୁରକ୍ଷାରେ ୫୦ ପ୍ଲାଟୁନ ଫୋର୍ସ appeared first on .
କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ- ଇଂଲଣ୍ଡ ଦିନିକିଆ ମ୍ୟାଚ୍। ଏନେଇ ସୁରକ୍ଷା ଦାୟିତ୍ୱରେ ରହିବେ ୫୦ ପ୍ଲାଟୁନ ଫୋର୍ସ। ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ। ଏଥିପାଇଁ ପୋଲିସ ଅଧିକାରୀଙ୍କ ସହ ଏକ ଆଲୋଚନା ସରିଛି। ଟ୍ରାଫିକ ପାଇଁ ରୁଟ୍ ଲାଇନିଂ ପ୍ରସ୍ତୁତ ହୋଇଛି । ପୋଲିସ ସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂ ।
ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଲିସ ବିଭାଗର ବରିଷ୍ଠ କର୍ମକର୍ତ୍ତା, ଓସିଏ, ଟ୍ରାଫିକ, ହୋଟେଲ କର୍ମକର୍ତ୍ତା, ଏୟାରପୋର୍ଟ ଅଥରିଟି, ସିଆଇଏସଏଫର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଦୁଇ ଦଳ । ମେଫେୟାର ହୋଟେଲରେ ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ୮ ତାରିଖରେ ଅଭ୍ୟାସ ପାଇଁ କଡ଼ା ସୁରକ୍ଷାରେ କଟକ ଯିବ ଦୁଇ ଦଳ । ୯ ତାରିଖରେ ମ୍ୟାଚ୍ ଖେଳାଯିବ । କଟକରେ ମ୍ୟାଚ୍ ପାଇଁ ବନ୍ଦୋବସ୍ତର ବ୍ୟାପକ ଯାଞ୍ଚ କରିଛନ୍ତି ଟ୍ଵିନ ସିଟି ପୋଲିସ କମିଶନର। ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ସହ ସୁରୁଖୁରୁରେ ମ୍ୟାଚ ସମ୍ପାଦନ ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ କମିଶନର।
The post ବାରବାଟୀରେ ଆସନ୍ତା ୯ ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ: ଖେଳାଳୀଙ୍କ ସୁରକ୍ଷାରେ ୫୦ ପ୍ଲାଟୁନ ଫୋର୍ସ appeared first on .