ପୀଡ଼ିତାଙ୍କ ପରିବାରକୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ, ଅଭିଯୁକ୍ତଙ୍କୁ ଗିରଫ ନ କଲେ ଆନ୍ଦୋଳନ ଚେତାବନୀ
ବରଗଡ଼,୧୭।୧(ପ୍ରେମାନନ୍ଦ ଖମାରୀ) – ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଥିବା ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। ଶୁକ୍ରବାର ବରଗଡ଼ ଜିଲା କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ପୀଡିତାଙ୍କ ପରିବାରଙ୍କୁ ଭେଟିଛନ୍ତି। ସେମାନେ ବୁର୍ଲା ଭୀମସାର୍ରେ ଚିକିତ୍ସାଧୀନ ଥିବା ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବଂ ଘଟଣା ସମ୍ପର୍କରେ ପଚାରି ବୁଝିବା ସହିତ ସମବେଦନା ଜଣାଇଥିଲେ। କଂଗ୍ରେସ ଦଳ ପକ୍ଷରୁ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ନ୍ୟାୟିକ ପ୍ରକ୍ରିୟାରେ ସାହାଯ୍ୟ ଓ […] The post ପୀଡ଼ିତାଙ୍କ ପରିବାରକୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ, ଅଭିଯୁକ୍ତଙ୍କୁ ଗିରଫ ନ କଲେ ଆନ୍ଦୋଳନ ଚେତାବନୀ appeared first on Dharitri Odia News.
ବରଗଡ଼,୧୭।୧(ପ୍ରେମାନନ୍ଦ ଖମାରୀ) – ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଥିବା ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। ଶୁକ୍ରବାର ବରଗଡ଼ ଜିଲା କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ପୀଡିତାଙ୍କ ପରିବାରଙ୍କୁ ଭେଟିଛନ୍ତି। ସେମାନେ ବୁର୍ଲା ଭୀମସାର୍ରେ ଚିକିତ୍ସାଧୀନ ଥିବା ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବଂ ଘଟଣା ସମ୍ପର୍କରେ ପଚାରି ବୁଝିବା ସହିତ ସମବେଦନା ଜଣାଇଥିଲେ। କଂଗ୍ରେସ ଦଳ ପକ୍ଷରୁ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ନ୍ୟାୟିକ ପ୍ରକ୍ରିୟାରେ ସାହାଯ୍ୟ ଓ ସହଯୋଗ କରାଯିବ ବୋଲି ଏହି ପ୍ରତିନିଧି ଦଳ ପ୍ରତିଶୃତି ଦେଇଥିଲେ ।
ଅପରପକ୍ଷରେ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ପୋଲିସର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଖୁବଶୀଘ୍ର ବରଗଡ଼ ଏସ୍ପିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଏବଂ ସମ୍ପୃକ୍ତ ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯିବ ବୋଲି ଏହି ପ୍ରତିନିଧି ଦଳ କହିଛନ୍ତି। ପୋଲିସ ଯଦି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରେ, ତେବେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ପ୍ରତିନିଧି ଦଳରେ କଂଗ୍ରେସର ବରିଷ୍ଠ ନେତା ହରଦୀପ ସିଂ, ଅନନ୍ତ ଶୟନ ପାଢ଼ୀ , ନିପନ ଦାଶ , ବ୍ରହ୍ମାନନ୍ଦ ମହାକୁଡ, ଅଭିଷେକ ସେଟ, ସରୋଜ ଷଡଙ୍ଗୀ, ରବିନାରାୟଣ ପଣ୍ଡା, ପ୍ରତାପ ନାୟକ, ସୁଶୀଲ ଭୋଇ, ସୁଧୀର ଜେନା, ମୋତିଲାଲ ଦାଶ, ପଞ୍ଚାନନ ମିଶ୍ର, ବିମଳ ଦାଶ, ସୁନିତା ବାଗ, ନୀଳିମା ଅଗ୍ରୱାଲ, ମାନସ ଦାସ, ରଞ୍ଜନ ସେଠ, ଦେବୁ ସୱାଇଁ, ଉମାକାନ୍ତ ଭୋଇ, ବିରାଟ ପଧାନ, କୃଷ୍ଣ ସାହୁ, ଅନନ୍ତ ଧଳ ପ୍ରମୁଖଙ୍କ ସହିତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ। ସେହିପରି ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କୁ ଭୀମସାର, ବୁର୍ଲାରେ ଭେଟି ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝି ଫେରିଥିଲେ।
The post ପୀଡ଼ିତାଙ୍କ ପରିବାରକୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ, ଅଭିଯୁକ୍ତଙ୍କୁ ଗିରଫ ନ କଲେ ଆନ୍ଦୋଳନ ଚେତାବନୀ appeared first on Dharitri Odia News.