‘ଭଗବାନ ଆସିଲେ ବି ସ୍ଥିତି ବଦଳିବନି’, ବେଙ୍ଗାଲୁରୁ ଟ୍ରାଫିକ୍ ସମସ୍ୟା ଉପରେ କହିଲେ ଡିକେ ଶିବକୁମାର

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦ୍ରୁତ ସହରୀକରଣ କାରଣରୁ ବେଙ୍ଗାଲୁରୁରେ ସୃଷ୍ଟି ସମସ୍ୟାକୁ ସ୍ୱୀକାର କରିଛନ୍ତି । ଏହାସହ ସେ କହିଛନ୍ତି ଯେ ଦୈବୀ ହସ୍ତକ୍ଷେପ ପରେ ବି ତତ୍କାଳ ପରିବର୍ତ୍ତନ ହୋଇପାରିବ ନାହିଁ । ସେ କହିଛନ୍ତି, 'ଯଦି ଭଗବାନ ନିଜେ ସ୍ୱାର୍ଗରୁ ଓହ୍ଲାଇ ବେଙ୍ଗାଲୁରୁର ସଡ଼କ ଚାଲନ୍ତି, ତେବେ ବି ଦୁଇ-ତିନି ବର୍ଷ ଯାଏ କିଛି ବଦଳିବ ନାହିଁ । ସ୍ଥିତି ଅତି ଆହ୍ୱାନପୂର୍ଣ୍ଣ ରହିଛି ।'କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଠିକ୍ ଯୋଜନା ପ୍ରସ୍ତୁତ କରି ପ୍ରଭାବୀ ଢଙ୍ଗରେ ଲାଗୁ କରିବାର ଆବଶ୍ୟକତା ରହିଛି । ଆମେ ଆଗାମୀ ଦିନରେ ଏକ ଉନ୍ନତ କରିଡୋର ବିକଶିତ କରିବା ପାଇଁ ଉଦ୍ୟମ କରିବୁ ।After admitting that there is no money for development work in @INCKarnataka Govt, Part-time Bengaluru Development Minsiter DK Shivakumar now says even if God comes down, Bengaluru cannot be changed for the next 2-3 years.Neither do people have any expectations from you or your… https://t.co/rv9XOXyMo5— R. Ashoka (@RAshokaBJP) February 20, 2025ବିଜେପି ନେତା ଆର୍.ଅଶୋକ ଉପମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପାଇଁ କଡ଼ା ସମାଲୋଚନା କରିଛନ୍ତି । ସେ ସୋସିଆଲ୍ ମିଡିଆ ପୋଷ୍ଟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ

‘ଭଗବାନ ଆସିଲେ ବି ସ୍ଥିତି ବଦଳିବନି’, ବେଙ୍ଗାଲୁରୁ ଟ୍ରାଫିକ୍ ସମସ୍ୟା ଉପରେ କହିଲେ ଡିକେ ଶିବକୁମାର

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦ୍ରୁତ ସହରୀକରଣ କାରଣରୁ ବେଙ୍ଗାଲୁରୁରେ ସୃଷ୍ଟି ସମସ୍ୟାକୁ ସ୍ୱୀକାର କରିଛନ୍ତି । ଏହାସହ ସେ କହିଛନ୍ତି ଯେ ଦୈବୀ ହସ୍ତକ୍ଷେପ ପରେ ବି ତତ୍କାଳ ପରିବର୍ତ୍ତନ ହୋଇପାରିବ ନାହିଁ । ସେ କହିଛନ୍ତି, 'ଯଦି ଭଗବାନ ନିଜେ ସ୍ୱାର୍ଗରୁ ଓହ୍ଲାଇ ବେଙ୍ଗାଲୁରୁର ସଡ଼କ ଚାଲନ୍ତି, ତେବେ ବି ଦୁଇ-ତିନି ବର୍ଷ ଯାଏ କିଛି ବଦଳିବ ନାହିଁ । ସ୍ଥିତି ଅତି ଆହ୍ୱାନପୂର୍ଣ୍ଣ ରହିଛି ।'

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଠିକ୍ ଯୋଜନା ପ୍ରସ୍ତୁତ କରି ପ୍ରଭାବୀ ଢଙ୍ଗରେ ଲାଗୁ କରିବାର ଆବଶ୍ୟକତା ରହିଛି । ଆମେ ଆଗାମୀ ଦିନରେ ଏକ ଉନ୍ନତ କରିଡୋର ବିକଶିତ କରିବା ପାଇଁ ଉଦ୍ୟମ କରିବୁ ।

ବିଜେପି ନେତା ଆର୍.ଅଶୋକ ଉପମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପାଇଁ କଡ଼ା ସମାଲୋଚନା କରିଛନ୍ତି । ସେ ସୋସିଆଲ୍ ମିଡିଆ ପୋଷ୍ଟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, 'କର୍ଣ୍ଣାଟକ ସରକାରରେ ବିକାଶ କାର୍ଯ୍ୟ ପାଇଁ ଟଙ୍କା ନଥିବା ସ୍ୱୀକାର କରିବା ପରେ, ବେଙ୍ଗାଲୁରୁ ଉନ୍ନୟନ ମନ୍ତ୍ରୀ ଡିକେ ଶିବକୁମାର ଏବେ କହୁଛନ୍ତି ଯେ ଯଦି ଭଗବାନ ବି ଆସିଯା’ନ୍ତି ତେବେ ଆଗାମୀ ୨-୩ ବର୍ଷ ଯାଏ ବେଙ୍ଗାଲୁରୁ ସ୍ଥିତି ବଦଳିପାରିବ ନାହିଁ ।'

ବିଜେପି ନେତା କହିଛନ୍ତି ଯେ ଡିକେ ଶିବକୁମାର କିମ୍ୱା ତାଙ୍କ ସରକାରଙ୍କଠାରୁ ଲୋକଙ୍କ କିଛି ବି ଆଶା ନାହିଁ । କଂଗ୍ରେସ ସରକାରକୁ କର୍ଣ୍ଣାଟକ ଏବଂ ବେଙ୍ଗାଲୁରୁ ପାଇଁ ଅଭିଶାପ ବୋଲି ସେ କହିଛନ୍ତି । ଏହାସହ କଂଗ୍ରେସ ସରକାରଙ୍କୁ ହଟାଇବା ପାଇଁ ଲୋକେ ଆତୁରତାର ସହ ହଟାଇବା ପାଇଁ ଅପେକ୍ଷା କରିଛନ୍ତି ।