ସରପଞ୍ଚଙ୍କ ହତ୍ୟାରେ ନାମ ଆସିବା ପରେ ମନ୍ତ୍ରୀଙ୍କୁ ଦେବାକୁ ପଡ଼ିଲା ଇସ୍ତଫା
ନନ୍ଦିଘୋଷ ବ୍ୟୁରୋ : ଥମିବାର ନାଁ ନେଉନି ମହାରାଷ୍ଟ୍ର ରାଜନୀତି । କୌଣସି ନା କୌଣସି କାରଣରୁ ଏଠାକାର ରାଜନୀତି ସବୁବେଳେ... The post ସରପଞ୍ଚଙ୍କ ହତ୍ୟାରେ ନାମ ଆସିବା ପରେ ମନ୍ତ୍ରୀଙ୍କୁ ଦେବାକୁ ପଡ଼ିଲା ଇସ୍ତଫା appeared first on .
ନନ୍ଦିଘୋଷ ବ୍ୟୁରୋ : ଥମିବାର ନାଁ ନେଉନି ମହାରାଷ୍ଟ୍ର ରାଜନୀତି । କୌଣସି ନା କୌଣସି କାରଣରୁ ଏଠାକାର ରାଜନୀତି ସବୁବେଳେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜେ । ଏହାରି ମଧ୍ୟରେ ମଙ୍ଗଳବାର ସକାଳେ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ମୁଣ୍ଡେଙ୍କ ଠାରୁ ଅଲଗା ରହୁଥିବା ପ୍ରଥମ ପତ୍ନୀ କରୁଣା ମୁଣ୍ଡେ, ପୂର୍ବରୁ ଦାବି କରିଥିଲେ ଯେ, ସେ ସୋମବାର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଇସ୍ତଫା ଦେବେ। କାରଣ ମୁଖ୍ୟମନ୍ତ୍ରୀ ଫଡନାଭିସ ମୁଣ୍ଡେଙ୍କୁ ପୂର୍ବରୁ ହିଁ ଇସ୍ତଫା ମାଗିଥିଲେ ।ବୀଡରେ ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟା ମାମଲା ସହିତ ତାଙ୍କ ନାମ ଜଡିତ ଥିବାରୁ, ତାଙ୍କୁ ଇସ୍ତଫା ଦେବା ପାଇଁ କ୍ରମାଗତ ଚାପ ପକାଯାଉଥିଲା। ଧନଞ୍ଜୟ ମୁଣ୍ଡେଙ୍କ ଅସୁସ୍ଥତା ଯୋଗୁଁ, ତାଙ୍କ ପିଏ ପ୍ରଶାନ୍ତ ଯୋଶୀ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ଦେଇଥିଲେ ।
ଫଟୋ ଭାଇରାଲ ହେବା ପରେ ହୋଇଥିଲା ହଙ୍ଗାମା
ଯେତେବେଳେ ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟା ମାମଲାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହୋଇଥିଲା, ସେହି ସମୟରେ ଏହି ମାମଲାକୁ ନେଇ ଡେପୁଟି ସିଏମ୍ ଅଜିତ ପାୱାରଙ୍କ ବାସଭବନ ଦେବଗିରିରେ ବିଳମ୍ବିତ ରାତିରେ ବରିଷ୍ଠ ଏନସିପି ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଧନଞ୍ଜୟ ମୁଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ମୁଣ୍ଡେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ନିଷ୍ପତ୍ତି ନିଆଯାଇଥିଲା । କାରଣ ସନ୍ତୋଷ ଦେଶମୁଖ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବାଲ୍ମୀକି କରାଡ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ନିକଟତର ଥିଲେ।
ପତ୍ନୀ କରିଥିଲେ ଇସ୍ତଫା ଦାବି
ବଜେଟ ଅଧିବେଶନ ପୂର୍ବରୁ ଧନଞ୍ଜୟ ମୁଣ୍ଡେ ଇସ୍ତଫା ଦେବା ନେଇ ରବିବାର ଦିନ ତାଙ୍କ ପତ୍ନୀ ପତ୍ନୀ କରୁଣା ମୁଣ୍ଡେ ଦାବି କରିଥିଲେ । ଏପରିକି କରୁଣା ମୁଣ୍ଡେ ମଧ୍ୟ କହିଥିଲେ ଯେ ଅଜିତ ପାୱାର ଦୁଇ ଦିନ ପୂର୍ବରୁ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଧନଞ୍ଜୟ ମୁଣ୍ଡେ ଇସ୍ତଫା ଦେବାକୁ ପ୍ରସ୍ତୁତ ନଥିଲେ, କିନ୍ତୁ ଅଜିତ ପାୱାର ତାଙ୍କୁ ଜୋରଜବରଦସ୍ତ ଇସ୍ତଫାପତ୍ର ଲେଖିବାକୁ ବାଧ୍ୟ କରିଥିଲେ।
The post ସରପଞ୍ଚଙ୍କ ହତ୍ୟାରେ ନାମ ଆସିବା ପରେ ମନ୍ତ୍ରୀଙ୍କୁ ଦେବାକୁ ପଡ଼ିଲା ଇସ୍ତଫା appeared first on .