ସ୍କୁଲରୁ ଫେରିବା ସମୟରେ ନାବାଳିକାଙ୍କୁ ବଳାତ୍କାର: ଏନ୍ଏଚ୍ଆର୍ସିରେ ମାମଲା
କଟକ,୩୧ା୧(କାର୍ତ୍ତିକ ସାହୁ): ମାଲଗୋଦାମ ଥାନା ଅଞ୍ଚଳର ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣେ ୯ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ଏବେ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ନ୍ୟାୟ ପାଇଁ ଲଢ଼େଇ ପରିବାର ଅନୁଷ୍ଠାନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶଙ୍କ ଏତଲା କ୍ରମେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ୍ଏଚ୍ଆର୍ସି କେସ ନମ୍ବର ୧୬୬୨/୨୦୨୪ ରୁଜୁ ହୋଇଥିବା ଜଣାଯାଇଛି। ଏହି ମାମଲାରେ କଟକ ଡିସିପି, ଡିଜି ପୋଲିସ, ରାଜ୍ୟ ଗୃହ ସଚିବ ଓ […] The post ସ୍କୁଲରୁ ଫେରିବା ସମୟରେ ନାବାଳିକାଙ୍କୁ ବଳାତ୍କାର: ଏନ୍ଏଚ୍ଆର୍ସିରେ ମାମଲା appeared first on Dharitri Odia News.
କଟକ,୩୧ା୧(କାର୍ତ୍ତିକ ସାହୁ): ମାଲଗୋଦାମ ଥାନା ଅଞ୍ଚଳର ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣେ ୯ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ଏବେ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ନ୍ୟାୟ ପାଇଁ ଲଢ଼େଇ ପରିବାର ଅନୁଷ୍ଠାନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶଙ୍କ ଏତଲା କ୍ରମେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ୍ଏଚ୍ଆର୍ସି କେସ ନମ୍ବର ୧୬୬୨/୨୦୨୪ ରୁଜୁ ହୋଇଥିବା ଜଣାଯାଇଛି। ଏହି ମାମଲାରେ କଟକ ଡିସିପି, ଡିଜି ପୋଲିସ, ରାଜ୍ୟ ଗୃହ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଜାତୀୟ ମାନବାଧିକାର କମିଶନ ଏହି ମାମଲାର ବିଚାର କରି ଦୋଷୀ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ସମ୍ପୃକ୍ତ ନାବାଳିକାର ଚିକିତ୍ସା ବ୍ୟବସ୍ଥା ଓ କ୍ଷତିପୂରଣ ଯୋଗାଇ ଦେବାକୁ ନିବେଦନ କରାଯାଇଛି।
ମାମଲାର ବିବରଣୀ ଅନୁସାରେ, ମାଲଗୋଦାମ ଓଭରବ୍ରିଜ୍ ଅଞ୍ଚଳରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣେ ୯ ବର୍ଷୀୟା ନାବାଳିକା ସ୍କୁଲରୁ ଫେରିବା ବାଟରେ ବଳାତ୍କାରର ଶିକାର ହୋଇଥିଲେ। ସମ୍ପୃକ୍ତ ନାବାଳିକା ମା’ଙ୍କ ମୃତ୍ୟୁ ପରେ ମାଲଗୋଦାମ ଥାନା ଅଞ୍ଚଳର ଏକ ଶିଶୁଯତ୍ନ କେନ୍ଦ୍ରରେ ରହୁଥିଲେ। ନାବାଳିକାଙ୍କ ବାପା ଏକ ମାମଲାରେ ଜେଲରେ ଅଛନ୍ତି। ପ୍ରତିଦିନ ଭଳି ସୋମବାର ନାବାଳିକା ଜଣକ ସ୍ଥାନୀୟ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇଥିଲେ। ମାତ୍ର ଫେରିବାରେ ବିଳମ୍ବ ହେବାରୁ ଶିଶୁଯତ୍ନ କେନ୍ଦ୍ରର କର୍ତ୍ତୃପକ୍ଷ ବିଭିନ୍ନ ଜାଗାରେ ଖୋଜାଖୋଜି କଲାପରେ ବି ନାବାଳିକାଙ୍କ ସନ୍ଧାନ ମିଳି ନ ଥିଲା। ପରେ ନାବାଳିକା ଜଣକ କାନ୍ଦି କାନ୍ଦି କେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ବାଟରେ ଜଣେ ଯୁବକ ତାଙ୍କୁ ବଳାତ୍କାର କରିବା ନେଇ ଜଣାଇଥିଲେ। ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏହି ଅମାନୁଷିକ ଘଟଣାକୁ ନେଇ ସାରା ରାଜ୍ୟର ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।
The post ସ୍କୁଲରୁ ଫେରିବା ସମୟରେ ନାବାଳିକାଙ୍କୁ ବଳାତ୍କାର: ଏନ୍ଏଚ୍ଆର୍ସିରେ ମାମଲା appeared first on Dharitri Odia News.